ପବିତ୍ର ଶିବରାତ୍ରୀରେ ଶିବାଳୟ ଚଳଚଞ୍ଚଳ ଓ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ସମ୍ବଲପୁର, ୧୫, ଫେବ୍ରୁଆରୀ (ହି.ସ.) ଆଜି ପବିତ୍ର ମହା ଶିବରାତ୍ରି । ଏଥିପାଇଁ ଜିଲ୍ଲାର ସମସ୍ତ ପୁରପଲ୍ଲୀରେ ଥିବା ଶିବାଳୟଗୁଡ଼ିକ ଚଳଚଞ୍ଚଳ ହୋଇଉଠିଛି । ମନ୍ଦିର ଗୁଡିକୁୁ ନୂଆରଙ୍ଗରେ ରଙ୍ଗ ବେରଙ୍ଗ କରାଯାଇଛି । ଏଥିସହ ଫୁଲ ଓ ତୋରଣରେ ସଜ୍ଜିତ କରାଯାଇଛି । ରଙ୍ଗୀନ ଆଲୋକମାଳାରେ ମଧ୍ୟ ସଜ୍ଜିତ କରାଯାଇଥିବା ବେଳେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ମହାଶିବରାତ୍ରି ପାଇଁ ଶୁକ୍ରବାର ଭୋରରୁ ଜାଗର ଉଠିବା ପର୍ଯ୍ୟନ୍ତ ଅର୍ଥାତ୍ ବିଳମ୍ବିତ ରାତ୍ରି ସୁଦ୍ଧା ଶ୍ରଦ୍ଧାଳୁମାନଙ୍କ ବ୍ୟାପକ ଜନସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ଗୁଡିକରେ ସୁରକ୍ଷା ଓ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଯୁଯୋମୁରାର କଳ୍ପେଶ୍ୱର, ଜମନକିରାର ମୁକ୍ତେଶ୍ୱର, ହୁମାର ବିମଳେଶ୍ୱର, ମାନେଶ୍ୱରର ମାନ୍ଧାତା ବାବା , ବୁଢ଼ାରଜା ସ୍ଥିତ କୋଶଳେଶ୍ୱର, ବାଲିବନ୍ଧ ସ୍ଥିତ ସୋମନାଥ, ଝାଡ଼ୁଆପଡ଼ାର ଶ୍ରୀଲୋକନାଥ, ନନ୍ଦପଡ଼ାର ବାଲୁଙ୍କେଶ୍ୱର, ଧନକଉଡ଼ାର ଚନ୍ଦ୍ରଶେଖର, ରାମସାଗର ବନ୍ଧ ନିକଟସ୍ଥ ଭୁବନେଶ୍ୱର, ମନ୍ଦଲିଆର ଗୁଡ଼େଶ୍ୱର, ବୃକ୍ସହିଲ, କ୍ଷେତରାଜପୁରର ବିଶ୍ୱନାଥ, ଫାଟକର ମହାକାଳେଶ୍ୱର, ମ୍ୟୁନିସିପାଲଟିର ଗୁପ୍ତେଶ୍ୱର, ଭତରାର ସ୍ୱପ୍ନେଶ୍ୱର, ବଡ଼ବଜାରର ଶୀତଳେଶ୍ୱର ଆଦି ଶିବାଳୟ ଗୁଡ଼ିକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଧ୍ୟାତ୍ମିକ ଭଜନ କାର୍ଯ୍ୟକ୍ରମ ଓ ପ୍ରବଚନ, ପ୍ରଦୀପ ପ୍ରଜ୍ବଳନ ଓ ପୂଜାର୍ଚ୍ଚନା ଲାଗିରହିଛି । ବିଳମ୍ବିତ ରାତିରେ ଉଠିବାକୁ ଥିବା ମହାଦୀପ ଦର୍ଶନ ପାଇଁ ଶ୍ରଦ୍ଧାଳୁ ମହଲ ଉତ୍ସୁକତାର ସହ ଏକାଗ୍ରତା ରେ ଅପେକ୍ଷା କରିଥିବା ଦେଖାଯାଇଛି । ଏସବୁକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande