କଥାକାର ରଞ୍ଜନ ପ୍ରଧାନଙ୍କୁ କେନ୍ଦ୍ରାପଡ଼ା ପୁସ୍ତକ ମେଳା ‘ଯୁବ ସାହିତ୍ୟ ପୁରସ୍କାର’
Ranjan Pradhan faliciatation news and photo 
ଫୋଟ


କନ୍ଧମାଳ , ୧୫ ଜାନୁଆରି (ହି.ସ.) ଚଳିତ ୨୦୨୫ ବର୍ଷ ପାଇଁ ସମ୍ମାନଜନକ କେନ୍ଦ୍ରାପଡ଼ା ପୁସ୍ତକ ମେଳା ‘ଯୁବ ସାହିତ୍ୟ ପୁରସ୍କାର’ ବିଶିଷ୍ଟ କଥାକାର ଡ. ରଞ୍ଜନ ପ୍ରଧାନଙ୍କୁ ପ୍ରଦାନ କରାଯାଇଛି। କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜର୍ସ (କେମ୍‌) ପକ୍ଷରୁ ଆୟୋଜିତ ଦ୍ବାବିଂଶତମ କେନ୍ଦ୍ରାପଡ଼ା ପୁସ୍ତକ ମେଳାର ଉଦ୍‌ଯାପନୀ ଉତ୍ସବରେ ଡ. ପ୍ରଧାନଙ୍କୁ ମାନପତ୍ର, ପ୍ରଶସ୍ତି ଫଳକ, ଉତ୍ତରୀୟ ଏବଂ ନଗଦ ପାଞ୍ଚ ସହସ୍ର ମୁଦ୍ରା ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଛି। କେନ୍ଦ୍ରାପଡ଼ା ସହରର ମହିପାଳ ପଡ଼ିଆରେ ଆୟୋଜିତ ପୁସ୍ତକ ମେଳାର ଉଦ୍‌ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସଂସ୍କୃତି ଗବେଷକ ଅନୀଲ କୁମାର ଧୀର, ମୁଖ୍ୟବକ୍ତା ସାହିତ୍ୟିକ ଡ. ବିଜୟାନନ୍ଦ ସିଂହ, ସମ୍ମାନିତ ଅତିଥି କବି ନିରାକାର ଦାସ, କେମ୍‌ର ମୁଖ୍ୟ ଉପଦେଷ୍ଟା ଡ. ବିରଜା ରାଉତରାୟ, ‘କେମ୍‌’ର ସଭାପତି ଅକ୍ଷୟ କୁମାର ପାଣି, ସମ୍ପାଦକ ମହମ୍ମଦ ଜାହିଦ୍‌ ଖାନ୍‌ ପ୍ରମୁଖ ଉପସ୍ଥିତ ରହି ଡ. ପ୍ରଧାନଙ୍କୁ ପୁରସ୍କୃତ କରିଥିଲେ। ଡ. ପ୍ରଧାନ ବର୍ତ୍ତମାନ କନ୍ଧମାଳ ଜିଲ୍ଲାରେ ଜଣେ ବରିଷ୍ଠ ସାମ୍ବାଦିକ ଭାବେ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର ୩୦ ଖଣ୍ଡରୁ ଅଧିକ ପୁସ୍ତକ ପ୍ରକାଶିତ ହୋଇ ପାଠକୀୟ ଆଦୃତିଲାଭ କରିପାରିଛି। ତାଙ୍କ ଲିଖିତ ଉପନ୍ୟାସ ‘ଗୋବରୀ ନଈର ଗୀତ’ ଏବଂ ‘ଧରଣୀପେନୁ’ ପାଇଁ ସେ ସମଗ୍ର ଓଡ଼ିଆ ସାହିତ୍ୟ ଜଗତରେ ଚର୍ଚ୍ଚାର ଶୀର୍ଷରେ ଅଛନ୍ତି। ଏହି ପୁରସ୍କାର ଲାଭ କରିବା ପରେ ଡ. ପ୍ରଧାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande