ଓସିଏ ଜାରି ଲିଷ୍ଟରେ କୋରାପୁଟ ଜିଲ୍ଲା ବାଦ୍ ଘଟଣା: ସୁବାଷ ଓ ରବି ମୁହାଁମୁହିଁ
ଜୟପୁର, ୧୩ ସେପ୍ଟେମ୍ବର(ହି.ସ.) – କୋରାପୁଟ ଜିଲ୍ଲା ଓସିଏ ତରଫରୁ ଆୟୋଜିତ ହେବାକୁ ଥିବା ଆନ୍ତଃଜିଲ୍ଲା କ୍ରିକେଟ୍ ଟୁର୍ଣ୍ଣାମେଂଟରେ କୋରାପୁଟ ଜିଲ୍ଲାକୁ ବାଦ୍ ଦିଆଯାଇଥିବା ଘଟଣାକୁ ନେଇ ତୀବ୍ର ଅସନ୍ତୋଷ କରିବା ସହ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି କୋରାପୁଟ ଜିଲ୍ଲାର ଜଣେ ଦକ୍ଷ ତଥା ଜଣାଶୁଣା କ୍ରି
ଓସିଏ ଜାରି ଲିଷ୍ଟରେ କୋରାପୁଟ ଜିଲ୍ଲା ବାଦ୍ ଘଟଣା -ସୁବାଷ ଓ ରବି ମୁହାଁ ମୁହିଁ।


ଜୟପୁର, ୧୩ ସେପ୍ଟେମ୍ବର(ହି.ସ.) – କୋରାପୁଟ ଜିଲ୍ଲା ଓସିଏ ତରଫରୁ ଆୟୋଜିତ ହେବାକୁ ଥିବା ଆନ୍ତଃଜିଲ୍ଲା କ୍ରିକେଟ୍ ଟୁର୍ଣ୍ଣାମେଂଟରେ କୋରାପୁଟ ଜିଲ୍ଲାକୁ ବାଦ୍ ଦିଆଯାଇଥିବା ଘଟଣାକୁ ନେଇ ତୀବ୍ର ଅସନ୍ତୋଷ କରିବା ସହ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି କୋରାପୁଟ ଜିଲ୍ଲାର ଜଣେ ଦକ୍ଷ ତଥା ଜଣାଶୁଣା କ୍ରିକେଟ ଖେଳାଳୀ ସୁବାଷ ରାଉତ। ଆଜି ସୁବାଷ ତାଙ୍କ ଏସ୍ ଆର୍ ମୋହଲ ରେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ଓସିଏ ତରଫରୁ ଆୟୋଜିତ ହେବାକୁ ଥିବା ଆନ୍ତଃଜିଲ୍ଲା କ୍ରିକେଟ୍ ଟୁର୍ଣ୍ଣାମେଂଟର ତାଲିକାରେ କୋରାପୁଟ ଜିଲ୍ଲାର ନାମ ନାହିଁ।ଯାହା କି କୋରାପୁଟ ଜିଲ୍ଲାର ଖେଳାଳିଙ୍କ ମନରେ ଏହା ଜାଣିଲା ପରେ ଶକ୍ତ ଆଘାତ ଲାଗିଛି। ଜିଲ୍ଲାରେ ଚାଲିଛି ମନମୁଖୀ କାର୍ଯ୍ୟ ବୋଲି ସେ କହିଛନ୍ତି। ଦୀର୍ଘ ୨୫ ରୁ ୩୦ ବର୍ଷ ହେବ ୨ ରୁ ୩ ଜଣ ବ୍ୟକ୍ତି ଜିଲ୍ଲାର ସମସ୍ତ ଖେଳର ଦାୟିତ୍ୱ ବହନ କରୁଛନ୍ତି। କିନ୍ତୁ ବତମାନ ଜିଲ୍ଲାର କୈାଣସି ଆସୋସିଏସନ୍ ଅଛି କି ନାହିଁ ଆମେ ଜାଣି ନାହୁଁ ବୋଲି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରାଉତ କହିଛନ୍ତି। ବର୍ଷେ ପୂର୍ବେ କୋରାପୁଟ ଜିଲ୍ଲାପାଳ ଜିଲ୍ଲା ଆସୋସିଏସନ୍ ଭାଙ୍ଗି ଦେଇଥିବା ଆମେ ଶୁଣିବାକୁ ପାଇଥିଲୁ, କିନ୍ତୁ ଏବେ କିଏ କିଛି ନାହିଁଁ ତେବେ ଏହି ଆୟୋଜନ ଗୁଡ଼ିକ କରୁଛି କିଏ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ଗତ ୨୫ ରୁ ୩୦ ବର୍ଷ ଧରି ଜିଲ୍ଲା ପ୍ରଶାସନକୁ ମଧ୍ୟ ଭୁଆଁ ବୁଲାଇ ରଖାଯାଇଛି ବୋଲି ସେ ତାଙ୍କ ସାମ୍ବାଦିକ ସମ୍ମିଳନୀରେ ମତ ବ୍ୟକ୍ତ କରିଛନ୍ତି। କିଏ ଜିଲ୍ଲାର ସଭାପତି ହେବେ କିଏ ସମ୍ପାଦକ ହେବେ ତାହା କେବଳ ଏହି ୨ରୁ ୩ ଜଣ ହିଁ ନିଷ୍ପତି କରିଥାନ୍ତି ବୋଲି ନାମ ନ ନେଇ ଅଭିଯୋଗ ଆଣିଛନ୍ତି ଶ୍ରୀ ସୁବାସ ରାଉତ। ଖେଳକୁ ନେଇ ଏହି ଦୁଇ ରୁ ତିନି ଜଣ ବ୍ୟକ୍ତି ମାନ୍ୟବର ହାଇକୋର୍ଟ ଏବଂ ଜିଲ୍ଲା କୋର୍ଟରେ କେସ୍ କରୁଥିବା ସେ କହିଛନ୍ତିି। କାହାକୁ ପାୱାର ଦେଲେ ହେବ ନାହିଁ ଜିଲ୍ଲାରେ ନୂତନ ଆଥେଲେଟିକ୍ ଆସୋସିଏସନ୍ କରାଯାଉ ଏବଂ ଜିଲ୍ଲା ପ୍ରଶାସନ ଏହାର ଦାୟିତ୍ୱରେ ରହିଲେ ତଦାରଖ କରିପାରିବେ ବୋଲି ସେ କହିଛନ୍ତି। କୋରାପୁଟ ଜିଲ୍ଲା ଓସିଏ ତରଫରୁ ଆୟୋଜିତ ହେବାକୁ ଥିବା ଆନ୍ତଃଜିଲ୍ଲା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ବାଦ୍ ପଡିବା ଘଟଣା ଜିଲ୍ଲା କ୍ରୀଡ଼ା ଅଧିକାରୀ ଜାଣି ନଥିବା ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସୁବାସ ରାଉତ କହିଛନ୍ତି। ଆସନ୍ତା ଦିନରେ ଜୟପୁର ଉପଜିଲ୍ଲାପାଳଙ୍କୁ ମଧ୍ୟ ଜୟପୁର ଖେଳାଳି ମାନେ ଦେଖା କରିବାକୁ ସେ କହିଛନ୍ତି। ସେପଟେ ଦୀର୍ଘ ବର୍ଷ ଧରି ଖେଳାଳୀ ମାନେ ମ୍ୟାଟ୍ ପିଚ୍ ରେ ଅଭ୍ୟାସ ସହ ମ୍ୟାଚ୍ ଖେଳୁଛନ୍ତି, ଜୟପୁର ଭଳି ସହରରେ ଆଜି ପର୍ଯ୍ୟନ୍ତ ଏକ ଟର୍ପ ପିଚ୍ ହୋଇପାରିଲା ନାହିଁ ବୋଲି କୋରାପୁଟ ଜିଲ୍ଲାର ଜଣାଶୁଣା କ୍ରିକେଟର ବାପି ପରିଡା ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଆଜି ପର୍ଯ୍ୟନ୍ତ କେତେ ଖେଳାଳି ବାହାରିଲେ, ଏବଂ କେତେ ଜଣ ଖେଳାଳି ରଞ୍ଜିଟ୍ରୋଫି ଖେଳିଲେ ବୋଲି ଶ୍ରୀ ରାଉତ ପ୍ରଶ୍ନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଗିରି କ୍ରିଷ୍ଣା, କିଶୋର ରାଉତ, ଶଙ୍କର ରାଉତ,ଶିବ, ସନ୍ୟାସୀ, ପ୍ରମୁଖ ଉପସ୍ଥିତ ରହିଥିଲେ।ଏହାକୁ ନେଇ ଦୀର୍ଘ ବର୍ଷ ଧରି ଦାୟିତ୍ୱରେ ଥିବା ଓଡ଼ିଶା ଆଥେଲେଟିକ୍ ଆସୋସିଏସନ୍ ଯୁଗ୍ମ ସମ୍ପାଦକ ରବି ନାୟକ ଜବାବ ଦେଇଛନ୍ତି ଯେ ଆସନ୍ତା ୨୨ ତାରିଖ ପରେ ଖେଳ ସୂଚୀ ବାହାରିବ, କୋରାପୁଟ ଜିଲ୍ଲା( ଏଫ୍‌) କ୍ୟାଟୋଗ୍ୟାରିରେ ଆସିବ ବୋଲି। ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ର ୬ ଟି ଗ୍ରୁପ୍ ରହିଛି, କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଆମେ ଶେଷ ପର୍ଯ୍ୟାୟରେ ତଥା ପରମୂହୁର୍ତରେ କରିବାକୁ ଅନୁରୋଧ କରିଥିଲୁ ବୋଲି ଶ୍ରୀଯୁକ୍ତ ରବି ନାୟକ କହିଛନ୍ତି। ଆସନ୍ତା ସେପ୍େଟମ୍ବର ୧୬ ରୁ ୧୮ ତାରିଖରେ ସୁନାବେଡା ହେଚଏଲ୍ ଠାରେ ଚୟନ ପ୍ରକିୟା ରହିଛି, ଯେଉଁ ୧୬ ଜଣ ଚୟନ ହେବେ ସେମାନେ ୨୨ ତାରିଖ ପରେ ଏଂଟାୟର୍ ସ୍କୁଲ ଚୟନ ମ୍ୟାଚରେ ଭାଗ ନେବେ ବୋଲି ରବି ନାୟକ ସୂଚନା ଦେଇଛନ୍ତି।ଓସିଏ ତରଫରୁ ପ୍ରତିନିଧି ଆସି ନିଜେ ଉପସ୍ଥିତ ରହି ଖେଳାଳି ଚୟନ କରିବା ନେଇ ସେ ସୂଚନା ଦେଇଛନ୍ତି। ଓସିଏ ଡ୍ର ଲିଷ୍ଟ୍ ରେ ୩୦ ଜିଲ୍ଲାର ଆସୋସିଏସନ୍ ଏବଂ ୧୬ ବର୍ଷରୁ କମ୍ ଏବଂ ଏଂଟର ସ୍କୁଲର ଟୁର୍ଣ୍ଣାମେଂଟ ହେବାକୁ ଯାଉଛି ବୋଲି ଶ୍ରୀ ରବି ନାୟକ ସୂଚନା ଦେଇଛନ୍ତି। ଏଭଳି କିଛି ବ୍ୟକ୍ତି ବିଭ୍ରାନ୍ତିକର ସୂଚନା ଦେଇଥିବା ଶ୍ରୀ ନାୟକ କହିଛନ୍ତି। କୈାଣସି ଖେଳାଳି ବିଭ୍ରାନ୍ତରେ ନପଡି ସମସ୍ତେ ଆସି ଚୟନ ପକ୍ରିୟାରେ ଭାଗ ନେବାକୁ ଶ୍ରୀ ରବି ନାୟକ ଖେଳାଳିମାନଙ୍କୁ ଅନୁରୋଧ କରିଛନ୍ତି। ତେବେ ଏହାକୁ ନେଇ କୋରାପୁଟ ଜିଲ୍ଲାରେ ଏକ ପ୍ରକାର ଚର୍ଚ୍ଚାର ବିଷୟ ପାଲଟିଛି।

ହିନ୍ଦୁସ୍ଥାନ ସମାଚାର/ପବନ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ପବନ


 rajesh pande