ପ୍ରଥମ ଲଳିତ ନାୟକ ମେମୋରିଆଲ୍ ସର୍ବଭାରତୀୟ ଫ୍ଲଡ୍‌ଲାଇଟ୍ କ୍ରିକେଟ୍ ଟୁର୍ଣ୍ଣାମେଂଟ ଉଦ୍‌ଘାଟିତ
ବଲାଙ୍ଗୀର, ୧୫ ଜାନୁଆରୀ(ହି.ସ.) – ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ପଡିଆରେ ଆରମ୍ଭ ହୋଇଛି ପ୍ରଥମ ଲଳିତ ନାୟକ ମେମୋରିଆଲ୍ ସର୍ବଭାରତୀୟ ଫ୍ଲଡ୍‌ଲାଇଟ୍ କ୍ରିକେଟ୍ ଟୁର୍ଣ୍ଣାମେଂଟ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଅନଙ୍ଗ ଉଦୟ ସିଂଦେଓ ଏହି ଟୁର୍ଣ୍ଣାମେଂଟକୁ ମଙ୍
ପ୍ରଥମ ଲଳିତ ନାୟକ ମେମୋରିଆଲ୍ ସର୍ବଭାରତୀୟ ଫ୍ଲଡ୍‌ଲାଇଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ


ବଲାଙ୍ଗୀର, ୧୫ ଜାନୁଆରୀ(ହି.ସ.) – ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ପଡିଆରେ ଆରମ୍ଭ ହୋଇଛି ପ୍ରଥମ ଲଳିତ ନାୟକ ମେମୋରିଆଲ୍ ସର୍ବଭାରତୀୟ ଫ୍ଲଡ୍‌ଲାଇଟ୍ କ୍ରିକେଟ୍ ଟୁର୍ଣ୍ଣାମେଂଟ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଅନଙ୍ଗ ଉଦୟ ସିଂଦେଓ ଏହି ଟୁର୍ଣ୍ଣାମେଂଟକୁ ମଙ୍ଗଳବାର ସନ୍ଧ୍ୟାରେ ଉଦ୍‌ଘାଟନ କରିଥିଲେ। ସମ୍ମାନତି ଅତିଥି ଭାବେ ପୌରାଧ୍ୟକ୍ଷା ଲିକା ସାହୁ, ସଦର ଏସଡିପିଓ ପ୍ରଦୀପ କୁମାର ସାହୁ ଯୋଗଦାନ କରିଥିଲେ। ଦୀପକ ରଞ୍ଜନ ନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି ଟୁର୍ଣ୍ଣାମେଂଟରେ ଅନ୍ୟମାନଙ୍କ ମଧ୍ୟରେ ଅନ୍ୟତମ ଅତିଥି ଭାବେ ପ୍ରଭାସ କୁମାର ପାଣିଗ୍ରାହୀ, ପ୍ରଦ୍ୟୁତ୍ କୁମାର ମିଶ୍ର, ଆଡଭୋକେଟ୍ ରତନ ମହାରଣା ଓ ପ୍ରଭାକର ମିଶ୍ର ମଂଚାସୀନ ଥିଲେ। ସଭାକାର୍ଯ୍ୟକୁ ଅଙ୍କୁଶ କୁମାର ପାଣ୍ଡିଆ ପରିଚାଳନା କରିଥିଲେ।

ଅତିଥିମାନେ ସ୍ୱର୍ଗତ ଲଳିତ ନାୟକଙ୍କ ସେବା କାର୍ଯ୍ୟ ଆଗାମି ପିଢ଼ି ପିଢ଼ି ପାଇଁ ପ୍ରେରଣାର ଉତ୍ସହୋଇ ରହିବ ବୋଲି କହିଥିଲେ। ସଭା ପରେ ଆର୍‌ଏସ୍ ଫାଇଟର ଟିମ୍ ଏବଂ ରୁଦ୍ର ଏକାଦାଶ ଦଳ ମଧ୍ୟରେ ଉଦ୍‌ଘାଟନୀ ମୁକାବିଲା ହୋଇଥିଲା। ସଂଘର୍ଷପୂୂର୍ଣ୍ଣ ମ୍ୟାଚ୍‌ରେ ଆର୍‌ଏସ୍ ଫାଇଟର ଟିମ୍ ବିଜୟୀ ହୋଇଥିଲେ। ଏହାପରେ ସମଲେଶ୍ୱରୀ କ୍ରିକେଟ୍ କ୍ଳବ୍ ଏବଂ ବଲାଙ୍ଗିର କ୍ରିକେଟ୍ ଏକାଡେମୀ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ସମଲେଶ୍ୱରୀ କ୍ରିକେଟ୍ କ୍ଳବ୍ ବିଜୟୀ ହୋଇଥିଲେ। ଏହାପରେ ଆର୍‌ଏସ୍ ଫାଇଟର ଓ ସମଲେଶ୍ୱରୀ କ୍ରିକେଟ୍ କ୍ଳବ୍ ମଧ୍ୟରେ ଅନୁଷ୍ଠିତ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଆରଏସ୍ ଫାଇଟର ଦଳ ବିଜୟୀ ହୋଇଥିଲେ। ମ୍ୟାଚ୍ ଗୁଡିକୁ ରାଜକୁମାର ପାଣିଗ୍ରାହୀ, ପ୍ରସାନନ ବାଗ ଓ ସୌରଭ ପଧାନ ଅମ୍ପାୟାର ଭାବେ ପରିଚାଳନା କରିଥିଲେ। ବିଭୂତି ଭୂଷଣ ମିଶ୍ର ମ୍ୟାଚ୍‌ର ଧାରା ବିବରଣୀ ପ୍ରଦାନ କରିଥିଲେ। ସୁରଥ ଦାସ ୟୁଟୁବ୍ ଲାଇଭ୍ ପରିଚାଳନା କରିଥିଲେ। ଏହି ଟୁର୍ଣ୍ଣାମେଂଟରେ ୧୬ଟି ଦଳ ଅଂଶଗ୍ରହଣ କରିଛନ୍ତି। ଆସନ୍ତା ୧୯ ତାରିଖରେ ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହେବ। ଏହି ଟୁର୍ଣ୍ଣାମେଣ୍ଟରେ ଗୋପାଳ ଦାନୀ, ବୁଲୁ ବେହେରା, ଜୟନାରାୟଣ ବହିହାର, ବିବେକାନନ୍ଦ ପଟେଲ, ବିକି ହୋତା, ସୁମିତ ଦାସ, ପ୍ରଦୋଷ ବିଶି, ମନୋଜ କ୍ଷେତି, ବିଶ୍ୱଜିତ ପାତ୍ର, ସୁଜିତ ମିଶ୍ର, ରିଂଟୁ ଠାକୁର, ରୋହିତ ଚନ୍ଦନ, ସୁମିତ ସାହୁ, ଦେବାଶିଷ ଦାଶ, ଶୋଭାନ ଅଗ୍ରୱାଲ, ତାପସ ମହାନ୍ତି, ଜିତୁ ଥପା, ଆଶୁତୋଷ ବାଗ, ରାହୁଲ ସାହୁ ଓ ଶିବା ସାଏ ସହଯୋଗ କରୁଛନ୍ତି।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande