କେନ୍ଦୁଝର: ମହିଳାମାନଙ୍କୁ ସଶକ୍ତ କରିବା, ନିରାପତା ସୁନିଶ୍ଚିତ କରିବା ସହ ବଜ୍ରପାତ ସଚେତନତା କାର୍ଯ୍ୟକ୍ରମ
କେନ୍ଦୁଝର, ୨୬ ଜୁଲାଇ(ହି.ସ.) – ଜିଲ୍ଲା ସମାଜ କଲ୍ୟାଣ ବିଭାଗ ସେହଯାଗେର ଜିଲ୍ଲା ଜରୁରୀକାଳୀନ ବିଭାଗ ଦ୍ୱାରା ସଦର ବ୍ଳକ ଓ କେନ୍ଦୁଝର ଗଡ଼ ପୌରପାଳିକା ଅଂଚଳରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ପାଇଁ ବଜ୍ରପାତ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମ ମହିଳାମା
କେନ୍ଦୁଝର: ମହିଳାମାନଙ୍କୁ ସଶକ୍ତ କରିବା, ନିରାପତା ସୁନିଶ୍ଚିତ କରିବା ସହ ବଜ୍ରପାତ ସଚେତନତା କାର୍ଯ୍ୟକ୍ରମ


କେନ୍ଦୁଝର, ୨୬ ଜୁଲାଇ(ହି.ସ.) – ଜିଲ୍ଲା ସମାଜ କଲ୍ୟାଣ ବିଭାଗ ସେହଯାଗେର ଜିଲ୍ଲା ଜରୁରୀକାଳୀନ ବିଭାଗ ଦ୍ୱାରା ସଦର ବ୍ଳକ ଓ କେନ୍ଦୁଝର ଗଡ଼ ପୌରପାଳିକା ଅଂଚଳରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ପାଇଁ ବଜ୍ରପାତ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମ ମହିଳାମାନଙ୍କୁ ବଜ୍ରପାତ ଠାରୁ ସୁରକ୍ଷା ବ୍ୟବସ୍ଥା, ସମ୍ଭାବ୍ୟ ବିପଦ ହ୍ରାସ କୈାଶଳ ଏବଂ ଜରୁରୀକାଳୀନ ପରିସ୍ଥିତର ମୁକାବିଲା ନିମେନ୍ତ ଆବଶ୍ୟକ ପ୍ରସ୍ତୁତି ବିଷୟରେ ତାଲିବ ଦିଆଯାଇଥିଲା । ଅଂଶଗ୍ରହଣକାରୀମାନେ ବଜ୍ରପାତ ସମୟରେ ନିଜକୁ ଏବଂ ସେମାନଙ୍କ ପରିବାରକୁ ସୁରକ୍ଷା ଦେବାପାଇଁ ମୂଲ୍ୟବାର ଜ୍ଞାନ ଆହରଣ କରିଥିଲେ । ସମାଜର ଅସୁରକ୍ଷିତ ବର୍ଗଙ୍କ ମଧ୍ୟରେ ବିପର୍ଯ୍ୟୟ ନେଇ ସଚେତନତା ମାଧ୍ୟମରେ ଧନଜୀବନ ହାନୀକୁ ବହୁ ମାତ୍ରାରେ ହ୍ରାସ କରିବା ଲାଗି ପ୍ରୋତ୍ସାହିତ କରିବାରେ ଏହି ପଦକ୍ଷେପ

ଗୁରୁତ୍ୱପୁର୍ଣ୍ଣ ଅଟେ । ସମୟୋପଯୋଗୀ ସତକର୍ତା ସୂଚନା ସହିତ ମହିଳାମାନଙ୍କୁ ସଶକ୍ତ କରି ଆମେ ଜୀବନରକ୍ଷା କରିପାରି ଓ ବଜ୍ରପାତର ବିପଦକୁ ହ୍ରାସ କରି ପାରିବାବୋଲି ଉପସ୍ଥିତ ତାଲିମାତାମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମିତା ନାଏକ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶେଖ ଇଜାଜ ଇକବଲ, ଶିଶିର କୁମାର ଷଡଙ୍ଗୀ, ଦିବ୍ୟର୍ଶନୀ େବେହରା, ବିକ୍ରମ କେଶରୀ ଦାଶ ଓ ଭାଗ୍ୟଶ୍ରୀ ବାରିକ ପ୍ରମୁଖ ଉପସ୍ଥିତ ସମସ୍ତ ସ୍ୱୟଂସହାୟକ ଗୋଷ୍ଟିର ମା’ମାନଙ୍କୁ ତାଲିମ ପ୍ରଦାନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ବିଭୂତି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବିଭୁତି ଭୂଷଣ ପଟ୍ଟନାୟକ / ବନ୍ଦନା / ବୀଣାପାଣି / ସମନ୍ୱୟ


 rajesh pande