ଭୁବନେଶ୍ୱର, 5 ଫେବ୍ରୁଆରି (ହି.ସ.)
-
ମଞ୍ଚରେ ନିଜ ଚେୟାର ବଦଳାଇ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିକଶିତ ଗାଁ ବିକଶିତ
ଓଡ଼ିଶା କାର୍ଯ୍ୟକ୍ରମରେ ମଞ୍ଚରେ ବଦଳିଲା ମୁଖ୍ୟମନ୍ତ୍ରୀଙ୍କ ପାଇଁ ପଡ଼ିଥିବା ଆରାମ ଦାୟକ
ଚେୟାର । ମୁଖ୍ୟମନ୍ତ୍ରୀ ମଞ୍ଚକୁ ଆସି ପ୍ରଥମେ ନିଜ ପାଇଁ ପଡ଼ିଥିବା ଆରାମ ଦାୟକ ଚେୟାରରେ
ବସିଲେ । କିନ୍ତୁ ପାଖରେ ଅନ୍ୟ ମନ୍ତ୍ରୀ, ବିଧାୟକ ଓ
ଅଧିକାରୀ ମାନଙ୍କ ପାଇଁ ସାଧାରଣ ଚେୟାର ପଡ଼ିଥିବା ଦେଖିଲେ । ଆଉ ତୁରନ୍ତ ତାଙ୍କ ପାଇଁ
ପଡ଼ିଥିବା ଆରାମ ଦାୟକ ଚେୟାର ଉଠାଇ ସାଧାରଣ ଚେୟାର ପକାଇବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
। ଅନ୍ୟ ମାନଙ୍କ ଭଳି ସାଧାରଣ ଚେୟାରରେ ବସିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଖୋର୍ଦ୍ଧା
ଜିଲ୍ଲା ଜଙ୍କିଆ ଠାରେ ବିକଶିତ ଗାଁ ବିକଶିତ
ଓଡ଼ିଶା ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା