କୁଣ୍ଡାପୋଷି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରତିଭା ବିକାଶ ଅଭିଯାନ 
କୁଣ୍ଡାପୋଷି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରତିଭା ବିକାଶ ଅଭିଯାନ 
କୁଣ୍ଡାପୋଷି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରତିଭା ବିକାଶ ଅଭିଯାନ 


ସମ୍ବଲପୁର, ୧୫ ଜାନୁଆରୀ (ହି.ସ) ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ୍ କଲୋନୀସ୍ଥିତ କୁଣ୍ଡାପୋଷି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷୟିତ୍ରୀ ମାଧବୀ ପଟେଲଙ୍କ ସଭାପତିତ୍ବରେ ପ୍ରତିଭା ବିକାଶ ଅଭିଯାନର ପ୍ରତିଭା ଉତ୍ସବ ପାଳିତ ହୋଇଯାଇଛି ।ଏହି ଉତ୍ସବରେ ଶିକ୍ଷାବିତ୍ ଓ ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ସ୍କୁଲ ପରିସରରେ ଥିବା ଜବାହର ଲାଲ ନେହେରୁ ଓ ଜୟନ୍ତୀ ଅବସରରେ ବ୍ୟାସ କବି ଫକିର ମୋହନ ଙ୍କ ଫଟୋ ଚିତ୍ର ରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପୂର୍ବରୁ ଆୟୋଜିତ ବିଭିନ୍ନ ମହାପୁରୁଷ ଙ୍କ ଉପରେ ସାଧାରଣ ଜ୍ଞାନ ଓ ଗଳ୍ପ ଲିଖନ ପରୀକ୍ଷାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବା ସହ ସେମାନଙ୍କ ପଦାଙ୍କ ଅନୁସରଣ ପାଇଁ ଆହ୍ବାନ ଦେଇଥିଲେ ।ପ୍ରାରମ୍ଭରେ ଛାତ୍ରୀ ଶୁଭଶ୍ରୀ ରକ୍ସା ଙ୍କ ନେତୃତ୍ୱରେ ସ୍ଵାଗତ ସଙ୍ଗୀତ ଗାନ କରି ଥିବା ବେଳେ ଅଭିଯାନର ସଂଯୋଜକ ରମେଶ କିସାନ ଅନୁଷ୍ଠାନ ର ବିବରଣୀ ପାଠ କରିଥିଲେ ।କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷୟିତ୍ରୀ ଗୋଦାବରୀ ତଣ୍ଡିଆ ସଂଯୋଜନା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଶେଷରେ ମିଳିତ ଭାବରେ ଜାତୀୟ ସଙ୍ଗୀତ ଗାନ ପରେ ଅନ୍ୟତମ ସହକାରୀ ଶିକ୍ଷୟିତ୍ରୀ ଅପୂର୍ନା ପଟେଲ ଧନ୍ୟବାଦ୍ ଅର୍ପଣ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande