ହୋ ଭାଷାକୁ ସମ୍ବିଧାନିକ ମାନ୍ୟତା ଓ ଦ୍ୱିତୀୟ ରାଜଭାଷାର ମାନ୍ୟତା ଦାବୀ
ଚମ୍ପୁଆ,୧୩ ସେପ୍ଟେମ୍ବର (ହି.ସ.) - ହୋ ଭାଷାକୁ ସମ୍ବିଧାନିକ ଏବଂ ଓଡ଼ିଶାରେ ଦ୍ୱିତୀୟ ରାଜଭାଷାର ମାନ୍ୟତା ଦାବୀ ନେଇ ଆଜି ଚମ୍ପୁଆ ବ୍ଲକ ଅଲ ଇଣ୍ଡିଆ ହୋ ଭାଷା ଆକ୍ସନ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀ, ଓଡିଶାଙ୍କ ଉଦେଶ୍ୟରେ ଚମ୍ପୁଆ ଉପଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। କେନ୍ଦୁଝ
ହୋ ଭାଷାକୁ ସମ୍ବିଧାନିକ ମାନ୍ୟତା ଓ ଦ୍ୱିତୀୟ ରାଜଭାଷାର ମାନ୍ୟତା ଦାବୀ


ଚମ୍ପୁଆ,୧୩ ସେପ୍ଟେମ୍ବର (ହି.ସ.) - ହୋ ଭାଷାକୁ ସମ୍ବିଧାନିକ ଏବଂ ଓଡ଼ିଶାରେ ଦ୍ୱିତୀୟ ରାଜଭାଷାର ମାନ୍ୟତା ଦାବୀ ନେଇ ଆଜି ଚମ୍ପୁଆ ବ୍ଲକ ଅଲ ଇଣ୍ଡିଆ ହୋ ଭାଷା ଆକ୍ସନ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀ, ଓଡିଶାଙ୍କ ଉଦେଶ୍ୟରେ ଚମ୍ପୁଆ ଉପଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। କେନ୍ଦୁଝର ଜିଲ୍ଲା ସମ୍ପାଦକ ସୋମନାଥ ସିଙ୍କୁଙ୍କ ନେତୃତ୍ୱରେ ଦିଆ ଯାଇଥିବା ଏହି ଦାବୀ ପତ୍ରରେ ଭାରତବର୍ଷର ସର୍ବ ପୁରାତନ ଏବଂ ସମୃଦ୍ଧ ଏହି ହୋ ଭାଷାକୁ ଆମ ରାଜ୍ୟର ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ସୁନ୍ଦରଗଡ଼, ଯାଜପୁର, କଟକ, ଅନୁଗୁଳ, ଢେଙ୍କାନାଳ ଆଦି ଜିଲ୍ଲାରେ ୧୪ ଲକ୍ଷରୁ ଉର୍ଦ୍ଧ ହୋ ସମ୍ପ୍ରଦାୟ ଲୋକ ବ୍ୟବହାର କରନ୍ତି। ଏହି ଭାଷାର ନିଜସ୍ୱ ୱାରାଂଚିତି ଲିପି ଏବଂ ଏହାର ମୌଖିକ ଓ ଲିଖିତ ସାହିତ୍ୟ ମଧ୍ୟ ରହିଛି। ଏହା ଓଡିଶା ବାହାରେ ଦେଶର ଝାରଖଣ୍ଡ, ବିହାର, ପଶ୍ଚିମବଙ୍ଗ, ଆସାମ, ଛତିଶଗଡ ଓ ମଧ୍ୟପ୍ରଦେଶ ଆଦି ରାଜ୍ୟରେ ପ୍ରାୟ ୪୦ ଲକ୍ଷରୁ ଉର୍ଦ୍ଧ ଲୋକ ବ୍ୟବହାର କରିଥାନ୍ତି। ଓଡ଼ିଶାର ତତ୍କାଳୀନ ସରକାର ବହୁଭାଷୀ ଶିକ୍ଷା ଯୋଜନା ଅନ୍ତର୍ଗତ ଓଡ଼ିଶାରେ ପ୍ରାଥମିକ ସ୍ତରରେ ୩୦୦ ହୋ ଭାଷା ଶିକ୍ଷକ ନିଯୁକ୍ତି ପ୍ରଦାନ କରିଛନ୍ତି। ସରକାରଙ୍କ ତରଫରୁ ହୋ ଭାଷାରେ ବହୁ ପୁସ୍ତକ ମଧ୍ୟ ପ୍ରକାଶିତ ହୋଇଛି। ଓଡିଶା ସରକାର କେନ୍ଦ୍ରସରକାରଙ୍କ ଠାରେ ୨୦୧୧ ମସିହାରେ ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚିରେ ସାମିଲ କରିବାକୁ ସୁପାରିଶ କରିବା ସହିତ ବହୁବାର କେନ୍ଦ୍ରସରକାରଙ୍କୁ ଚିଠି ଲେଖି ଅଥବା ରାଜ୍ୟ ସଭାରେ ସାଂସଦଙ୍କ ଦ୍ୱାରା ବାରମ୍ବାର ଦାବୀ ଉପସ୍ଥାପନ କରିଛନ୍ତି। ଏହା ବ୍ୟତୀତ ଝାରଖଣ୍ଡ ସରକାର ମଧ୍ୟ ହୋ ଭାଷାର ଗୁରୁତ୍ୱକୁ ଉପଲବ୍ଧି କରି ଏହାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ କରିବା ପାଇଁ କେନ୍ଦ୍ରସରକାରଙ୍କୁ ସୁପାରିଶ କରିବା ସହିତ ରାଜ୍ୟରେ ଦ୍ୱିତୀୟ ରାଜଭାଷାର ମାନ୍ୟତା ପ୍ରଦାନ କରିଛନ୍ତି। ତେଣୁ ଓଡ଼ିଶାରେ ମଧ୍ୟ ହୋ ଭାଷାର ସାମଗ୍ରିକ ବିକାଶ ପାଇଁ, ହୋ ଭାଷା ଭାଷୀ ପିଲାଙ୍କ ଶିକ୍ଷାକୁ ଅଧିକ ବ୍ୟାପକ ଏବଂ ଉପଯୋଗୀ କରିବା ପାଇଁ ଆହୁରି ଅନେକ ପଦକ୍ଷେପ ନେବାର ଆବଶ୍ୟକତା ରହି ଥିବାରୁ ଓଡ଼ିଶାରେ ହୋ ଭାଷାକୁ ଦ୍ୱିତୀୟ ରାଜଭାଷାର ମାନ୍ୟତା ପ୍ରଦାନ କରିବା, ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚିରେ ସାମିଲ କରିବା ପାଇଁ କେନ୍ଦ୍ରସରକାରଙ୍କୁ ସୁପାରିଶ କରିବା, ସଠିକ ଭାବେ ହୋ ଭାଷାରେ ଅଙ୍ଗନବାଡି ମାନଙ୍କରେ ନୂଆ ଅରୁଣିମା ମାର୍ଗ ଦର୍ଶିକା ପୁସ୍ତକ ପ୍ରଚଳନ କରିବା, ପ୍ରାଥମିକ ବିଦ୍ୟାଳୟ ଠାରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ହୋ ଭାଷାରେ ପାଠ୍ୟକ୍ରମ ପ୍ରଚଳନ କରିବା, ୮୦ ପ୍ରତିଶତରୁ ଅଧିକ ହୋ ଜନଜାତିର ଛାତ୍ର, ଛାତ୍ରୀ ଥିବା ପ୍ରାୟ ୫୦୦ ରୁ ଅଧିକ ବିଦ୍ୟାଳୟରେ ବହୁଭାଷୀ ଶିକ୍ଷା ଯୋଜନା ଲାଗୁ କରାଯାଇ ଆବଶ୍ୟକ ହୋ ଭାଷା ଶିକ୍ଷକ ନିଯୁକ୍ତି କରାଯିବା ଆଦି ଦାବୀ ଦାବୀ ପତ୍ରରେ ଉଲେଖ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ଭାନୁ

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande