ବାବା ଆଖଣ୍ଡଳମଣିଙ୍କ ପୀଠରେ ଜାଗରଯାତ୍ରା, ଭୋର୍ ୪ଟା ୩୦ରେ ଉଠିବ ମହାଦୀପ
ଭଦ୍ରକ, ୧୫ ଫେବୃଆରୀ (ହି.ସ.)- ଭଦ୍ରକ ଆରଡ଼ି ସ୍ଥିତ ଶ୍ରୀ ଆଖଣ୍ଡଳମଣି ପୀଠରେ ଆଜି ଜାଗର ଯାତ୍ରା ଅନୁଷ୍ଠିତ ହେଉଛି । ଏହି ଅବସରରେ ବାବାଙ୍କ ଦର୍ଶନ, ପୂଜାର୍ଚ୍ଚନା ଓ ଜଳାଭିଶେକ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ
ବାବା ଆଖଣ୍ଡଳମଣିଙ୍କ ପୀଠରେ ଜାଗରଯାତ୍ରା, ଭୋର୍ ୪ଟା ୩୦ରେ ଉଠିବ ମହାଦୀପ


ଭଦ୍ରକ, ୧୫ ଫେବୃଆରୀ (ହି.ସ.)- ଭଦ୍ରକ ଆରଡ଼ି ସ୍ଥିତ ଶ୍ରୀ ଆଖଣ୍ଡଳମଣି ପୀଠରେ ଆଜି ଜାଗର ଯାତ୍ରା ଅନୁଷ୍ଠିତ ହେଉଛି । ଏହି ଅବସରରେ ବାବାଙ୍କ ଦର୍ଶନ, ପୂଜାର୍ଚ୍ଚନା ଓ ଜଳାଭିଶେକ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭୋର୍ ୪ଟାରେ ପହଡ଼ ଖୋଲିଥିଲା । ଏହାପରେ ମଙ୍ଗଳ ଆଳତୀ, କନିକା ରାଜାଙ୍କ ପହିଲି ଘର୍ଷଣ ଭୋଗ ଲାଗି ହୋଇଥିଲା । ପରେ ପାଳିଆ ସେବାୟତଙ୍କ ପକ୍ଷରୁ ଶ୍ରୀ ଆଖଣ୍ଡଳମଣିଙ୍କୁ ଖେଚୁଡ଼ି ଭୋଗଲାଗି ହୋଇଥିଲା । ଏହାପରେ ଭୋର୍‌ ୫ଟା ଠାରୁ ସାହାଣମେଲା ଦର୍ଶନ ଆରମ୍ଭ ହୋଇଛି । ଦିନତମାମ ଶ୍ରଦ୍ଧାଳୁମାନେ ବାବାଙ୍କ ଦର୍ଶନ ସାଙ୍ଗକୁ ପୂଜାର୍ଚ୍ଚନା କରୁଛନ୍ତି । ବ୍ୟାରିକେଡ୍ ରେ ଧାଡିରେ ଯାଇ ଶ୍ରୀ ଆଖଣ୍ଡଳମଣିଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ସନ୍ଧ୍ୟାରୁ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଛି । ରାତିରେ ବାବାଙ୍କ ସୁନାବେଶ ଅନୁଷ୍ଠିତ ହେବ । ଚୂଡ଼ାନ୍ତ ନୀତିକାନ୍ତି ଅନୁଯାୟୀ ଭୋର୍ ୪ଟାରେ ବେଢା ପରିକ୍ରମା ସହିତ ୪ଟା ୩୦ରେ ମହାଦୀପ ଉଠିବ । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମନ୍ଦିର ଭିତରେ ଓ ବାହାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande