ଭିନ୍ନକ୍ଷମ ହିତାଧିକାରୀଙ୍କ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହ
ଭିନ୍ନକ୍ଷମ ହିତାଧିକାରୀଙ୍କ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହ
ଭିନ୍ନକ୍ଷମ ହିତାଧିକାରୀଙ୍କ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହ


ସମ୍ବଲପୁର, ୧୫, ଜାନୁଆରୀ (ହିସ)

ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ଜନସେବା ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେଉଁଝର ଠାରୁ ଆଭାସୀ ମାଧ୍ୟମରେ ୮୦ ବର୍ଷରୁ ଉର୍ଦ୍ଧ୍ଵ ଏବଂ ୮୦ ପ୍ରତିଶତ ବା ତଦୁର୍ଦ୍ଦ୍ବ ଭିନ୍ନକ୍ଷମ ହିତାଧିକାରୀଙ୍କ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହରେ ଯୋଗଦାନ କରି ଏହି ସେବାକୁ ଓଡ଼ିଶାବାସୀଙ୍କ ନିମନ୍ତେ ଉତ୍ସାର୍ଗୀକୃତ କରିଛନ୍ତି। ଏହି ପରିପ୍ରେକ୍ଷୀରେ, ସମ୍ବଲପୁରର ତପସ୍ଵିନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ଯ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ନିମନ୍ତ୍ରିତ ଅତିଥି ମାନଙ୍କ ମଧ୍ୟରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲିର ପୂର୍ବତନ ବିଧାୟକ

ନାଉରି ନାୟକ, ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର(ଆଇ.ଏ.ଏସ), ସମ୍ବଲପୁର ମହାନଗର ନିଗମ କମିଶନର ବେଦ ଭୂଷଣ(ଆଇ.ଏ.ଏସ.), ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଥବିର କୁମାର ମହାନନ୍ଦ ପ୍ରମୁଖ ମଞ୍ଚାସୀନ ଥିଲେ।

ଏହି ଅବସରରେ, ଜିଲ୍ଲାରେ ଥିବା ବିଭିନ୍ନ ୮୦ ବର୍ଷରୁ ଉର୍ଦ୍ଧ୍ଵ ଏବଂ ୮୦ ପ୍ରତିଶତ ବା ତଦୁର୍ଦ୍ଦ୍ବ ଭିନ୍ନକ୍ଷମ ହିତାଧିକାରୀ ମାନଙ୍କୁ ବର୍ଦ୍ଧିତ ଭତ୍ତା ବିତରଣ କରାଯାଇଥିଲା ଓ ଅନ୍ୟ କିଛି ଭିନ୍ନକ୍ଷମ ହିତାଧିକାରୀ ମାନଙ୍କୁ ସହାୟତା ରାଶି ମଧ୍ୟ ମୁଖ୍ୟ ଅତିଥି ଓ ନିମନ୍ତ୍ରିତ ଅତିଥି ମାନଙ୍କ କରକମଳରେ ପ୍ରଦାନ କରାଯାଇଥିଲା। ସୂଚନା ଅନୁଯାଇ ସମ୍ବଲପୁର ଜିଲ୍ଲାରେ ପ୍ରାୟ ୮୬୬୨ ଜଣ ୮୦ ବର୍ଷରୁ ଉର୍ଦ୍ଧ୍ଵ ଏବଂ ୮୦ ପ୍ରତିଶତ ବା ତଦୁର୍ଦ୍ଦ୍ବ ଭିନ୍ନକ୍ଷମ ହିତାଧିକାରୀ ଏହି ଯୋଜନା ରେ ଲାଭାନିତ୍ତ୍ଵ ହେଉଛନ୍ତି। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ନାଏକ ନିଜ ଅଭିଭାଷଣରେ କହିଥିଲେ ଯେ ନୂତନ ସରକାରଙ୍କ ପ୍ରକୃତ ସଫଳତା ୭ ମାସ ମଧ୍ୟରେ ପରିଲକ୍ଷିତ ହେଉଛି । କାରଣ ଓଡିଶାର ଜନସାଧାରଣଙ୍କ ସେବାରେ ରାଜ୍ୟ ସରକାର ଦୃଢ଼ ପ୍ରତିଶୃତିବଦ୍ଧ। ୮୦ ବର୍ଷରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କର ଏବଂ ୮୦ ପ୍ରତିଶତ ବା ତଦୁର୍ଦ୍ଦ୍ବ ଭିନ୍ନକ୍ଷମ ହିତାଧିକାରୀ ମାନଙ୍କର ସମାଜରେ ଅନେକ ଅବଦାନ ରହିଛି । ସେଥିପାଇଁ ସେମାନଙ୍କର ଜୀବନଶୈଳୀକୁ ଏକ ନୂତନ ଦିଗ ଦେବା ପାଇଁ ରାଜ୍ୟ ସରକାରଙ୍କର ଏହି ବର୍ଦ୍ଧିତ ଭତ୍ତା, ଏକ ପ୍ରମୁଖ ପ୍ରୟାସ ବୋଲି ନିଜ ବକ୍ତବ୍ୟରେ ଶ୍ରୀ ନାଏକ କହିଥିଲେ। ଏହି ବର୍ଦ୍ଧିତ ଭତ୍ତା ଅନର୍ଗତ ଆଗାମୀ ଦିନରେ ୩୫୦୦ ଟଙ୍କା ସହାୟତା ରାଶି ଭାବେ ରାଜ୍ୟସରକାର ପ୍ରଦାନ କରିବେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande