ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ମା ପାଇଁ ଗଛଟିଏ
କେନ୍ଦ୍ରାପଡ଼ା, ୦୧ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡା ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ମୁଖ୍ୟ ଶାଖା ଓ ଆର୍‌ଏସିସି କେନ୍ଦ୍ରାପଡା ଶାଖାର ମିଳିତ ଆନୁକୂଲ୍ୟରେ ଶନିବାର ଦିନ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡା ମୁଖ୍ୟ ଶାଖାର ମୁଖ୍ୟ ପରିଚାଳକ ବିଶ୍ୱଜିତ ରାଉତରାୟ ଓ ଆର୍
ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ମା ପାଇଁ ଗଛଟିଏ


କେନ୍ଦ୍ରାପଡ଼ା, ୦୧ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡା ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ମୁଖ୍ୟ ଶାଖା ଓ ଆର୍‌ଏସିସି କେନ୍ଦ୍ରାପଡା ଶାଖାର ମିଳିତ ଆନୁକୂଲ୍ୟରେ ଶନିବାର ଦିନ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡା ମୁଖ୍ୟ ଶାଖାର ମୁଖ୍ୟ ପରିଚାଳକ ବିଶ୍ୱଜିତ ରାଉତରାୟ ଓ ଆର୍‌ଏସିସିର ମୁଖ୍ୟ ପରିଚାଳକ ଇପ୍ସିତା ରଥଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଟାଉନ ହାଇସ୍କୁଲ, କୋରୋ ସ୍କୁଲ ଓ କେନ୍ଦ୍ରାପଡା କଲେଜ ପରିସରରେ ୧୭୦ଟି ବୃକ୍ଷ ରୋପଣ କରାଯାଇଥିଲା । ସେହି ସ୍କୁଲ ଓ କଲେଜର କର୍ମଚାରୀମାନଙ୍କ ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କ ପକ୍ଷରୁ କେନ୍ଦ୍ରାପଡା ଶାଖାର ଉପ ପରିଚାଳକ ସୁପ୍ରିୟା ମଲ୍ଲିକଙ୍କ ସହିତ ହାଇସ୍କୁଲ ଓ କଲେଜର ପ୍ରଧାନ ଶିକ୍ଷକ, ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ଭାଗ ନେଇ ବୃକ୍ଷରୋପଣ କରିଥିଲେ। ଅସୁନ୍ତଳିତ ଜଳବାୟୁ ପରିବର୍ତନ ପାଇଁ ମାନବ ସମାଜ ହିଁ ଦାୟୀ ତେଣୁ ଭବିଷ୍ୟତ ପିଢି ପାଇଁ ଗଛଟିଏ ଲଗାଇବା ନିହାତି ଜରୁରୀ ବୋଲି ମୁଖ୍ୟ ପରିଚାଳକ ଶ୍ରୀ ରାଉତରାୟ ଓ ଆର୍‌ଏସିସିର ମୁଖ୍ୟ ପରିଚାଳକ ଶ୍ରୀମତୀ ରଥ ଛାତ୍ରଛାତ୍ରୀମାନଙ୍କୁ ତାଙ୍କ ଅଭିଭାଷଣରେ ପରାମର୍ଶ ଦେଇଥିଲେ। ବ୍ୟାଙ୍କ ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର ଗଛ ଲଗାଯିବା ସହିତ ଚାରାବଂଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବ୍ୟାଙ୍କ ପକ୍ଷରୁ ଜଗନ୍ନାଥ ପଣ୍ଡା ଓ ରାମେଶ୍ୱର ନାୟକ ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande