ତାଲା ପଡିଥିବା ବହୁଳ ପରିମାଣର ସୁନା ଗଛିତ ଥିବା ଘରକୁ ଟାର୍ଗେଟ କରୁଥିବା ଡକାୟତ ଦଳର ୭ଗିରଫ ୨୪୦ ଗ୍ରାମ ସୁନା ଜବତ
 ତାଲା ପଡିଥିବା ବହୁଳ ପରିମାଣର ସୁନା ଗଛିତ ଥିବା ଘରକୁ ଟାର୍ଗେଟ କରୁଥିବା ଡକାୟତ ଦଳର ୭ଗିରଫ ୨୪୦ ଗ୍ରାମ ସୁନା ଜବତ
 ତାଲା ପଡିଥିବା ବହୁଳ ପରିମାଣର ସୁନା ଗଛିତ ଥିବା ଘରକୁ ଟାର୍ଗେଟ କରୁଥିବା ଡକାୟତ ଦଳର ୭ଗିରଫ ୨୪୦ ଗ୍ରାମ ସୁନା ଜବତ


ରାଉରକେଲା,ତା15 ଜାନୁଆରି (ହି.ସ.) ରାଉରକେଲା ସହରରେ ଏବେ ଭିନ୍ନ କିଷମର ଡକାୟତ ସକ୍ରୀୟ ହୋଇଛନ୍ତି, ସହରର ଯେଉଁ ଘର ୭/୮ ଦିନ ତାଲା ପଡି ରହୁଛି ଓ ଯେଉଁ ଘରେ ବହୁଳ ପରିମାଣର ସୁନା ଅଳଙ୍କାର ଥିବା ନେଇ ଖବର ମିଳୁଛି ସେହି ସବୁ ଘର ଗୁଡିକୁ ଟାର୍ଗେଟ କରୁଛନ୍ତି କିଛି ଡକାୟତ ଦଳ, ସେମାନଙ୍କ ମଧ୍ୟରୁ ୭ଜଣଙ୍କୁ ରାଉରକେଲା ପୁଲିସି ଗିରଫ କରିବା ସହ ସେମାନଙ୍କ ଠାରୁ ୨୪୦ ଗ୍ରାମର ସୁନା ନଗଦ ଟଙ୍କା ଜବତ କରାଯାଇଛି ବୋଲି ଆଜି ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ରାଉରକେଲା ସୁଚନା ଦେଇଛନ୍ତି । ସୁଚନା ମୁତାବକ ବନ୍ଧମୁଣ୍ଡା ଅଁଚଳରେ ଗତ ୧୯/୧୦/୨୦୨୪ ମସିହାରେ ରିପୋର୍ଟ ହୋଇଥିବା ଏକ ଡକାୟତି ଘଟଣାରେ ବହୁ ଅଳଙ୍କାର ଟଙ୍କା ଲୁଟ ହୋଇଥିବା ବେଳେ ରାଉରକଜେଲା ପୁଲିସି ଏହି ମାମଲାରେ ପୁର୍ବରୁ ୧୬୦ ଗ୍ରାମ ସୁନା କିଛି ଟଙ୍କା ଜବତ କରି ୪ ଜଣଙ୍କୁ ଗିରଫ କରିଥିବା ବେଳେ ପୁଣି ଆଜି ବାକି ଥିବା ୩ଜଣ ଙ୍କୁ ଗିରଫ କରିବା ସହ ୮୮ ଗ୍ରାମ ସୁନା ଓ ନଗଦ ୪୦ହଜାର ଟଙ୍କା ପୁଲିସି ଜବତ ଜବତ କରିପାରିଛି ବୋଲି ରାଉରକେଲା ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ।ଏସପି ଏନେଇ ସୁଚନା ଦେବା ବେଳେ କହିଛନ୍ତି ଗିରଫ ମାନେ ହେଲେ ଆକାଶ ରାୟ,ସୁରଜ ବଂଶୀ ଓ ତଫଜିଲ ଖାନ, ଏମାନେ ରାଜ୍ୟତଥା ରାଜ୍ୟ ବାହାରର ଅନେକ ମାମଲାରେ ସଂପୃକ୍ତ ଥିବା ନେଇ ମଧ୍ୟ ସେ ଅଧିକ ସୁଚନା ଦେଇଛନ୍ତିୃ । ତେବେ ଏହି ଘଟଣାରେ ଶୀକାର ହୋଇଥିବା ଘରମାଲିକ ମିଡିଆକୁ କହିଛନ୍ତି ଯେ ସେ ଲୁଟ ହୋଇଥିବା ସାମଗ୍ରୀରୁ ୬୦ପ୍ରତିଶତ ସଂପତି ପାଇଛନ୍ତି , ତାଙ୍କୁ ପୁଲିସିର ପଦକ୍ଷେପ କିଛିଟା ଆଶ୍ୱାସନା ଦେଇଛି ବୋଲି ସେ ଆଜି ସାମ୍ବାଦିକ ମାନଙ୍କୁ କହିଛନ୍ତି । ତେବେ ଏହି ଘଟଣା କ୍ରମରେ ଏସପି ରାଉରକେଲା କହିଛନ୍ତି ସାଧାରଣ ଲୋକେ ଯଦି ଘର ତାଲା ପକାଇ କୁଆଡେ ୪/୫ ଦିନ ଲାଗି ଯାଉଛନ୍ତି ତେବେ ପାଖ ଥାନାରେ ଖବର ଦେଇ ୍‌ଯାଆନ୍ତୁ , କାରଣ ଏହି ଦଳ ମାନେ ତାଲା ପଡିଥିବା ଘର ସୁନା ଥିବା ଘର ଗୁଡିକୁ ଖୋଜି ଖୋଜି ଟାର୍ଗେଟ କରୁଛନ୍ତି । ତେଣୁ ସହର ବାସୀ ଏନେଇ ସଚେତନ ହେବା ଆବଶ୍ୟକ । ଅନ୍ୟ ପକ୍ଷରେ ସହରରେ ଥିବା ପ୍ରାୟ ୧୦୦୦ ଅଭିଯୁକ୍ତ ମାନଙ୍କୁ ଠାବ କରାଯାଇ ସେମାନଙ୍କୁ ନିୟମିତ ଥାନା ରେ ଦେଖା କରିବାକୁ କୁହାଯାଇଥିବା ବେଳେ କୋଏଲ ନଗର ରେ ବ୍ୟବସାୟୀଙ୍କୁ ଆକ୍ରମଣ ଘଟଣାରେ ସମସ୍ତଙ୍କୁ ଗିରଫ କରାଜିବ , ଏଭଳି ଅପରାଧ କରୁଥିବା ଲୋକଙ୍କୁ ପୁଲିସି ଆଦୌ ବରଦାସ୍ତ କରିବନି ବୋଲି ଏସପି କହିଛନ୍ତିନ୍ତି । ଏହି ଘଟଣା ପଦାକୁ ଆଜି ଆସିବା ପରେ ଛେଣ୍ଡ ଅଁଚଳ ବାସୀ ମିଡିଆକୁ କହିଛନ୍ତି ଯେ , ନିୟମିତ ସାକାଳୁ ସନ୍ଧ୍ୟା ଯାଏ ଅନେକ ଅଳ୍ପ ବୟସ ର ଯୁବକ ମାନେ ଛେଣ୍ଡ ଅଁଚଳର ବିଭିନ୍ନ କଲୋନୀରେ ଥିବା ଘରଗୁଡିକୁ ମଟରସାଇକେଲରେ ବୁଲି ନିରୀକ୍ଷଣ କରୁଛନ୍ତି, ଯେଉଁଠି ତାଲା ପଡିଛି ସେ ଘର ପାଖରେ କିଛି ସମୟ ରହି ଏଣେ ତେଣେ ଦେଖୁଛନ୍ତି, ପରେ ସନ୍ଧ୍ୟା ସମୟରେ ଗାଡିଧରି ରାତି ଯାଏ ଏପଟ ସେପଟ ମଧ୍ୟ ହେଉଛନ୍ତି ।ତେବେ ଏଭଳି ପିଲା ମାନଙ୍କୁ ସିଟି ମୋବାଇଲ ଧରିବା କଥା, କିନ୍ତୁ ସେହି ମୋବାଇଲ ମୁଖ୍ୟ ରାସ୍ତାରେ ଚାଲିଯାଉଥିବାରୁ ତାହା ସମ୍ଭବ ହୋପାରନୁଥାଇ ପାରେ କିନ୍ତୁ ରାତି ୧୦ ବେଳେ ସାଇରନ ଦେଇ ବିଭିନ୍ନ ଅଁଚଳରେ ବୁଲୁଥିବା ପେଟ୍ରୋଲିଂ ପୁଲିସି ଗାଡିକୁ ଦେଖି ହୁଏତ ଏମାନେ କିଛି କ୍ଷଣ ଲାଗି ନିରବ ହୋଇଯାଉଥିବେ ବୋଲି ମତପ୍ରକାଶ ପାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ


 rajesh pande