ଅମରନାଥ ଯାତ୍ରା-କଡା ସୁରକ୍ଷା ମଧ୍ୟରେ 1771 ତୀର୍ଥଯାତ୍ରୀଙ୍କ ଅମରନାଥ ଯାତ୍ରା
ଜମ୍ମୁ, 27 ଜୁଲାଇ (ହି.ସ.) - କଡା ସୁରକ୍ଷା ବଳୟ ମଧ୍ୟରେ 1771 ତୀର୍ଥଯାତ୍ରୀ ଜମ୍ମୁ ଭଗବତୀ ନଗର ସ୍ଥିତ ଆଧାର ଶିବିରରୁ ଶନିବାର ଭୋରରେ ଅମରନାଥ ଯାତ୍ରା କରିଛନ୍ତି । ତୀର୍ଥଯାତ୍ରୀଙ୍କ ଏହି 30ତମ ବ୍ୟାଚ କଡା ସୁରକ୍ଷାବଳୟ ମଧ୍ୟରେ 63ଟି ଗାଡିର କାଫିଲାରେ ସକାଳ 3.25
ଅମରନାଥ ଯାତ୍ରା-କଡା ସୁରକ୍ଷା ମଧ୍ୟରେ 1771 ତୀର୍ଥଯାତ୍ରୀଙ୍କ     ଅମରନାଥ ଯାତ୍ରା


ଜମ୍ମୁ, 27 ଜୁଲାଇ (ହି.ସ.)

- କଡା ସୁରକ୍ଷା ବଳୟ ମଧ୍ୟରେ 1771 ତୀର୍ଥଯାତ୍ରୀ ଜମ୍ମୁ

ଭଗବତୀ ନଗର ସ୍ଥିତ ଆଧାର ଶିବିରରୁ ଶନିବାର ଭୋରରେ ଅମରନାଥ ଯାତ୍ରା କରିଛନ୍ତି ।

ତୀର୍ଥଯାତ୍ରୀଙ୍କ ଏହି 30ତମ ବ୍ୟାଚ କଡା ସୁରକ୍ଷାବଳୟ ମଧ୍ୟରେ 63ଟି ଗାଡିର କାଫିଲାରେ ସକାଳ

3.25 ମିନିଟ ସମୟରେ ଆଧାର ଶିବିରରୁ ଯାଇଛନ୍ତି । ଆଜି ବାହାରିଥିବା 999 ତୀର୍ଥଯାତ୍ରୀ ଅନନ୍ତନାଗ

ଜିଲ୍ଲାରେ ପାରମ୍ପରିକ 48 କିଲୋମିଟର ଦୀର୍ଘ ରାସ୍ତାରେ ପହଲଗାମରେ ପହଂଚିବେ, ସେହିପରି 772

ତୀର୍ଥଯାତ୍ରୀ ଗାଂଦରବଲ ଜିଲ୍ଲାର ବାଲଟାଲ ମାର୍ଗ ଚୟନ କରିଛନ୍ତି । ଏବେ ସୁଦ୍ଧା 4.45 ଲକ୍ଷରୁ

ଅଧିକ ତୀର୍ଥଯାତ୍ରୀ 3880 ମିଟର ଉଚ୍ଚ ଗୁମ୍ଫା ମନ୍ଦିରରେ ବର୍ଫାନୀ ବାବାଙ୍କ ଦର୍ଶନ

କରିସାରିଲେଣି ।

ହିନ୍ଦୁସ୍ଥାନ ସମାଚାର

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା / ବନ୍ଦନା


 rajesh pande