ଜୁଲାଇ ୩୧ ରୁ ମୁଜାଫରପୁର-ଆନନ୍ଦ ବିହାର ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ
ନୂଆଦିଲ୍ଲୀ, ୨୬ ଜୁଲାଇ (ହିସ) - ରେଳ ଯାତ୍ରୀଙ୍କ ସୁବିଧା ତଥା ଗ୍ରୀଷ୍ମ ରୁତୁରେ ଅତିରିକ୍ତ ଭିଡ କମାଇବା ପାଇଁ ରେଳବାଇ ମୁଜାଫରପୁର-ଆନନ୍ଦ ବିହାର ଟର୍ମିନାଲ-ମୁଜାଫରପୁର ଦୈନିକ ସୁପରଫାଷ୍ଟ ଏକ୍ସପ୍ରେସ ସ୍ପେଶାଲ ଟ୍ରେନ ଚଳାଇବାକୁ ନିଷ୍ପତି ନେଇଛି । ଟ୍ରେନ୍ ନମ୍ବର ୦୫୨୧୯ ମୁଜାଫରପୁର-ଆନନ୍ଦ ବିହାର ଟର
ଜୁଲାଇ ୩୧ ରୁ ମୁଜାଫରପୁର-ଆନନ୍ଦ ବିହାର ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ


ନୂଆଦିଲ୍ଲୀ, ୨୬ ଜୁଲାଇ (ହିସ) - ରେଳ ଯାତ୍ରୀଙ୍କ ସୁବିଧା ତଥା ଗ୍ରୀଷ୍ମ ରୁତୁରେ ଅତିରିକ୍ତ ଭିଡ କମାଇବା ପାଇଁ ରେଳବାଇ ମୁଜାଫରପୁର-ଆନନ୍ଦ ବିହାର ଟର୍ମିନାଲ-ମୁଜାଫରପୁର ଦୈନିକ ସୁପରଫାଷ୍ଟ ଏକ୍ସପ୍ରେସ ସ୍ପେଶାଲ ଟ୍ରେନ ଚଳାଇବାକୁ ନିଷ୍ପତି ନେଇଛି ।

ଟ୍ରେନ୍ ନମ୍ବର ୦୫୨୧୯ ମୁଜାଫରପୁର-ଆନନ୍ଦ ବିହାର ଟର୍ମିନାଲ୍ ଦୈନିକ ସ୍ୱତନ୍ତ୍ର ଟ୍ରେନ୍ ମୁଜାଫରପୁରରୁ ଜୁଲାଇ ୨୮ ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ରାତି ୧.୩୦ ରେ ଯାତ୍ରା କରିବ ଏବଂ ପରଦିନ ସକାଳ ୬ ଟାରେ ଆନନ୍ଦ ବିହାରରେ ପହଂଚିିବ । ଟ୍ରେନ୍ ନମ୍ବର ୦୫୨୨୦- ଆନନ୍ଦ ବିହାର ଟର୍ମିନାଲ୍‌-ମୁଜାଫରପୁର ଦୈନିକ ସ୍ୱତନ୍ତ୍ର ଟ୍ରେନ୍ ଆନନ୍ଦ ବିହାରରୁ ଜୁଲାଇ ୨୯ ରୁ ଜାନୁୟାରୀ ୧, ୨୦୨୫ ପର୍ଯ୍ୟନ୍ତ ସକାଳ ୮ ଟାରେ ଯାତ୍ରା କରିବ ଏବଂ ପରଦିନ ମଧ୍ୟରାତ୍ର ୦୦.୪୫ ରେ ମୁଜାଫରପୁରରେ ପହଂଚିବ । ଏହି ଟ୍ରେନ୍ ହାଜିପୁର, ସୋନପୁର, ପାଟଲିପୁରା, ଦାନାପୁର, ଆରାହଷ୍ଟେସନ ଦେଇ ଯିବ ।

-------------------

ହିନ୍ଦୁସ୍ଥାନ ସମାଚାର / ଗଗନ / ସମନ୍ୱୟ


 rajesh pande