କେନ୍ଦ୍ରାପଡା କ୍ରେଡିଟ୍ କୋ-ଅପରେଟିଭ ସୋସାଇଟ୍ ପକ୍ଷରୁ ଅସହାୟ ପରିବାର ସହାୟତା
କେନ୍ଦ୍ରାପଡ଼ା, ୨୬ ଜୁଲାଇ(ହି.ସ.) – କେନ୍ଦ୍ରାପଡାର ଜଣାଶୁଣା ସମବାୟ ଆର୍ଥିକ ସଂସ୍ଥା କେନ୍ଦ୍ରାପଡା କ୍ରେଡିଟ୍ କୋ-ଅପରେଟିଭ ସୋସାଇଟ୍ ପକ୍ଷରୁ ଏକ ଅସହାୟ ଓ ମସ୍ତିଷ୍କାଘାତ ରେ ପିଡୀତ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଅଙ୍ଗୁଳାଇ ପଂଚାୟତ ର ନିଳାଦ୍ରୀପୁର ନିବାସୀ ନରେଶ ପଣ୍ଡା ବୟସ ୪୩ ଅତ
କେନ୍ଦ୍ରାପଡା କ୍ରେଡିଟ୍ କୋ-ଅପରେଟିଭ ସୋସାଇଟ୍ ପକ୍ଷରୁ ଅସହାୟ ପରିବାର ସହାୟତା


କେନ୍ଦ୍ରାପଡ଼ା, ୨୬ ଜୁଲାଇ(ହି.ସ.) – କେନ୍ଦ୍ରାପଡାର ଜଣାଶୁଣା ସମବାୟ ଆର୍ଥିକ ସଂସ୍ଥା କେନ୍ଦ୍ରାପଡା କ୍ରେଡିଟ୍ କୋ-ଅପରେଟିଭ ସୋସାଇଟ୍ ପକ୍ଷରୁ ଏକ ଅସହାୟ ଓ ମସ୍ତିଷ୍କାଘାତ ରେ ପିଡୀତ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଅଙ୍ଗୁଳାଇ ପଂଚାୟତ ର ନିଳାଦ୍ରୀପୁର ନିବାସୀ ନରେଶ ପଣ୍ଡା ବୟସ ୪୩ ଅତ୍ୟନ୍ତ ଦରିଦ୍ର ଥିବାବେଳେ କିଛିଦିନ ହେବ ସେ ମସ୍ତିଷ୍କ ପକ୍ଷାଘାତ ପିଡୀତ ହୋଇ ଅସହାୟ ଅବସ୍ଥାରେ ବଂଚିବାର ରାହା ଖୋଜୁଛନ୍ତି । ଖବରପାଇ ସୋସାଇଟର ସଭାପତି ପ୍ରମୋଦ କୁମାର ସାହୁ ଓ ଅତିରିକ୍ତ ସଂପାଦକ ଅରବିନ୍ଦ ସାହୁ ପ୍ରମୁଖ ମାର୍ଶାଘାଇ ସୋସାଇଟ ଶାଖା ପକ୍ଷରୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଓ ଆଗାମୀ ମାସ ଠାରୁ ପ୍ରତି ମାସରେ ଜ୍ଞାନଦେବୀ ଗୁଜୁରାଣ ସହାୟତା ପାଣ୍ଠିରୁ ୧ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ ବୋଲି ଶ୍ରୀ ସାହୁ ଘୋଷଣା କରିଛନ୍ତି । ଏହି ସହାୟତା ପ୍ରଦାନ ସମୟରେ ମାର୍ଶାଘାଇ ଶାଖା ଆକାଉଟାଣ୍ଟ ଭାଗ୍ୟଶ୍ରୀ ଭୋଳ, ଅନନ୍ତଦାସ, ବିଶ୍ୱ ରଂଜନ ମନ୍ତ୍ରୀ, ୱାର୍ଡ ମେମ୍ବର ସଂଘମିତ୍ରା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି / ବୀଣାପାଣି / ସମନ୍ୱୟ


 rajesh pande