ଶିବରାତ୍ରି ପାଇଁ ଲୋକାରଣ୍ୟ ଗୁପ୍ତେଶ୍ଵର ପୀଠ
ଜୟପୁର, ୧୫ ଫେବୃଆରୀ (ହି.ସ.)- ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶୈବ ପୀଠ ଗୁପ୍ତେଶ୍ୱର ରେ ଶ୍ରଦ୍ଧାଳୁଙ୍କ ଭିଡ଼ l ଆଜି ହେଉଛି ମହା ଶିବରାତ୍ରି । ଆଜିର ଦିନରେ ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ ମହା ପୁଣ୍ୟ ମିଳିବା ସହ ପାପ ଦୂର ହୁଏ ବୋଲି ବିଶ୍ୱାସ ରହିଛି । ଏହାକୁ ନେଇ ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ
ଶିବରାତ୍ରି ପାଇଁ ଲୋକାରଣ୍ୟ ଗୁପ୍ତେଶ୍ୱର ପୀଠ


ଶିବରାତ୍ରି ପାଇଁ ଲୋକାରଣ୍ୟ ଗୁପ୍ତେଶ୍ୱର ପୀଠ


ଜୟପୁର, ୧୫ ଫେବୃଆରୀ (ହି.ସ.)- ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶୈବ ପୀଠ ଗୁପ୍ତେଶ୍ୱର ରେ ଶ୍ରଦ୍ଧାଳୁଙ୍କ ଭିଡ଼ l ଆଜି ହେଉଛି ମହା ଶିବରାତ୍ରି । ଆଜିର ଦିନରେ ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ ମହା ପୁଣ୍ୟ ମିଳିବା ସହ ପାପ ଦୂର ହୁଏ ବୋଲି ବିଶ୍ୱାସ ରହିଛି । ଏହାକୁ ନେଇ ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶୈବ ପୀଠ ଗୁପ୍ତେଶ୍ୱର ଠାରେ ଭକ୍ତଙ୍କ ଗହଳି ଜମିଛି l ଏଠାରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି l ଜୟପୁର ଦେବୋତ୍ତର ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି lଶିବରାତ୍ରି ଓ ଜାଗର ପାଇଁ ଦକ୍ଷିଣ ଓଡ଼ିଶାର ଗୁପ୍ତେଶ୍ୱର ପୀଠ ଚଳଚଞ୍ଚଳ ହୋଇଉଠିଛି l ଲୋକାରଣ୍ୟ ହୋଇଛି ପୀଠ l ପାହାନ୍ତିଆରୁ ଶ୍ରଦ୍ଧାଳୁମାନେ ହାତରେ ନଡ଼ିଆ, କଦଳୀ, ପଇଡ଼, ଫୁଲ ଧରି ଲମ୍ବା ଧାଡିରେ ଆସି ମନ୍ଦିରରେ ମହାଦେବଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରୁଛନ୍ତି l ସାହାଣମେଲା ଦର୍ଶନ ଆରମ୍ଭ ହୋଇଛି l ମହାଦୀପ ଉଠିବା ପର୍ଯ୍ୟନ୍ତ ଭକ୍ତଙ୍କ ସମାଗମ ରହିବ l ପୀଠରେ ରାଜ୍ୟ ତଥା ପଡୋଶୀ ରାଜ୍ୟ ଆନ୍ଧ୍ର ଓ ଛତିଶଗଡ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି l ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି l ଗୁପ୍ତେଶ୍ୱର ପୀଠରେ ମହାଶିବରାତ୍ରି ଅବସରରେ ରୀତିନୀତି ଅନୁଯାଇ ପୂଜାର୍ଚନା ହେଉଛି, ରାତି ୧୨ଟାରେ ହରିହର ଭେଟ ଏବଂ ୧ଟାରେ ମହାଦୀପ ଉଠିବ ବୋଲି ପୂଜକ କହିଛନ୍ତି l ପୀଠରେ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଧାଡି ଦର୍ଶକ ବ୍ୟବସ୍ଥା ରହିଛି l ସେପଟେ ଜାଗର ପାଇଁ ପୀଠରେ ବିଭିନ୍ନ ସମସ୍ୟା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି ଏବଂ ଟ୍ରାଫିକ ବ୍ୟବସ୍ଥା, ଆଲୋକୀକରଣ ଏବଂ ସୁରକ୍ଷା ଦୃଷ୍ଟିରୁ ପୋଲିସ ମୁତୟନ କରାଯାଇଛି ବୋଲି କହିଛନ୍ତି ସ୍ଥାନୀୟ ଦେବୋତ୍ତର ବିଭାଗୀୟ ଅଧିକାରୀ l ଶିବରାତ୍ରି ମେଳା ନେଇ ଉଠା ଦୋକାନୀ ମାନେ ପସରା ମେଲାଇ ବସିଛନ୍ତି l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande