ଦକ୍ଷିଣ-ପୂର୍ବ ରେଳପଥର ମହାପ୍ରବନ୍ଧକଙ୍କ ବଲାଣି ଖାଦାନ ଷ୍ଟେସନ ପରିଦର୍ଶନ 
ଯୋଡ଼ା, 5 ଫେବ୍ରୁଆରି (ହି.ସ.)-ଦକ୍ଷିଣ-ପୂର୍ବ ରେଳ ପଥର ମହାପ୍ରବନ୍ଧକ ଅନୀଲ କୁମାର ମିଶ୍ର ଏକ ସ୍ୱତନ୍ତ୍ର ଟ୍ରେନରେ ରେଳ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ସହ ଚକ୍ରଧରପୁର ରେଳ ମଣ୍ଡଳର ବିଭିନ୍ନ ଷ୍ଟେସନ ପରିଦର୍ଶନ ସମୟରେ ବୁଧବାର ପ୍ରାୟ ୬ଘଟିକା ସମୟରେ ବଲାଣି ଖାଦାନ ଷ୍ଟେସନ ପହଞ୍ଚି ପରିଦର୍ଶନ
ବିକାଶ ପରିଷଡ଼ର ରେଳ ପ୍ରବନ୍ଧକଙ୍କ ସହ ଆଲୋଚନା


ଯୋଡ଼ା, 5 ଫେବ୍ରୁଆରି (ହି.ସ.)-ଦକ୍ଷିଣ-ପୂର୍ବ ରେଳ ପଥର ମହାପ୍ରବନ୍ଧକ ଅନୀଲ କୁମାର ମିଶ୍ର ଏକ ସ୍ୱତନ୍ତ୍ର ଟ୍ରେନରେ ରେଳ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ସହ ଚକ୍ରଧରପୁର ରେଳ ମଣ୍ଡଳର ବିଭିନ୍ନ ଷ୍ଟେସନ ପରିଦର୍ଶନ ସମୟରେ ବୁଧବାର ପ୍ରାୟ ୬ଘଟିକା ସମୟରେ ବଲାଣି ଖାଦାନ ଷ୍ଟେସନ ପହଞ୍ଚି ପରିଦର୍ଶନ କରିଛନ୍ତି ।ତାଙ୍କର ପରିଦର୍ଶନ ସମୟରେ ବଲାଣି ବିକାଶର ଏକ ପ୍ରତିନିଧି ଦଳ ମହାପ୍ରବନ୍ଧକଙ୍କ ସହ ଆଲୋଚନା କରିବା ସହିତ ବଲାଣି ବାସୀଙ୍କ ଦୀର୍ଘଦିନ ର ଦାବି ଟାଟା- ବଡ଼ବିଲ ପାସେଞ୍ଜର ଟ୍ରେନ କୁ ବଲାଣି ପର୍ଯ୍ୟନ୍ତ ସମ୍ପ୍ରସାରଣ ଦାବିକୁ ଦୋହରାଇଥିଲେ । ଏହା ବ୍ୟତୀତ ବଡ଼ବିଲର ଲାଇଫ ଲାଇନ୍ କୁହାଯାଉଥିବା ହାୱାଡା- ବଡ଼ବିଲ ଜନଶତାବ୍ଦୀ ଟ୍ରେନ ବିଗତ ବର୍ଷେ ହେଲା ସମୟ ସାରଣୀ ନିର୍ଘଣ୍ଟ ରେ ଚଳୁନଥିବା ଯୋଗୁଁ ଖଣି ଅଞ୍ଚଳବାସୀ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି , ଏହାକୁ ସମୟ ସାରଣୀ ଅନୁଯାୟୀ ଚାଲୁରଖିବାକୁ ଦାବି କରାଯାଇଥିଲା । ଏଠାରେ ପ୍ରକାଶଯେ ଦକ୍ଷିଣ-ପୂର୍ବ ରେଳ ପଥ ବଲାଣି ଖାଦାନ ଷ୍ଟେସନ ରୁ ବାର୍ଷିକ ହଜାର ହଜାର କୋଟି ରାଜସ୍ୱ ଲାଭ କରୁଥିବା ବେଳେ ଦକ୍ଷିଣ-ପୂର୍ବ ରେଳ ପଥର ବୈମାତୃକ ମନୋଭାବର ଶିକାର ହେଉଥିବା ନେଇ ବଲାଣି ବିକାଶ ପରିଷଦର ସଦସ୍ୟ ମାନେ ଅଭିଯୋଗ କରିଥିଲେ । ଏ ନେଇ ମହାପ୍ରବନ୍ଧକ ଶ୍ରୀ ମିଶ୍ର ରେଳ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ସହିତ ଟାଟା-ବଡ଼ବିଲ ପାସେଞ୍ଜର ଟ୍ରେନକୁ ବଲାଣି ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ଓ ପାସେଞ୍ଜର ଟ୍ରେନ ଚଳାଚଳ ନେଇ ଆବଶ୍ୟକ ଆନୁସାଙ୍ଗିକ ସୁବିଧା ବଲାଣି ଖାଦାନ ଷ୍ଟେସନରେ ଯୋଗାଇଦେବାକୁ ବିକାଶ ପରିଷଦର ସଦସ୍ୟଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହି ସମୟରେ ବଲାଣି ଠିକା ମଜଦୂର ସଂଘର କାର୍ଯ୍ୟକାରୀ ସଭାପତି କମଳାପତି ଯାଦବ ଶତାଧିକ ଶ୍ରମିକଙ୍କ ସହ ମହାପ୍ରବନ୍ଧକଙ୍କୁ ଔପଚାରିକ ଭେଟ କରି ରୁଙ୍ଗଟା ଗ୍ରୁପ ଦ୍ୱାରା ବଲାଣି ରେଳ ସାଇଡିଂ ରେ କୋଇଲା ଅନଲୋଡିଙ୍ଗ ବନ୍ଦ ଯୋଗୁଁ ସ୍ଥାନୀୟ ପ୍ରାୟ ୮୦୦ ଶ୍ରମିକ ବେକାର ହୋଇ ବସିଛନ୍ତି । ଏହା ଦ୍ୱାରା ସ୍ଥାନୀୟ ଶ୍ରମିକଙ୍କ ଏକ ପ୍ରକାର ଜୀବନଜୀବିକା ଉପରେ ପ୍ରଭାବ ପଡିଛି । ଦକ୍ଷିଣ-ପୂର୍ବ ରେଳ ପଥ ମହାପ୍ରବନ୍ଧକ ଶ୍ରୀ ମିଶ୍ର ଏ ନେଇ ରୁଙ୍ଗଟା କତ୍ତୃପକ୍ଷଙ୍କ ସହ ଆଲୋଚନା କରି ସମାଧାନ ବାହାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ନେଇ ବଲାଣି ଠିକା ମଜଦୂର ସଂଘର କାର୍ଯ୍ୟକାରୀ ସଭାପତି କମଳାପତି ଯାଦବ କହିଛନ୍ତି । ଏହି ପରିଦର୍ଶନ ସମୟରେ ମହାପ୍ରବନ୍ଧକ ବଲାଣି ଲୌହ ଖଣିର ଲୋଡିଙ୍ଗ ପୋଏଣ୍ଟ ସମେତ , ବଲାଣି ରେଳ ଷ୍ଟେସନର ପବ୍ଲିକ ସାଇଡ଼ିଂ, ରୁଙ୍ଗଟା ରେଳ ସାଇଡିଂ ଓ କେ ଏନ ରାମ ରେଳ ସାଇଡିଂ ବୁଲି ଦେଖିବା ସହିତ ସ୍ଥିତି ଅନୁଧ୍ୟାନ କରିଥିଲେ । ଏହି ସମୟରେ ସେ ବିଭିନ୍ନ ଖଣିର ପ୍ରତିନିଧିଙ୍କ ସହ ଆଲୋଚନା କରିବା ସହିତ ସମସ୍ୟା ସମ୍ବନ୍ଧରେ ଅବଗତ ହେବା ସହିତ ସମସ୍ୟା ସମାଧାନ ଉପରେ ଗୁରୁତ୍ୱାରୋପ କରିଥିଲେ । ବଲାଣି ବିକାଶ ପରିଷଦର ଆବାହକ ସୁବାଶିଷ ନନ୍ଦ, କମଳଲୋଚନ ମହାନ୍ତି ସମେତ ବଲାଣି ଠିକା ମଜଦୂର ସଂଘର ନେତା କମଳାପତି ଯାଦବ ସମେତ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / Sibashish Nanda


 rajesh pande