ଶାଳପଡା ଡାଏରୀ ଫାର୍ମ ରେ ଅଘଟଣ  ୩ଶହ ଲିଟର ଘିଅ  ଭାସି ଗଲା ଡ୍ରେନ୍ ରେ ଘଣ୍ଟ ଘୋଡାଇବାକୁ ଉଦ୍ୟମ
ଘଟଗାଁ ୨୬ ଜୁଲାଇ(ହିସ) କେନ୍ଦୁଝର ଜିଲା ଆନନ୍ଦପୁରର ଶାଳପଡାଠାରେ ଥିବା ଓମ୍‌ଫେଡ ଡାଏରୀ ଫାର୍ମ ରେ ଆଜି ପରିଚାଳନା ଗତ ତ୍ରୁଟି ପାଇଁ ପ୍ରାୟ ୩ ସହ ଲିଟର ଘିଅ ଡ୍ରେନ ର ଆବର୍ଜନାରେ ଭାସିଯାଇଛି ଯାହାର ଆନୁମାନିକ ମୂଲ୍ଯ ପ୍ରାୟ ତିନି ଲକ୍ଷ୍ ଟଙ୍କରୁ ଉର୍ଦ୍ଧ ହେବ ବୋଲି ଜଣା ଯାଇଛି । ମିଳି ଥିବା ସୂଚ
ଶାଳପଡା ଡାଏରୀ ଫାର୍ମ ରେ ଅଘଟଣ  ୩ଶହ ଲିଟର ଘିଅ  ଭାସି ଗଲା ଡ୍ରେନ୍ ରେ ଘଣ୍ଟ ଘୋଡାଇବାକୁ ଉଦ୍ୟମ)


ଘଟଗାଁ ୨୬ ଜୁଲାଇ(ହିସ)

କେନ୍ଦୁଝର ଜିଲା ଆନନ୍ଦପୁରର ଶାଳପଡାଠାରେ ଥିବା ଓମ୍‌ଫେଡ ଡାଏରୀ ଫାର୍ମ ରେ ଆଜି ପରିଚାଳନା ଗତ ତ୍ରୁଟି ପାଇଁ ପ୍ରାୟ ୩ ସହ ଲିଟର ଘିଅ ଡ୍ରେନ ର ଆବର୍ଜନାରେ ଭାସିଯାଇଛି ଯାହାର ଆନୁମାନିକ ମୂଲ୍ଯ ପ୍ରାୟ ତିନି ଲକ୍ଷ୍ ଟଙ୍କରୁ ଉର୍ଦ୍ଧ ହେବ ବୋଲି ଜଣା ଯାଇଛି । ମିଳି ଥିବା ସୂଚନା ଅନୁଯାୟୀ ଆଜି ଭୂବନେଶ୍ଵର ରୁ ୧୨୬୦ କେଜି ବଟର ଆସିଥିବା ବେଳେ ୫୦୦ କେଜି ବଟର ଘିଅ ପ୍ରସ୍ତୁତ ପାଇଁ

ଘିଅ ପ୍ଲାଣ୍ଟ ରେ ପ୍ରାୟ ୫୦୦ ସହ ଲିଟର ବଟର. ଭର୍ତି କରାଯାଇ ଘିଅ ପ୍ରସ୍ତୁତି ପାଁଇ ହିଟର. ଅନ୍. କରାଯାଇଥିଲା. ତେବେ ବଟର. ଟାଙ୍କି ର ଘୋଡ଼ନୀ ଦିଆଯାଇନଥିବାରୁ. ତାହା ଉଛୁଳି ପଡି ଡ୍ରେନ ରେ ଭାସି ଯାଇ ଥିଲା. Iଆଜି ଓମଫେଡ଼ ପରିସରରେ କର୍ମଚାରୀ ଙ୍କ ମିଟିଙ୍ଗ ସହିତ ଭୋଜି ହେଉଥିବା ବେଳେ ଏପରି ଘଟଣା ଘଟିଛି। କମଚାରୀ ଓ ପ୍ରଡକସନ୍ ମ୍ୟାନେଜର୍ ଙ୍କ ଦାୟିତ୍ଵ ହୀନତା ପାଁଇ ଏପରି ଅଘଟଣ ଘଟିଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି. ଓମଫେଡ୍ ଏକ ଲାଭଦାୟକ ସଂସ୍ଥା ଭାବେ ଦିନକୁ ଦିନ ବ୍ୟବସାୟିକ ପସରା ମେଲୁଥିବା ବେଳେ କେତେକ କର୍ମଚାରୀଙ୍କ ମିଲିଭଗତ କାରବାର ଯୋଗୁ ଓମଫେଡ ଉତ୍ପାଦିତ ସାମଗ୍ରୀ ବ୍ୟବସାୟରେ ବାଧା ସୃଷ୍ଟି ହେଉଥ‌ିବା ଅଭିଯୋଗ ହୋଇଛି। ବିତରଣ ବ୍ୟବସ୍ଥାରେ ବିଶୃଙ୍ଖଳା ସୃଷ୍ଟି ହେଉଥିବାରୁ ଆନନ୍ଦପୁର ଅଞ୍ଚଳରେ ବ୍ୟବସାୟିକ ମାନ୍ଦା ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାଯାଇଛି। । ମିଳିଥିବା ସୂଚନାନୁଯାୟୀ, ଓମଫେଡ ଉତ୍ପାଦିତ ସାମଗ୍ରୀ ବିକ୍ରି କରିବା ପାଇଁ ଆନନ୍ଦପୁର ଅଞ୍ଚଳରେ କେତେକକ୍ଷମତାପ୍ରାପ୍ତ ବିକ୍ରେତା ଓ ବଣ୍ଟନକାରୀଙ୍କୁ ଅନୁମତି ଦିଆଯାଇଅଛି। ସେହି କ୍ରମରେ ବିତରକମାନେ ପ୍ରତିଦିନ ନିଜର ଆବଶକୀୟ ଚାହିଦା ମୁତାବକ ସାମଗ୍ରୀର ପାଇଁ ଅଗ୍ରୀମ ଇଣ୍ଡେଣ୍ଟ ଦେଇଥାନ୍ତି | ହେଲେ ଶାଳପଡା ଡାଏରୀ ଫାର୍ମର କେତେକ କର୍ମଚାରୀବିଭିନ୍ନ ଉତ୍ପାଦିତ ଦ୍ରବ୍ୟକୁ ନିଜର ବ୍ୟବହାର ଆଳ ଦେଖାଇ ବଜାରରେ ବିକ୍ରି କରୁଥିବାରୁ କ୍ଷମତାପ୍ରାପ୍ତ ବିକ୍ରେତା ମାନଙ୍କର ବ୍ୟବସାୟିକ କ୍ଷତି ହେଉଥିବାଅଭିଯୋଗ ହୋଇଛି। କଏନକୁ କ୍ୟାସରେ କନଭର୍ଟ କରିବା ଘୋଟାଲା ଚର୍ଚ୍ଚା ଥମି ନଥିବା ବେଳେ ପୁଣି ଦୁଗ୍ଧଜାତ ସାମଗ୍ରୀରେ ହେଉଥ‌ିବା ହେରଫେର ନେଇ ଚର୍ଚ୍ଚାକୁ ଆସିଛି ଶାଳପଡା ଓମଫେଡ ଡାଏରୀ I ଏ ସମ୍ପର୍କରେ ସ୍ଥାନୀୟ ଶାଳପଡା ଓମଫେଡ ପରିଚାଳକ କୈଣସି ଉତ୍ତର ଦେଇନଥିବା ବେଳେ

ଓମଫେଡ଼ ର ମହାପ୍ରବନ୍ଧକ ସୌରଭ କୁମାର ଭୂମି ଙ୍କୁ

ପଚାରିବାରୁ ସେ ଘିଅ ଡ୍ରେନରେ ଭାସିଯିବା ସଂପର୍କରେ ଜାଣି ନଥିବା ପ୍ରକାଶ କରିବା ସହିତ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି I

ହିନ୍ଦୁସ୍ଥାନ ସମାଚାର / Ghanshyam Jena / ବନ୍ଦନା


 rajesh pande