ଏକଲବ୍ୟ ଛାତ୍ରଛାତ୍ରୀଙ୍କ ଦ୍ଵାରା ଧାର୍ମିକ କାର୍ଯ୍ୟକ୍ରମ
ପୁରୀ, ୧୫ ଫେବୃଆରୀ (ହି.ସ.)- ପୁରୀ ଜିଲ୍ଲା ସ୍ବେଚ୍ଛାସେବୀ ସଂଗଠନ ସାମୁଖ୍ୟ, ଦ ବେଲ୍ ଓ ଭାରତ ଯୋଗ କେନ୍ଦ୍ର ମିଳିତ ଆନୁକୁଲ୍ୟରେ ପୁରୀ ସହର ତଳି ବସ୍ତି ଅଞ୍ଚଳ ପିଲାଙ୍କ ପାଇଁ ମହାଶିବରାତ୍ରି ଜାଗର ଯାତ୍ରା ଓ ଧାର୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ପଶୁପକ୍ଷୀ ଐତିହ୍ୟ ଚିହ୍ନ କାର୍ଯ୍ୟକ୍ର
ଏକଲବ୍ୟ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ଧାର୍ମିକ କାର୍ଯ୍ୟକ୍ରମ


ଏକଲବ୍ୟ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ଧାର୍ମିକ କାର୍ଯ୍ୟକ୍ରମ


ପୁରୀ, ୧୫ ଫେବୃଆରୀ (ହି.ସ.)- ପୁରୀ ଜିଲ୍ଲା ସ୍ବେଚ୍ଛାସେବୀ ସଂଗଠନ ସାମୁଖ୍ୟ, ଦ ବେଲ୍ ଓ ଭାରତ ଯୋଗ କେନ୍ଦ୍ର ମିଳିତ ଆନୁକୁଲ୍ୟରେ ପୁରୀ ସହର ତଳି ବସ୍ତି ଅଞ୍ଚଳ ପିଲାଙ୍କ ପାଇଁ ମହାଶିବରାତ୍ରି ଜାଗର ଯାତ୍ରା ଓ ଧାର୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ପଶୁପକ୍ଷୀ ଐତିହ୍ୟ ଚିହ୍ନ କାର୍ଯ୍ୟକ୍ରମ ପଶୁପତି ଅନୁଷ୍ଠିତ ହୋଇଯାଇଛି। ପୁରୀ ବଳିଆ ପଣ୍ଡା ଅଞ୍ଚଳରେ ସାମାଜିକ ଅନୁଷ୍ଠାନ ଦ ବେଲ୍ ଦ୍ଵାରା ପରିଚାଳିତ ଏକଲବ୍ୟ ପାଠଶାଳାରେ ପଢ଼ୁଥିବା ପଚାଶରୁ ଉର୍ଦ୍ଧ୍ବ ବସ୍ତି ଅଞ୍ଚଳ ପିଲା ମାନଙ୍କୁ ନନ୍ଦନକାନନ ବସ୍ ରେ ନେଇ ବିଭିନ୍ନ ପଶୁପକ୍ଷୀ ମାନଙ୍କ ବିଷୟରେ ବୁଝାଇ ଦିଆଯାଇଥିଲା | ଧଉଳିଗିରି, ଖଣ୍ଡଗିରି ଓ ବିଭିନ୍ନ ଧର୍ମୀୟ ଐତିହ୍ୟ ସ୍ଥଳ ବୁଲାଇବାକୁ ନିଆଯାଇଥିଲା। ଜାଗର ଯାତ୍ରାରେ ମନ୍ଦିର ସଫେଇ, ଜଳ ଓ ପ୍ରସାଦ ବଣ୍ଟନ ବଦଳରେ ଏ ବର୍ଷ ଭିନ୍ନ ଭାବରେ ଏହାକୁ ପାଳନ କରାଯାଇଥିଲା | ଦ ବେଲ୍ ର ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ କହିଛନ୍ତି ବସ୍ତିର ପିଲାମାନେ କିପରି ନନ୍ଦନକାନନ ଯାଇ ବିଭିନ୍ନ ଜୀବଜନ୍ତୁଙ୍କ ସହ ପରିଚିତ ହେବେ, ଧଉଳିରେ କିପରି ଅଶୋକ ଧର୍ମ ଗ୍ରହଣ କରି ଶାନ୍ତିର ମାର୍ଗରେ ପରିଚାଳିତ ହେଲେ ସେ ସମ୍ପର୍କରେ ପିଲାମାନେ ଜ୍ଞାନ ଆରୋହଣ କରିଛନ୍ତି ।

ଜାଗର ଯାତ୍ରା ଅବସରରେ ପିଲାଙ୍କ ମନରେ ଧର୍ମୀୟ ଓ ସାଂସ୍କୃତିକ ଭାବଧାରାକୁ ଉଜାଗର କରିବା ପାଇଁ ଏହି ବ୍ୟବସ୍ଥା କରିଛୁ ବୋଲି ଏକଲବ୍ୟ ପାଠ ଶାଳାର ପରିଚାଳକ ଉମେଶ ଚନ୍ଦ୍ର ଦାସ କହିଛନ୍ତି। ଏହି ପରିଦର୍ଶନ କାର୍ଯ୍ୟକ୍ରମକୁ କଲ୍ୟାଣୀ ସେଠୀ, ତୁଳସୀ ସ୍ୱାଇଁ, ରାଧିକା ଦାସ, ବିଜୟ ସାହୁ ଓ ଅନ୍ୟମାନେ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande