ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ 'ଉଦ୍ୟମ' ଅନୁଷ୍ଠିତ, ଆଦର୍ଶ ସ୍କୁଲର ପିଲାଙ୍କ ପ୍ରତିଭା ଅନ୍ୟ ସ୍କୁଲର ପିଲାଙ୍କଠାରୁ ସ୍ୱତନ୍ତ୍ର ହେବା ଆବଶ୍ୟକ
ଭଦ୍ରକ, ୧୫ ଫେବୃୟାରୀ (ହି.ସ.)- ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମଙ୍ଗଳ ପୁର ପଂଚାୟତ ଅଧିନ ସନ୍ଥପୁରା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ''ଉଦ୍ୟମ'' ଶନିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି।ଏହିଅବସରରେ ବିଦ୍ୟାଳୟର ଅଧ୍ୟକ୍ଷା ଆରତୀ ସାହୁଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠ
ODISHA ADARSA VIDYALAYA FUNCTION-1


ଭଦ୍ରକ, ୧୫ ଫେବୃୟାରୀ (ହି.ସ.)- ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମଙ୍ଗଳ ପୁର ପଂଚାୟତ ଅଧିନ ସନ୍ଥପୁରା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ 'ଉଦ୍ୟମ' ଶନିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି।ଏହିଅବସରରେ ବିଦ୍ୟାଳୟର ଅଧ୍ୟକ୍ଷା ଆରତୀ ସାହୁଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଶିକ୍ଷକ ହୃଷିକେଶ ଘଡେଇ ସଂଚାଳନ କରିଥିଲେ।ଏଥିରେ ମୁଖ୍ୟ ଅତିଥିଭାବେ ଡେପୁଟି କଲେକ୍ଟର ଦେବବ୍ରତ ମହାପାତ୍ର ଯୋଗଦେଇ ଆଦର୍ଶ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ପ୍ରତିଭା ଅନ୍ୟ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ପ୍ରତିଭା ଠାରୁ ଭିନ୍ନ ହେବା ଆବଶ୍ୟକ ବୋଲି କହିବା ସହ ଛାତ୍ର ଛାତ୍ରୀ ମାନେ ଶିକ୍ଷା ସହିତ କ୍ରୀଡା କ୍ଷେତ୍ରରେ ସୁନାମ ଅର୍ଜନ କରିବା ଉଚିତ ବୋଲି କହିଥିଲେ। ମୁଖ୍ୟବକ୍ତାଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼. ଲଷ୍ମୀଧର ତ୍ରିପାଠୀ ଯୋଗଦେଇ ଭାବନାରୁ ହିଁ ବାସ୍ତବ ଚିତ୍ର ଅଙ୍କିହୁଏ। ଅନୁଭବର ହିଁ ଗୋଟେ ସୁନ୍ଦର ସଫଳତା ମିଳିପାରିବ।ଛାତ୍ର ଛାତ୍ରୀ ମାନେ ଗୋଟେ ଗୋଟେ ସୁଦୃଢ଼ ଖୁଂଟ ପରି ସମାଜକୁ ମୁଣ୍ଡେଇପାରିବେ ବୋଲି କହିଥିଲେ। ସମ୍ନାନିତ ଅତିଥିଭାବେ ଓଡିଶା ଆଦର୍ଶ ବିଦ୍ୟାଳୟର ଜିଲ୍ଲା ନୋଡ଼ାଲ ଅଧ୍ୟକ୍ଷ ପ୍ରଦୀପ କୁମାର ସେଠୀ,ମଙ୍ଗଳପୁର ସରପଂଚ ପୁଷ୍ପାଞ୍ଜଳୀ ଲେଙ୍କା ଓ ଅବସର ପ୍ରାପ୍ତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗିରିଜା ରମଣ ଜେନା ପ୍ରମୁଖ ଯୋଗଦେଇ ନୂଆ ବହିର ବାସ୍ନା ଚମ୍ପୁଟର ଡିଭାଇସରେ ମିଳେନାହିଁ।ବହି ହେଉଛି ଜ୍ଞାନର ଗନ୍ତାଘର । ବହିର ବିକଳ୍ପ ନାହିଁ ବୋଲି କହିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ।ଶିକ୍ଷକ ଗୌରାଙ୍ଗ ଚନ୍ଦ୍ର ପାଲ ଅତିଥି ପରିଚୟପ୍ରଦାନ କରିଥିବାବେଳେ ଶିକ୍ଷକ ଅର୍ଜୁନ ଚରଣ ପାଢ଼ୀ ଧନ୍ୟବାଦ ଅର୍ପଣକରିଥିଲେ।ପ୍ରାରମ୍ଭରେ ସଙ୍ଗୀତ ଶିକ୍ଷକ ଅନନ୍ତ ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଛାତ୍ର ଛାତ୍ରୀ ମାନେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା।ଏହିଅବସରରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।କଳା ଶିକ୍ଷୟତ୍ରୀ ଲିତାରାଣୀ ମହାପାତ୍ରଙ୍କ ତତ୍ୱାବଧାନରେ ଏକ ଚିତ୍ର ପ୍ରଦର୍ଶନୀକୁ ମୁଖ୍ୟଅତିଥି ଶ୍ରୀ ମହାପାତ୍ର ଉଦଘାଟନ କରିଥିଲେ।ବିଦ୍ୟାଳୟର ଦୀପକ କୁମାର ଜେନା,ରାଜୀବ ଲୋଚନ ମଲ୍ଲିକ,ପ୍ରିୟରଞ୍ଜନ ଭାରତୀ,ଶୁଭଲଷ୍ମୀ ମହାପାତ୍ର,ନେପାଳ ମଲ୍ଲିକ,ସନ୍ଦିପ ମିଶ୍ର,ଧୀରେନ୍ଦ୍ର ବେହେରା,ମୋନାଲିସା ସାହୁ,ମନୋରଞ୍ଜନ ସାହୁ,ପ୍ରତୀକ ଦାସ,ଲକ୍ଷ୍ମୀପ୍ରିୟା ବେହେରା ପ୍ରମୁଖ ଶିକ୍ଷକ ,ଶିକ୍ଷୟତ୍ରୀ ଓ ଶିକ୍ଷାକର୍ମଚାରି ଉତ୍ସବ ପରିଚାଳନରେ ସହଯୋଗ କରିଥିଲେ।ଏହି ଉତ୍ସବରେ ଅଭିଭାବକ ଭରତ ଚନ୍ଦ୍ର ସାହୁ,ପ୍ରଦୀପ ନାୟକ,ପ୍ରଭୁ ପ୍ରସାଦ ପାଢ଼ୀ, ଉତମ ମହାନ୍ତି,ଶାନ୍ତନୁ ମହାକୁଡ଼,ସୌମ୍ୟରଂଜନ ଭୋଇ,ଆଦିତ୍ୟ କୁମାର ମିଶ୍ର,ଅଭୟ ପାଢ଼ୀ, ଶିକ୍ଷକ ଲଲାଟେନ୍ଦୁ ମହାପାତ୍ର,ସୁବାଷ ଦାସ,ସୟଦ ଅଲ୍ଲୀ ସହାଜି,ପ୍ରଦୀପ ମଲିକ,ନିମାଇଁ ଚରଣ ଦାସ ପ୍ରମୁଖ ଉପସ୍ଥିତଥିଲେ ।ଶେଷରେ ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande