ଫଜଲୁର ରହମାନଙ୍କୁ ବିଶ୍ଵାସ ନକରିବାକୁ ନେଇ ସରକାର ଉପରେ ଅସନ୍ତୁଷ୍ଟ ନବାଜ ସରିଫ
ଇସଲାମାବାଦ, ୧୬ ସେପ୍ଟେମ୍ବର (ହି.ସ.)- ପାକିସ୍ତାନ ମୁସଲିମ୍ ଲିଗ୍ (ନବାଜ)ର ଅଧ୍ୟକ୍ଷ ନବାଜ ଶରିଫ ସମ୍ବିଧାନିକ ସଂଶୋଧନ ସମ୍ପର୍କରେ ନିଜ ସରକାରର ରଣନୀତି ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ ରବିବାର ଲାହୋରରୁ ଇସଲାମାବାଦରେ ପହଂଚିଛନ୍ତି । ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ତାଙ୍କ ରାଷ୍ଟ୍ରପତି ଜରଦାର
ଫଜଲୁର ରହମାନଙ୍କୁ ବିଶ୍ଵାସ ନକରିବାକୁ ନେଇ ସରକାର ଉପରେ ଅସନ୍ତୁଷ୍ଟ ନବାଜ ସରିଫ


ଇସଲାମାବାଦ, ୧୬ ସେପ୍ଟେମ୍ବର (ହି.ସ.)- ପାକିସ୍ତାନ ମୁସଲିମ୍ ଲିଗ୍ (ନବାଜ)ର ଅଧ୍ୟକ୍ଷ ନବାଜ ଶରିଫ ସମ୍ବିଧାନିକ ସଂଶୋଧନ ସମ୍ପର୍କରେ ନିଜ ସରକାରର ରଣନୀତି ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ ରବିବାର ଲାହୋରରୁ ଇସଲାମାବାଦରେ ପହଂଚିଛନ୍ତି । ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ତାଙ୍କ ରାଷ୍ଟ୍ରପତି ଜରଦାରୀ ଏବଂ ଜମିୟତ ଉଲେମା-ଏ-ଇସଲାମ (ଫଜଲ)ର ନେତା ମୌଲାନା ଫଜଲୁର ରହମାନଙ୍କ ସହିତ ଭେଟିବା ମଧ୍ୟ ସ୍ଥିର କରିଥିଲେ । ଏହା ସତ୍ୱେ ନବାଜ ଦୁହିଁଙ୍କୁ ଭେଟି ନଥିଲେ ।

ଏଆରୱାଇ ନ୍ୟୁଜ୍ ଖବରରୁ ଜଣାପଡିଛି ଯେ, ନବାଜ ଶରିଫ କହିଛନ୍ତି ଯେ,ସରକାରଙ୍କୁ ସଂଶୋଧନ ଉପରେ ଆଗକୁ ବଢିବା ପୂର୍ବରୁ ଫଜଲୁର ରହମାନଙ୍କୁ ବିଶ୍ୱାସ କରିବା ଆବଶ୍ୟକ ଥିଲା ।

ଜିୟୋ ନ୍ୟୁଜ ଏହି ଘଟଣା କ୍ରମ ଉପରେ କହିଛି ଯେ, ସମ୍ଭବତଃ ନବାଜ ଶରିଫଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି ଆଜି ଦିନ ୧୨ଟା ୩୦ ରେ ବିଭିନ୍ନ ନେତା ମାନେ ମୌଲାନା ଫଜଲୁର ରହମାନଙ୍କୁ ଭେଟିଛନ୍ତି । ଏହି ରାଜନୈତିକ ଘଟଣା କ୍ରମର କେନ୍ଦ୍ରରେ ଦକ୍ଷିଣପନ୍ଥୀ ନେତା ଏବଂ ମୌଲାନା ଫଜଲୁର ରହମାନର ଇସଲାମାବାଦ ସ୍ଥିତି ଘର ଆସିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande