ପଂଚଗଙ୍ଗା ନଦୀର ବନ୍ୟାପାଣି କୋହ୍ଲାପୁର ଜିଲ୍ଲାର ସହରରେ ପଶିଲା, ଜନଜୀବନ ଅସ୍ତବ୍ୟସ୍ତ : କୋହ୍ଲାପୁର ଜିଲ୍ଲାରେ ୪୦ ସଡ଼କ ବନ୍ଦ, ୧୬୦ରୁ ଅଧିକ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ, ୧୫୯ ଘର ଭୁଶୁଡ଼ିଛି
ମୁମ୍ବାଇ, ୨୬ ଜୁଲାଇ (ହି.ସ.)- ପଂଚଗଙ୍ଗା ନଦୀରେ ଆସିଥିବା ବନ୍ୟାପାଣି କୋହ୍ଲାପୁର ଜିଲ୍ଲାର ସହରରେ ପ୍ରବେଶ କରିବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଜିଲ୍ଲାର ୪୦ଟି ସଡ଼କ ପଥକୁ ବନ୍ଦ କରାଯାଇଛି । ୧୬୦ରୁ ଅଧିକ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବନ୍ୟାରେ ଏପର୍ଯ୍ୟନ୍ତ ଜିଲ୍ଲାରେ ୧୫୯ରୁ ଅଧ
ପଂଚଗଙ୍ଗା ନଦୀର ବନ୍ୟାପାଣି କୋହ୍ଲାପୁର ଜିଲ୍ଲାର ସହରରେ ପଶିଲା, ଜନଜୀବନ ଅସ୍ତବ୍ୟସ୍ତ : କୋହ୍ଲାପୁର ଜିଲ୍ଲାରେ ୪୦ ସଡ଼କ ବନ୍ଦ, ୧୬୦ରୁ ଅଧିକ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ, ୧୫୯ ଘର ଭୁଶୁଡ଼ିଛି


ମୁମ୍ବାଇ, ୨୬ ଜୁଲାଇ (ହି.ସ.)- ପଂଚଗଙ୍ଗା ନଦୀରେ ଆସିଥିବା ବନ୍ୟାପାଣି କୋହ୍ଲାପୁର ଜିଲ୍ଲାର ସହରରେ ପ୍ରବେଶ କରିବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଜିଲ୍ଲାର ୪୦ଟି ସଡ଼କ ପଥକୁ ବନ୍ଦ କରାଯାଇଛି । ୧୬୦ରୁ ଅଧିକ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବନ୍ୟାରେ ଏପର୍ଯ୍ୟନ୍ତ ଜିଲ୍ଲାରେ ୧୫୯ରୁ ଅଧିକ ପକ୍କା ଓ କଚ୍ଚାଘର ଭୁଶୁଡିଛି । ୫ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ପଂଚଗଙ୍ଗା ନଦୀର ଜଳସ୍ତର ଗତ ୧୨ ଘଂଟା ମଧ୍ୟରେ ୧ ଫୁଟ୍ ୪ ଇଂଚ ବୃଦ୍ଧି ପାଇଛି । ଗୁରୁବାର ରାତି ୯ଟାରେ ରାଜାରାମ ବଂଧାରାରେ ପଂଚଗଙ୍ଗା ନଦୀର ଜଳସ୍ତର ୪୩ ଫୁଟ୍ ୬ ଇଂଚ୍ ଥିଲା । ଶୁକ୍ରବାର ସକାଳ ୯ଟା ସୁଦ୍ଧା ଜଳସ୍ତର ୪୪ ଫୁଟ୍ ୧୦ ଇଂଚ୍ ପର୍ଯ୍ୟନ୍ତ ପହଂଚିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ / ସମନ୍ୱୟ


 rajesh pande