ବୁଦ୍ଧେଶ୍ୱର ମନ୍ଦିରରେ ପ୍ରାୟ ପାଂଚ ହଜାର ଭକ୍ତ ଜାଗର ଦୀପ ଜାଳିଲେ
ଭୁବନ,୧୫ ଫେବ୍ରୃଆରୀ(ହି.ସ.) - ଢ଼େଙ୍କାନାଳ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଭୁବନର ଆରାଧ୍ୟ ଦେବତା ବାବା ବୁଦ୍ଧେଶ୍ୱର ମନ୍ଦିର ରେ ହଜାର ହଜାର ଭକ୍ତ ଜାଗର ପାଳି ଦୀପ ଜାଳିଥିଲେ। ପ୍ରାତଃ ସମୟରୁ ଅପରାହ୍ନ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଭକ୍ତ ମାନେ ଧାଡ଼ିରେ ଠିଆ ହୋଇ ବାବା ବୁଦ୍ଧେଶ୍ୱରଙ୍କୁ ଦର୍ଶନ କରିବ
ବୁଦ୍ଧେଶ୍ୱର ମନ୍ଦିରରେ ପ୍ରାୟ ପାଂଚ ହଜାର ଭକ୍ତ ଜାଗର ଦୀପ ଜାଳିଲେ


ଭୁବନ,୧୫ ଫେବ୍ରୃଆରୀ(ହି.ସ.) - ଢ଼େଙ୍କାନାଳ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଭୁବନର ଆରାଧ୍ୟ ଦେବତା ବାବା ବୁଦ୍ଧେଶ୍ୱର ମନ୍ଦିର ରେ ହଜାର ହଜାର ଭକ୍ତ ଜାଗର ପାଳି ଦୀପ ଜାଳିଥିଲେ। ପ୍ରାତଃ ସମୟରୁ ଅପରାହ୍ନ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଭକ୍ତ ମାନେ ଧାଡ଼ିରେ ଠିଆ ହୋଇ ବାବା ବୁଦ୍ଧେଶ୍ୱରଙ୍କୁ ଦର୍ଶନ କରିବା ସହ ନିଜର ତଥା ନିଜ ପରିବାର ର ମଙ୍ଗଳ କାମନା କରି ଦୀପ ଜାଳିଥିଲେ । ସନ୍ଧ୍ୟା ପରଠାରୁ ମନ୍ଦିର ପରିସରରେ ଧୀରେ ଧୀରେ ଭକ୍ତଙ୍କ ଭିଡ ବଢିବାରେ ଲାଗିଛି ଓ ମନ୍ଦିର ଚତୁପାର୍ଶ୍ୱରେ ଶୈବ ଭକ୍ତ ମାନେ ଦୀପ ଜାଳି ନିଷ୍ଠାର ସହ ବସିଥିବା ଦେଖିବାକୁ ମିଳିଥିଲା । ମନ୍ଦିର ପରିଚାଳନା କମିଟି ତରଫରୁ ଜାଗର ଯାତ୍ରା କୁ ସରସ ସୁନ୍ଦର ଓ ଶୃଙ୍ଖଳିତ କରିବାକୁ ସମସ୍ତ ପ୍ରକାର ପ୍ରଚେଷ୍ଟା କରାଯାଇଛି । ମୁଖ୍ୟ ପୁରୋହିତଙ୍କ ତତ୍ୱାବଧାନରେ ରାତ୍ର ସାଢ଼େ ୩ ଘଟିକା ସମୟରେ ମହାଦୀପ ଉଠିବ ବୋଲି ଚୁଡାନ୍ତ ହୋଇଛି। ସନ୍ଧ୍ୟା ପରଠାରୁ ଅହୋରାତ୍ର ଭଜନ ସନ୍ଧ୍ୟା ଅନୁଷ୍ଠିତ ହେଉଛି । ଭୁବନ ଥାନାଧିକାରୀ ଶ୍ରୀମତୀ ରେଣୁବାଳା ସାହୁ ଙ୍କ ତତ୍ୱାବଧାନରେ ପୋଲିସ କର୍ମଚାରୀ ମାନେ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ନିୟୋଜିତ ହୋଇଛନ୍ତି । ମନ୍ଦିର ପରିଚାଳନା କମିଟି ଓ ବିଭିନ୍ନ ସଂଗଠନ ତରଫରୁ ସମସ୍ତ ପ୍ରକାର ସେବାକାର୍ଯ୍ୟ କରାଯାଉଥିବା ଦେଖିବାକୁ ମିଳିଥିଲା । ଅନୁରୂପ ଭାବେ ଭୁବନ ଛତାମଠ ପରିସରରେ କାଶୀ ବିଶ୍ୱନାଥ,ଗୋଡ଼ି ପୋଖରୀ ସ୍ଥିତ ଆଖଣ୍ଡଳମଣି ମନ୍ଦିର, ନୁଆଭୁବନ ଶିବ ମନ୍ଦିର ସମେତ ବ୍ଲକର ନିଳକଣ୍ଠପୁର ସ୍ୱପ୍ନେଶ୍ୱର ମନ୍ଦିର, ଯମୁନାକୋଟ ର ଜମୁନେଶ୍ୱର , ଓଡ଼ିଶ ର ଝରନେଶ୍ୱର ଶିବ ମନ୍ଦିର, ବ୍ରହ୍ମକୁଣ୍ଡ,ଚର୍ଚ୍ଚିକା ପୀଠ, ଜିରାଳ ର ଜଳେଶ୍ୱର ପ୍ରଭୃତି ଶିବ ମନ୍ଦିରରେ ଜାଗର ପାଳିତ ହୋଇଯାଇଛି।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande