ଫେବୃୟାରୀ 10ରେ ରାଜ୍ୟରେ ପାଳନ ହେବ ଜାତୀୟ କୃମିନାଶକ ଦିବସ
ଭୁବନେଶ୍ୱର, 5 ଫେବ୍ରୁଆରି (ହି.ସ.) - ଓଡ଼ିଶାକୁ କୃମି ମୁକ୍ତ କରିବା ପାଇଁ ପରିବାର କଲ୍ୟାଣ ନିର୍ଦେଶକ ଓ ୟୁନିସେଫର ମିଳିତ ଉଦ୍ୟମରେ ସାରା ଓଡ଼ିଶାରେ ଜାତୀୟ କୃମିନାଶକ ଦିବସ ପାଳନ କରାଯିବ । ଆସନ୍ତା ଫେବୃଆରୀ 10 ତାରିଖରୁ ସାରା ରାଜ୍ୟରେ ପାଳନ ହେବାକୁ ଯାଉଛି କୃମିନ
ଫେବୃୟାରୀ 10ରେ ରାଜ୍ୟରେ    ପାଳନ ହେବ ଜାତୀୟ କୃମିନାଶକ ଦିବସ


ଭୁବନେଶ୍ୱର, 5 ଫେବ୍ରୁଆରି (ହି.ସ.)

- ଓଡ଼ିଶାକୁ

କୃମି ମୁକ୍ତ କରିବା ପାଇଁ ପରିବାର କଲ୍ୟାଣ ନିର୍ଦେଶକ ଓ ୟୁନିସେଫର ମିଳିତ ଉଦ୍ୟମରେ ସାରା

ଓଡ଼ିଶାରେ ଜାତୀୟ କୃମିନାଶକ ଦିବସ ପାଳନ କରାଯିବ । ଆସନ୍ତା ଫେବୃଆରୀ 10 ତାରିଖରୁ ସାରା

ରାଜ୍ୟରେ ପାଳନ ହେବାକୁ ଯାଉଛି କୃମିନାଶକ ଦିବସ । ଏହି ଅବସରରେ 1 ବର୍ଷରୁ 19 ବର୍ଷ ପର୍ଯ୍ୟନ୍ତ

ସମସ୍ତ ପିଲାଙ୍କୁ ପ୍ରତି 6 ମାସରେ ଥରେ ସ୍କୁଲ ଆଉ ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ଔଷଧ

ଦିଆଯାଉଛି। ଏହା ଛଡା 20 ରୁ 24 ବର୍ଷ ପର୍ଯ୍ୟନ୍ତ ସମସ୍ତ ପ୍ରଜନନକ୍ଷମ ମହିଳାଙ୍କୁ ମଧ୍ୟ କୃମିନାଶକ

ଔଷଧ ଦିଆଯିବ। ରାଜ୍ୟରେ 1 ରୁ 19 ବର୍ଷ ମଧ୍ୟରେ

146 49,623 ପିଲା ଉପକୃତ ହେଉଥିବା ବେଳେ 20 ରୁ 24 ବର୍ଷ ପର୍ଯ୍ୟନ୍ତ 17 73,187

ପ୍ରଜନନ ମହିଳା ଉପକୃତ ହେବେ । ଯେଉଁମାନେ 10 ଫେବୁଆରୀରେ ଏହି ଔଷଧ କୋଣସି କାରଣବଶତଃ

ନେଇପାରିବେ ନାହିଁ । ସେମାନେ 17 ତାରିଖ ଏହି ଔଷଧ ଖାଇପାରିବେ। ଏହି କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ

ଓ ପରିବାର କଲ୍ୟାଣ ବିଭାଗ ,ବିଦ୍ୟାଳୟ

ଓ ଗଣ ଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ଓ ଅନସୂଚିତ ଜାତି

ଓ ଜନଜାତି ତଥା ୟୁନିସେଫର ମିଲିତ ପ୍ରୟାସରେ ଏହା କରାଯାଉଛି। କୁପୋଷଣରୁ ମୁକ୍ତ କରିବା ପାଇଁ

କୃମି ନାଶକ ଔଷଧ ପ୍ରଦାନ କରାଯାଉଥିବା କହିଛନ୍ତି ଓଡିଶା ପରିବାର କଲ୍ୟାଣ ବିଭାଗ ନିର୍ଦେଶକା

ଡାକ୍ତର ସଂଯୁକ୍ତା ସାହୁ। ରାଜ୍ୟର 24ଟି

ଜିଲ୍ଲାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କଣ୍ଟ୍ରୋଲ ରୁମ

ଓ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ଏହି ଔଷଧ ସମ୍ପୂର୍ଣ ସୁରକ୍ଷିତ ରହିଛି। ଔଷଧ

ଖାଇବା ପରେ ଯଦି କାହାର କୌଣସି ଅସୁବିଧା ହୁଏ ସେମାନେ ହେଲ୍ପ ଲାଇନ ନମ୍ବର 0674 2291944 ରେ

ଯୋଗାଯୋଗ କରିପାରିବେ । ବର୍ଷ କୁ ଦୁଇ ଥର ଏହି ଔଷଧ

ପ୍ରଦାନ କରାଯାଉଛି ବୋଲି ଓଡ଼ିଶା ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶିକା ଡକ୍ଟର

ସଂଯୁକ୍ତା ସାହୁ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande