ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ଆଲୋଚନା ସଭା
ଗଂଜାମ, 27 ଜୁଲାଇ (ହି.ସ.) ବ୍ରହ୍ମପୁର ଉତ୍କଳ ଆଶ୍ରମ ପାଠାଗାର କକ୍ଷରେ ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ଆଲୋଚନା ସଭା ଅନୁଷ୍ଠିତ ‌ହୋଇଯାଇଛି । ଅନୁଷ୍ଠାନର ଉପସଭାପତି ପ୍ରାଣଚାନ୍ଦ ପଣ୍ଡା ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥି ଭାବରେ ସମାଜ ସେବୀ ଅବସରପ୍ରାପ୍ତ ଡେପୁଟି ନିର୍ବାହ
ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ଆଲୋଚନା ସଭା


ଗଂଜାମ, 27 ଜୁଲାଇ (ହି.ସ.)

ବ୍ରହ୍ମପୁର ଉତ୍କଳ ଆଶ୍ରମ ପାଠାଗାର କକ୍ଷରେ ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ଆଲୋଚନା ସଭା ଅନୁଷ୍ଠିତ ‌ହୋଇଯାଇଛି । ଅନୁଷ୍ଠାନର ଉପସଭାପତି ପ୍ରାଣଚାନ୍ଦ ପଣ୍ଡା ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥି ଭାବରେ ସମାଜ ସେବୀ ଅବସରପ୍ରାପ୍ତ ଡେପୁଟି ନିର୍ବାହୀ ଯନ୍ତ୍ରୀ ଇଂ. ପ୍ରଫୁଲ୍ଲ କୁମାର ଦାସ ଏବଂ ସାଧାରଣ ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ ପ୍ରମୁଖ ମଞ୍ଚାସିନ୍ ହୋଇଥିଲେ । ପ୍ରାରମ୍ଭରେ ବନ୍ଦ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା। ବରିଷ୍ଠ ସଦସ୍ୟ ତଥା କଣ୍ଠଶିଳ୍ପୀ ଶ୍ୟାମାପ୍ରସାଦ ପାଢୀ ଜଗନ୍ନାଥ ଭଜନ ପରିବେଷଣ କରିଥିଲେ। ଆଲୋଚନା ପ୍ରସଙ୍ଗ ରେ ଓଡ଼ିଶା ରେ ନବନିର୍ବାଚିତ ସରକାର ଙ୍କୁ ସ୍ବାଗତ କରି ବରିଷ୍ଠ ନାଗରିକ ସୁରକ୍ଷା ନିମନ୍ତେ ସହାୟତା ପ୍ରଦାନ କରିବା ପାଇଁ ଦାବି କରାଯାଇଥିଲା। ବିଶେଷ କରି ଗ୍ରାମାଞ୍ଚଳରେ ବସବାସ କରୁଥିବା ଅସହାୟ ବୟୋଜ୍ୟେଷ୍ଠ ବୃଦ୍ଧା ବୃଦ୍ଧ ମାନଙ୍କୁ ରାସନ୍ କାର୍ଡ, ବାସଗୃହ ଏବଂ ପେନସନ ସହ ସ୍ବାସ୍ଥ୍ୟ ସେବା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ବିଶେଷ ଦୃଷ୍ଟି ମୁଁ ଦେବା ଆବଶ୍ୟକ ବୋଲି ଆଲୋଚନା କରାଯାଇଥିଲା ଏବଂ ଏଥି ସମ୍ପର୍କରେ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିବା ପାଇଁ ସ୍ଥିର କରାଗଲା।

ହିନ୍ଦୁସ୍ଥାନ ସମାଚାର

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ / ସ୍ୱାଗତିକା / ସମନ୍ୱୟ


 rajesh pande