
ଭୁବନେଶ୍ୱର,୧୫ ଫେବୃୟାରୀ (ହି.ସ)- ଆସନ୍ତା ୧୭ ତାରିଖରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ କାର୍ଯ୍ୟକର୍ତାଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଗ୍ରାଉଣ୍ଡରେ କେମିତି ସଂଗଠନ କରିବେ ସେନେଇ ଟ୍ରେନିଂ ନେବେ ନେତା ଓ କର୍ମୀ। ବିଧାୟକ, ନୂଆ କାର୍ଯ୍ୟକର୍ତା ପ୍ରଶିକ୍ଷଣ ନେବେ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ ଆସନ୍ତା ୧୭ ତାରିଖରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ନୂଆ କର୍ଯ୍ୟକର୍ତା ପ୍ରଶିକ୍ଷଣ ନେବେ। ସବୁ ସ୍ତରରେ ଭିନ୍ନ ଭିନ୍ନ ପ୍ରସଙ୍ଗ ନେଇ ପ୍ରଶିକ୍ଷଣ ଦିଆଯିବ। ପ୍ରଥମେ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଏହା ପରେ ଆସନ୍ତା ୨୫ ତାରିଖରେ ଜୋନାଲ ସ୍ତରୀୟ ପ୍ରଶିକ୍ଷଣ ଶିବିର ହେବ। ଝାଡ଼ଖଣ୍ଡ, ସିକ୍କିମ, ଆଣ୍ଡମାନ ସମେତ ପୂର୍ବାଂଚଳ ରାଜ୍ୟର ବିଜେପି ନେତା ଯୋଗ ଦେବେ। ପଶ୍ଚିମବଙ୍ଗରେ ନିର୍ବାଚନ ଯୋଗୁଁ ସେ ରାଜ୍ୟର ପ୍ରତିନିଧି ଜୋନାଲ ପ୍ରଶିକ୍ଷଣ ଶିବିରରେ ଯୋଗ ଦେବେ ନାହିଁ। ଜୋନାଲ ପ୍ରଶିକ୍ଷଣ ଶିବିରରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା