ଗୋବରୀ ସାରସ୍ୱତ ପରିଷଦ ତରଫରୁ ମକର ମିଳନ ଓ କବିତାପାଠୋତ୍ସବ ଅନୁଷ୍ଠିତବ୍ୟାସ କବି ଫକୀର ମୋହନଙ୍କ ଜୟନ୍ତୀ ପାଳିତ
କେନ୍ଦ୍ରାପଡ଼ା, ୧୬ ଜାନୁଆରୀ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଗୋବରୀ ସାରସ୍ୱତ ପରିଷଦ ତରଫରୁ ମକର ମିଳନ- ୨୦୨୫ ଓ ବ୍ୟାସ କବି ଫରିକମୋହନଙ୍କ ଜୟନ୍ତୀ ସିଦ୍ଧ ମା ଛୁଆଳିଆ ଶକ୍ତି ପୀଠରେ ସମାହାରରେ ପାଳିତ ହୋଇଯାଇଛି। ଡ଼ଃ ବାସୁଦେବ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅଧ୍
ଗୋବରୀ ସାରସ୍ୱତ ପରିଷଦ ତରଫରୁ ମକର ମିଳନ ଓ କବିତାପାଠୋତ୍ସବ ଅନୁଷ୍ଠିତବ୍ୟାସ କବି ଫକୀର ମୋହନଙ୍କ ଜୟନ୍ତୀ ପାଳିତ


କେନ୍ଦ୍ରାପଡ଼ା, ୧୬ ଜାନୁଆରୀ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଗୋବରୀ ସାରସ୍ୱତ ପରିଷଦ ତରଫରୁ ମକର ମିଳନ- ୨୦୨୫ ଓ ବ୍ୟାସ କବି ଫରିକମୋହନଙ୍କ ଜୟନ୍ତୀ ସିଦ୍ଧ ମା ଛୁଆଳିଆ ଶକ୍ତି ପୀଠରେ ସମାହାରରେ ପାଳିତ ହୋଇଯାଇଛି। ଡ଼ଃ ବାସୁଦେବ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅଧ୍ୟାପକ ଡ଼ଃ ବୈଷ୍ଣବ ଚରଣ ସିଂହଙ୍କ ସ୍ମୃତି ଚକ୍ଷରଣ ସହିତ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯକ୍ରମରେ ମୁଖ୍ୟଅତିଥି ଭାବେ ପ୍ରଫେସର ନନ୍ଦକିଶୋର ପରିଡା, ମୁଖ୍ୟବକ୍ତା ଭାବେ ଡ଼ଃ ବାସନ୍ତି ମହାନ୍ତି, ସଂମ୍ମାନୀତ ଅତିଥି ଡ଼ଃ ନୀଳମଣି ଲେଙ୍କା, କବି ହେମନ୍ତ କୁମାର ରାଉତ,ଡ଼ଃ ଶ୍ରୀଧର ସାମଲ ଯୋଗ ଦେଇଥିଲେ। କବି ନିରୁପମା ଦାସ ଓ କବି ଆରାଧନା ଦାଶଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯକ୍ରମରେ ସ୍ୱାଗତ ସମ୍ଭାଷଣ ଉପାଧ୍ୟାକ୍ଷ ସମରେନ୍ଦ୍ର ଜେନା ଦେଇଥିବା ବେଳେ ମଂଚ ସଂଚାଳନ କରିଥିଲେ ମଳୟ ରଞ୍ଜନ ବାରିକ, କବି ଅର୍ପିତା ସେଠି, ହେମନ୍ତ ମଲିକ, ବିଚିତ୍ରାନନ୍ଦ ସାହୁ, ଅର୍ଜୁନି ଚରଣ ସ୍ୱାଇଁ, ମଳୟ ବାରିକ, ଚିତରଞ୍ଜନ ସ୍ୱାଇଁ, ମମତା ସାମଲ, କାକୁଲି ମଲିକ, ମଧୁସ୍ମିତା ସ୍ୱାଇଁ ପ୍ରମୁଖ କବିତା ପାଠ କରିଥିଲେ। ସଂଗଠନର ସଚିବ ରବୀନ୍ଦ୍ର ସେନାପତି, ଅଧ୍ୟକ୍ଷ କରୁଣାକର ମାଲିକ, ଦ୍ୱାରୀକାନାଥ ବିଶ୍ୱାଳ, ଅଭୟ ସେନାପତି, ପ୍ରଦୀପ୍ତ କୁମାର ସେନାପତି, ବସନ୍ତ ସାହୁ, ଆଭାସୀ ମାଧ୍ୟ୍ୟମରେ ଯୋଗଦେଇଥିଲେ। ସମାଜସେବୀ ମଦନ କୁମାର ଦାସ, ବାସୁଦେବ ସେନାପତି ସହଯୋଗ କରିଥିଲେ ଶେଷରେ ବୀରେନ୍ଦ୍ର ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande