କେନ୍ଦ୍ରାପଡ଼ା, ୨୨ ସେପ୍ଟେମ୍ବର(ହି.ସ.) – ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ଗ୍ରାମର ସିଦ୍ଧ ମରିଚିଆଣୀ ପୀଠରେ ସ୍ମୃତି କମିଟିର ସଭାପତି ବରିଷ୍ଠ ଆଇନଜୀବୀ ବିଚିତ୍ରା ନନ୍ଦ ମହାନ୍ତିଙ୍କ ପୈାରହିତ୍ୟରେ ଏକ ଭ୍ରାମ୍ୟମାଣ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ସ୍ମୃତି କମିଟି ମୁଖ୍ୟ ଉପଦେଷ୍ଟା ପ୍ରଫେସର ନନ୍ଦ କିଶୋର ପରିଡା ଯୋଗଦେଇ କହିଲେ ଯେଉଁ ପୀଠରେ ଆଜି ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ବୈଠକ ଅନୁଷ୍ଠିତ ହେଉଅଛି ସେହି ପୀଠ ଦିନେ ଥିଲା ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ଜନ୍ମସ୍ଥାନ। ଏହି ପୀଠରେ ବିପ୍ଳବୀ ଜେନାଙ୍କର ସ୍ମୃତି ଉଦେଶ୍ୟରେ ଅନୁଷ୍ଠିତ ବୈଠକରେ ଆଜି ଯେପରି ଅଞ୍ଚଳବାସୀ ସାମିଲ ହୋଇ ଆନନ୍ଦ ଚନ୍ଦ୍ର ଜେନାଙ୍କ ବିଷୟରେ ଯୁବପିଢୀଙ୍କୁ ଉଦ୍ବୁଦ୍ଧ କରିବାର କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି ତାହା ସର୍ବାଦୈା ସ୍ୱାଗତ ଯୋଗ୍ୟ। ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ବରିଷ୍ଠ ଆଇନଜୀବୀ ପ୍ରଦୀପ୍ତ ମହାନ୍ତି, ସରକାରୀ ଓକିଲ ସଞ୍ଜୟ କୁମାର ଜେନା, ଗବେଷକ ନିରଞ୍ଜନ ମେକାପ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶୁଭାଂଶୁ କୁମାର ଦାସ, କବି ଫକିର ଚରଣ ଓଝା, ପ୍ରଦୀପ କୁମାର ସିଂହ, ସୁବନୀ ସାହୁ, ରବୀନ୍ଦ୍ର ପ୍ରସାଦ ଜେନା, ଆହ୍ୱାନ ରାଉତ, ଗୋଲଖ ଚନ୍ଦ୍ର ପରିଡା, ଦିଲ୍ଲିପ କୁମାର ସାହୁ, ଆଦିକନ୍ଦ ସାହୁ, ଅଜୟ ସାମଲ, କିଶୋର ଚନ୍ଦ୍ର ଲେଙ୍କା, ପ୍ରମୁଖ ଯୋଗଦେଇ ଏହି ପରି ଭ୍ରାମ୍ୟମାଣ ବୈଠକ ମାଧ୍ୟମରେ ନୂତନ ଛାତ୍ର ଓ ଯୁବକମାନଙ୍କୁ ଅବଗତ କରାଇବାକୁ ମତପୋଷଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରବି