ଶତାୟୁ ଧର୍ମପ୍ରାଣ ବ୍ୟକ୍ତିଙ୍କ ପରଲୋକ
ଭଦ୍ରକ, ୭ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ତିହିଡି ବ୍ଲକ ମୁକୁନ୍ଦପୁର ପଂଚାୟତ ଅଧୀନ ଗୁଡ଼ୁପାଳ ଗ୍ରାମର ଶତାୟୁ ଧର୍ମପ୍ରାଣ ଗଙ୍ଗାଧର ସେଠୀଙ୍କର ଶୁକ୍ରବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୧୧୪ ବର୍ଷ ବୟସ ହୋଇଥିଲା। ସେ ଗତ କିଛିଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ
SATAYU BYAKTINKA PARALOKA GANGADAHR SETHI


ଭଦ୍ରକ, ୭ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ତିହିଡି ବ୍ଲକ ମୁକୁନ୍ଦପୁର ପଂଚାୟତ ଅଧୀନ ଗୁଡ଼ୁପାଳ ଗ୍ରାମର ଶତାୟୁ ଧର୍ମପ୍ରାଣ ଗଙ୍ଗାଧର ସେଠୀଙ୍କର ଶୁକ୍ରବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୧୧୪ ବର୍ଷ ବୟସ ହୋଇଥିଲା। ସେ ଗତ କିଛିଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ସେ ଜଣେ ପରୋପକାରୀ, ଧର୍ମପରାୟଣ ବ୍ୟକ୍ତି ଭାବରେ ସ୍ଥାନୀୟ ଅଂଚଳରେ ସୁପରିଚିତ ଥିଲେ। ସେ ତାଙ୍କ ବାସଭବନରେ ମା’ ଦୁର୍ଗାଙ୍କ ପୂଜା ଆରମ୍ଭ କରିଥିଲେ। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ବଡ଼ପୁଅ ପୀତାମ୍ବର, ବିଶୁବାବା, ଦିଗମ୍ବର, ନିଳାମ୍ବର, ସୁଧାକରଙ୍କ ସମେତ ବୋହୂ ନାତି, ନାତୁଣୀ, ନାତୁଣୀବୋହୂ ପ୍ରମୁଖ ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି। ଏହି ଖବର ପାଇବା ପରେ ବହୁ ମାନ୍ୟଗନ୍ୟ ବ୍ୟକ୍ତି ତାଙ୍କ ଗୁଡ଼ୁପାଳ ସ୍ଥିତ ବାସଭବନରେ ପହଂଚି ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ। ତାଙ୍କ ସାନପୁଅ ବିଦ୍ୟାଧର ମୁଖାଗ୍ନି ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande