ସ୍ୱାସ୍ଥ୍ୟ ସେବା ବ୍ୟାହତ ହେତୁ ୨୯ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ମୁଖ୍ୟମନ୍ତ୍ରୀ ବାନାର୍ଜୀ ଆର୍ôଥକ ସହାୟତା କଲେ ଘୋଷଣା
କୋଲକାତା, ୧୩ ସେପ୍େଟମ୍ବର (ହିସ) - ଆରଜି କର ମେଡିକାଲ କଲେଜରେ ଜଣେ ତାଲିମପ୍ରାପ୍ତ ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟାକୁ ବିରୋଧ କରୁଥିବା ଜୁନିଅର ଡାକ୍ତରଙ୍କ ଉପରେ ରାଜ୍ୟ ସରକାର ଚାପ ପକାଇବା ଆରମ୍ଭ କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର ଦିନ ଦାବି କରିଛନ୍ତି ଯେ ସ
ସ୍ୱାସ୍ଥ୍ୟ ସେବା ବ୍ୟାହତ ହେତୁ ୨୯ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ମୁଖ୍ୟମନ୍ତ୍ରୀ ବାନାର୍ଜୀ ଆର୍ôଥକ ସହାୟତା କଲେ ଘୋଷଣା


କୋଲକାତା, ୧୩ ସେପ୍େଟମ୍ବର (ହିସ) - ଆରଜି କର ମେଡିକାଲ କଲେଜରେ ଜଣେ ତାଲିମପ୍ରାପ୍ତ ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟାକୁ ବିରୋଧ କରୁଥିବା ଜୁନିଅର ଡାକ୍ତରଙ୍କ ଉପରେ ରାଜ୍ୟ ସରକାର ଚାପ ପକାଇବା ଆରମ୍ଭ କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର ଦିନ ଦାବି କରିଛନ୍ତି ଯେ ସ୍ୱାସ୍ଥ୍ୟ ସେବା ବ୍ୟାହତ ହେତୁ ୨୯ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରତ୍ୟେକ ମୃତକଙ୍କ ନିର୍ଭରଶୀଳଙ୍କୁ ସେ ୨ ଲକ୍ଷ ଟଙ୍କା ଆର୍ôଥକ ସହାୟତା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟ ବହୁମୂଲ୍ୟ ଜୀବନ ହରାଇଛି। ଦୀର୍ଘ ଦିନ ଧରି ଚାଲିଆସୁଥିବା ଜୁନିୟର ଡାକ୍ତରଙ୍କ ଧର୍ମଘଟ ଯୋଗୁଁ ଏହି ଦୁଃଖଦ ଘଟଣା ଘଟିଛି ଯାହା ସ୍ୱାସ୍ଥ୍ୟ ସେବାକୁ ଗୁରୁତର ଭାବେ ପ୍ରଭାବିତ କରିଛି। ବାନାର୍ଜୀ କହିଛନ୍ତି ଯେ ମୃତକଙ୍କ ପରିବାରକୁ ସହାୟତା କରିବା ପାଇଁ ରାଜ୍ୟ ସରକାର ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା ଆର୍ôଥକ ସହାୟତା ପ୍ରଦାନ କରିବେ।

----------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande