ସମ୍ବଲପୁର, ୧୫ ଜାନୁଆରୀ (ହି.ସ.)
ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସଦର ମହକୁମା ଦଶଘରିଆ ତହସିଲ ଆଇ.ବି ପ୍ରାଙ୍ଗଣରେ ବିଜେପି ପକ୍ଷରୁ ଜମନକିରା ମଣ୍ଡଳ କାର୍ଯ୍ୟକର୍ତା ଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଜମନକିରା ପୂର୍ବତନ ମଣ୍ଡଳ ସଭାପତି ଅମୋଘ ପାଣିଗ୍ରାହୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜମନକିରା ମଣ୍ଡଳ ନୂତନ ସଭାପତି ଭାବେ ନିର୍ବାଚିତ ହୋଇଥିବା ବିଜୟ ନାଏକ ଓ ଗୁଣ୍ଡରୁଚୁଅଁ ମଣ୍ଡଳ ନୂତନ ସଭାପତି ଭାବେ ମନୋଜ ମାଝୀଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ସେହିପରି ମଣ୍ଡଳ ଜିଲ୍ଲା ପ୍ରତିନିଧି ସୁନୀଲ ମୁଦୁଲି ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ଶ୍ରୀକାନ୍ତ ପଟେଲ, ଜିଲ୍ଲା ଅତିରିକ୍ତ ନିର୍ବାଚନ ଅଧିକାରୀ ତଥା ଜିଲ୍ଲା ସମ୍ପାଦକ ବିଭୁତି କଲ୍ୟାଣ ପଟେଲ, ପୂର୍ବତନ ମଣ୍ଡଳ ସଭାପତି ଆମୋଘ ପାଣିଗ୍ରାହୀ, ପୂର୍ବତନ ମଣ୍ଡଳ ସଭାପତି ଦୁଷ୍ମନ୍ତ ନାଏକ, ବରିଷ୍ଠ ବିଜେପି ନେତା ଗୋକୁଲା ଦାନୀ ସହିତ ନୂତନ ଭାବେ ଦାଇତ୍ୱ ଗ୍ରହଣ କରିଥିବା ସଭ୍ୟ ଗଣ ମଞ୍ଚାସିନ ଭାବେ ଉପସ୍ଥିତ ରହିଥିଲେ। ନୂତନ ଭାବେ ଦାଇତ୍ୱ ପ୍ରଦାନ କରିଥିବା ହେତୁ ବରିଷ୍ଠ କର୍ମକର୍ତାଙ୍କୁ ଧନ୍ୟବାଦ ଜ୍ଞାପନ ସହ ଆଗାମୀଦିନରେ ବିଜେପି ଦଳକୁ ଜମନକିରାରେ ମଜବୁତ କରିବା ସହ ପଞ୍ଚାୟତ ନିର୍ବାଚନ ରେ ସମସ୍ତ ଆସନକୁ ବିଜିପି ହାତେଇବା ପାଇଁ କାର୍ଯ୍ୟ କରିବାକୁ ସଂକଳ୍ପ ନେବେ ବୋଲି ମଞ୍ଚାସିନ ଅତିଥି କହିଥିଲେ। ସେହିପରି ବିକଶିତ ଭାରତ ସହିତ ବିକଶିତ ଓଡିଶା ଲକ୍ଷ୍ୟ ରଖି ଆଗାମୀ ୨୦୪୭ ମସିହା ପର୍ଯ୍ୟନ୍ତ କିଭଳି ଭାରତୀୟ ଜନତା ପାର୍ଟି ର ସରକାର ରହିବ ସେଥିପାଇଁ ସମସ୍ତ ନବ ନିର୍ବାଚିତ କର୍ମୀ ଙ୍କୁ ତୃଣ ମୂଳ ସ୍ତରରେ ଲୋକଙ୍କ ସହିତ ମିଶି ତାଙ୍କ ଅସୁବିଧାର ସମାଧାନ କରିବାକୁ ପ୍ରୟାସ କରିବାକୁ ହେବ ବୋଲି କୁହା ଯାଇଥିଲା। କାର୍ଯ୍ୟକ୍ରମ ରେ ଜମନକିରା ବ୍ଲକ ଅଞ୍ଚଳର ବହୁ ସଂଖ୍ୟାରେ କର୍ମୀ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ