ବ୍ୟାସ କବି ଫକୀର ମୋହନ ଜୟନ୍ତୀ 
ଗଞାମ, 15 ଜାନୁଆରି (ହି.ସ.) ବ୍ୟାସ କବି ଫକୀର ମୋହନ ଜୟନ୍ତୀ ଗଂଜାମ ତା15ଜାନୁଆରୀ (ହିସ)- ରେଶମ ସହରର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ତରଫରୁ ସିଦ୍ଧାର୍ଥ ନଗର ମୁଖ୍ୟ ରାସ୍ତା ସ୍ଥିତ ହିମାନୀ ସେଲେବ୍ରସନର ସମ୍ମିଳନୀ କକ୍ଷରେ ତା 14.01.2025 ରିଖ ସ
Bisyakabifskermohsn


ଗଞାମ, 15 ଜାନୁଆରି (ହି.ସ.)

ବ୍ୟାସ କବି ଫକୀର ମୋହନ ଜୟନ୍ତୀ

ଗଂଜାମ ତା15ଜାନୁଆରୀ (ହିସ)-

ରେଶମ ସହରର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ତରଫରୁ ସିଦ୍ଧାର୍ଥ ନଗର ମୁଖ୍ୟ ରାସ୍ତା ସ୍ଥିତ ହିମାନୀ ସେଲେବ୍ରସନର ସମ୍ମିଳନୀ କକ୍ଷରେ ତା 14.01.2025 ରିଖ ସନ୍ଧ୍ୟାରେ ମକର ସଂକନ୍ତିର ପାବନ ଅବସରରେ ଓଡ଼ିଶାର ଅନ୍ୟତମ ବରପୁତ୍ର ବ୍ୟସକବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ଉତ୍ସବ ସଭାପତି ଡାକ୍ତର ସଙ୍କର୍ଷଣ ପାତ୍ରଙ୍କ ପୌରାହିତ୍ୟରେ ପାଳିତ ହୋଇଯାଇଛି || ଅତିଥି ମାନଙ୍କ ଦ୍ୱାରା ବ୍ୟସକବିଙ୍କ ପଟଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ଏହି କାର୍ଯ୍ୟକ୍ରମ ର ଉଦଘାଟନ କରାଯାଇଥିଲା || ସଭାପତି ତାଙ୍କ ସ୍ୱାଗତ ଅଭିଭାଷଣରେ ବ୍ୟସକବିଙ୍କୁ ଓଡ଼ିଆ ଭାଷା ଓ ଓଡିଶା ପ୍ରଦେଶ ଗଠନର ଆଗ୍ରଗଣ୍ୟ ବିନ୍ଧାଣି ତଥା ଓଡ଼ିଆ ଭାଷାର ପ୍ରାଣ ତଥା ତ୍ରାଣକର୍ତ୍ତା ରୂପେ ବର୍ଣନା କରିଥିଲେ ||ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଅବସରପ୍ରାପ୍ତ ଦୁରା ମହାବିଦ୍ୟାଳୟର ଅଧିକ୍ଷକ ଓ ଓଡ଼ିଆ ପ୍ରାଧ୍ୟାପକ ଡ଼ ବନମାଳୀ ପାଣିଗ୍ରାହୀ, ମୁଖ୍ୟ ବକ୍ତା ଭାବେ ତ୍ରିଧାରା ଅନୁଷ୍ଠାନର ସଂସ୍ଥାପକ ସମ୍ପାଦକ ଡ ଲକ୍ଷ୍ମୀ ନାରାୟଣ ଦାସ ଯୋଗଦେଇ ଫକିର ମହାନଙ୍କ ଜୀବନୀ ଓ କୃତି ସମୂହ ଉପରେ ଆଲୋକପାତ କରିଥିଲେ || ଉପସଭାପତି ଶ୍ରୀ ମହେନ୍ଦ୍ର ନାଥ ସାହୁ ପ୍ରାରମ୍ଭିକ ସୂଚନା ଓ ଅନ୍ୟତମ ଉପସଭାପତି ଅଧ୍ୟାପକ ଶ୍ରୀ ହର ପ୍ରସାଦ ପାଣିଗ୍ରାହୀ ଅତିଥି ପରିଚୟ ଦେଇଥିଲେ ||ଶେଷରେ କୋଷାଧ୍ୟକ୍ଷ୍ୟ ଶ୍ରୀ ସୁନୀଲ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ || ମଂଚାସୀନ ସମ୍ବାଦ ସାହିତ୍ୟ ଘରର ସଭାପତି ଶ୍ରୀ ନୀଳକଣ୍ଠ ସାହୁ, ପ୍ରାକ୍ତନ ମାଧ୍ୟମିକ ଶିକ୍ଷା ନିର୍ଦେଶକ ଡାକ୍ତର କୈଳାସ ଚନ୍ଦ୍ର ତ୍ରିପାଠୀ ଓ ସଂପାଦକ ମହମଦ ଆସଲାମ ନିଜ ନିଜର ବକ୍ତବ୍ୟରେ ବ୍ୟସକବିଙ୍କ କାଳଜୟୀ ସମୟପୋଯୋଗୀ କୃତି ସମୂହର ଆଲୋଚନା କରିଥିଲେ || ଅନ୍ୟମାନଙ୍କ ମଧ୍ୟରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ସମ୍ପାଦକ ଡ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଶିକ୍ଷାବିତ ହରେକୃଷ୍ଣ ପଣ୍ଡା, ସଂଗଠନ ସମ୍ପାଦକ ପାର୍ବତୀ ପ୍ରସାଦ ପାଢ଼ୀ,ସାମ୍ବାଦିକ ସୁରେଶ ଚନ୍ଦ୍ର ତ୍ରିପାଠୀ,ଶ୍ରୀଯୁକ୍ତ ସୁରଥ ଚନ୍ଦ୍ର ପଟନାୟକ,ସର୍ବଶ୍ରୀ ପ୍ରକୃତି ପ୍ରେମୀ ସାହିତ୍ୟକ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା,ସୁବାସ ଚନ୍ଦ୍ର ପଟନାୟକ,ମିଲନ ସାହୁ ପ୍ରମୁଖ ଆଲୋଚନାଚକ୍ରରେ ଭାଗ ନେଇଥିଲେ || ଶେଷରେ ମହାପ୍ରସାଦ ବଣ୍ଟନ ଓ ଜାତୀୟ ସଂଗୀତ ଗାନ କରାଯାଇଥିଲା || ହିନ୍ଦୁ ସ୍ଥାନ ସମାଚାର/ହୃଷୀକେଶ

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande