ଭୁବନେଶ୍ୱର, 15 ଜାନୁୟାରୀ
(ହି.ସ.) -ଏଚଏମପିଭିକୁ ନେଇ ଆଜି ବସିବ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ସମସ୍ତ ଜିଲ୍ଲାର
ସ୍ଥିତି ଓ ପ୍ରସ୍ତୁତି ନେଇ ଆଲୋଚନା କରିବେ ରାଜ୍ୟ ସରକାର । ଉପସ୍ଥିତ ରହିବେ ସମସ୍ତ ଜିଲ୍ଲାର
ସ୍ୱାସ୍ଥ୍ୟ ଅଧିକାରୀ ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ । ରାଜ୍ୟ ସରକାର ନିଜସ୍ୱ ଗାଇଡ଼
ଲାଇନ ଆଣିବେ ନା କେନ୍ଦ୍ର ସରକାରଙ୍କ ଗାଇଡ଼ ଲାଇନକୁ ଅନୁପାଳନ କରିବେ ବୈଠକ ପରେ ତାହା ସ୍ପଷ୍ଟ
ହେବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା