ମିସାଇଲ ମ୍ୟାନଙ୍କ ସ୍ମରଣ କଲେ ଧର୍ମେନ୍ଦ୍ର
ଭୁବନେଶ୍ୱର, 27 ଜୁଲାଇ (ହି.ସ.) - ମିସାଇଲ ମ୍ୟାନ ଏପିଜେ ଅବଦୁଲ କାଲାମଙ୍କ ସ୍ମରଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ,ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମହାନ ବୈଜ୍ଞାନିକ ଭାରତ ରତ୍ନ ଡ.ଏପିଜେ ଅବଦୁଲ କାଲାମଙ
ମିସାଇଲ ମ୍ୟାନଙ୍କ ସ୍ମରଣ କଲେ ଧର୍ମେନ୍ଦ୍ର


ଭୁବନେଶ୍ୱର, 27 ଜୁଲାଇ (ହି.ସ.)

- ମିସାଇଲ ମ୍ୟାନ ଏପିଜେ ଅବଦୁଲ କାଲାମଙ୍କ ସ୍ମରଣ କଲେ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି

ଯେ,ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମହାନ ବୈଜ୍ଞାନିକ ଭାରତ ରତ୍ନ ଡ.ଏପିଜେ ଅବଦୁଲ କାଲାମଙ୍କ

ପୁଣ୍ୟତିଥି ଅବସରରେ ତାଙ୍କୁ ବିନମ୍ର ଶ୍ରଦ୍ଧାଂଜଳି । ମିସାଇଲ୍ ମ୍ୟାନ ନାମରେ ପ୍ରସିଦ୍ଧ

ଡ.ଏପିଜେ ଅବଦୁଲ କାଲାମ ଦେଶକୁ ପରମାଣୁ ଶକ୍ତି ସଂପନ୍ନ କରାଇବା ଦିଗରେ ନିଜ ଅମୂଲ୍ୟ ଯୋଗଦାନ

ଦେଇଥିଲେ । ଭାରତକୁ ବିକଶିତ ରାଷ୍ଟ୍ର କରାଇବା ପାଇଁ ସେ କୃଷି, ସ୍ୱାସ୍ଥ୍ୟ, ଶିକ୍ଷା ତଥା

ଗବେଷଣାରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାକୁ ପ୍ରୋତ୍ସାହିତ କରିବାରେ ପ୍ରାଥମିକତା ଦେଇଥିଲେ ।

ରାଷ୍ଟ୍ର ନିର୍ମାଣରେ ତାଙ୍କ ବିଚାର ସର୍ବଦା ଆଗାମୀ ପିଢିକୁ ପ୍ରେରିତ କରୁଥିବ ।

ହିନ୍ଦୁସ୍ଥାନ ସମାଚାର

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା / ସମନ୍ୱୟ


 rajesh pande