ବରିଷ୍ଠ ଶିକ୍ଷକ ଶ୍ରୀଧର ସାରଙ୍କୁ ଶ୍ରଦ୍ଧାଞ୍ଜଳୀ
କେନ୍ଦ୍ରାପଡ଼ା, ୧୬ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମର ପୂର୍ବତନ ବରିଷ୍ଠ ଶତାୟୁ ଶିକ୍ଷକ ଶ୍ରୀଧର ନାୟକଙ୍କ ଦ୍ୱାଦଶାହରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ଗୁଲନଗର ସ୍ଥିତ ବାସଭନରେ ନଳିନୀକାନ୍ତ ନାୟକଙ୍କ ସଭାପତିତ୍ୱରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେ
ବରିଷ୍ଠ ଶିକ୍ଷକ ଶ୍ରୀଧର ସାରଙ୍କୁ ଶ୍ରଦ୍ଧାଞ୍ଜଳୀ


କେନ୍ଦ୍ରାପଡ଼ା, ୧୬ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମର ପୂର୍ବତନ ବରିଷ୍ଠ ଶତାୟୁ ଶିକ୍ଷକ ଶ୍ରୀଧର ନାୟକଙ୍କ ଦ୍ୱାଦଶାହରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ଗୁଲନଗର ସ୍ଥିତ ବାସଭନରେ ନଳିନୀକାନ୍ତ ନାୟକଙ୍କ ସଭାପତିତ୍ୱରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଶ୍ରଦ୍ଧାସୁମନ ଅର୍ପଣ କରି କହିଥିଲେ ଯେ ସ୍ୱର୍ଗତ ନାୟକ ଜଣେ ସଚ୍ଚୋଟ ଓ କର୍ମମୟ ଶିକ୍ଷକ ଥିଲେ। ତାଙ୍କର କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ପୌରାଧ୍ୟକ୍ଷ ଧିରେନ କୁମାର ସାହୁ, ଅବସରପ୍ରାପ୍ତ ସରକାରୀ ସରକାରୀ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ହେମନ୍ତ କୁମାର ସାହୁ, ଗୁଲନଗର ସରପଂଚ ପ୍ରତିନିଧି କରୁଣାକର ସାହୁ ପ୍ରମୁଖ ସ୍ୱର୍ଗତ ନାୟକଙ୍କ ଗୁଣଗାନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ନଳିନୀ କାନ୍ତ ସୂଚନା ଦେଇ କହିଥିଲେ ଯେ ଶ୍ରୀ ନାୟକ ନାଉପାଳ, କୋରୁଆ, ଗାଙ୍ଗପଡ଼ା, କଂସାର, ତରାଣ୍ଡୋ ସ୍କୁଲରେ କାର୍ଯ୍ୟକରି ୧୯୮୫ମସିହାରେ ଅବସର ଗ୍ରହଣ କରିଥିଲେ। ଶ୍ରୀ ନାୟକ ତୁଳସୀ କ୍ଷେତ୍ର ସାରସ୍ୱତ ସଙ୍ଘର(ଜୟଗୁରୁ ଆଶ୍ରମ କେନ୍ଦ୍ରାପଡ଼ା) ୨୦ବର୍ଷକାଳ ସଭାପତି ଭାବରେ ସୂଚାରୁ ରୂପେ କାର୍ଯ୍ୟ କରିଥିଲେ। ଏହି ଅବସରରେ କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ର ସାରସ୍ୱତ ସଙ୍ଘ ପକ୍ଷରୁ ଜୟଗୁରୁ ଆଶ୍ରମରେ ଏକ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାମ୍ବାଦିକ ପରେଶ ଚନ୍ଦ୍ର ଦାସ, ମନୋଜ କୁମାର ସ୍ୱାଇଁ, ପ୍ରଭାତ କୁମାର ପରିଡ଼ା, ସୁବ୍ରତ ସାମଲ, ସାବିର ଖାନ, ନିଳାଦ୍ରି ଭୂଷଣ ତ୍ରିପାଠୀ, ଅଲେଖ ନାୟକ, ଅସିତ ପଣ୍ଡା, ଚିତରଞ୍ଜନ ପୃଷ୍ଟି, ରାଜୁ କୁବାର, ସାଇକେଲ କ୍ଲବର ସଦସ୍ୟମାନେ ଓ ଜୟଗୁରୁ ଆଶ୍ରମର ଭକ୍ତମାନେ ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ପୁତ୍ର ଜ୍ଞାନରଞ୍ଜନ, ତରୁଣକାନ୍ତ, ଲକ୍ଷ୍ମିକାନ୍ତ ପ୍ରମୁଖ ଏହି ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande