ଭୁବନେଶ୍ୱର, 15 ଜାନୁଆରୀ - ଭାରତୀୟ ସେନା ଦିବସ ଅବସରରେ, ମୁଖ୍ୟମନ୍ତ୍ରୀ ମୋହନ ମାଝି ଭାରତୀୟ ସେନାଙ୍କ ଆଦମ୍ୟ ସାହସ, ସମର୍ପଣ ଓ ନିଷ୍ଠାପୂର୍ଣ୍ଣ ସେବା ପାଇଁ କୃତଜ୍ଞତା ଜଣାଇଛନ୍ତି
ମୁଖ୍ୟମନ୍ତ୍ରୀ ଏକ ସୋଶାଲ୍ ମିଡିଆ ପୋଷ୍ଟରେ ଭାରତୀୟ ସେନାର ସାହସ ଓ ତ୍ୟାଗକୁ ପ୍ରଶଂସା କରି କହିଛନ୍ତି ଯେ ସେମାନଙ୍କର ସାହସ ଓ ଉଦ୍ୟମ ଦେଶର ସୁରକ୍ଷା ଓ ସ୍ଥିରତାକୁ ସୁନିଶ୍ଚିତ କରେ।
ଭାରତୀୟ ସେନା ଦିବସରେ, ଆମେ ଆମର ଭାରତୀୟ ସେନାର ସାହସ, ସମର୍ପଣ ଓ ନିଷ୍ଠାପୂର୍ଣ୍ଣ ସେବାକୁ ସଲାମ୍ କରୁଛୁ। ସେମାନଙ୍କର ବୀରତ୍ୱ ଓ ତ୍ୟାଗ ଆମ ଦେଶକୁ ସୁରକ୍ଷିତ ରଖେ ଓ ଆମକୁ ନିରାପଦ ରଖେ ବୋଲି ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା