କଲିକତାର ଦମ୍ପତିଙ୍କ ଦ୍ୱାରା ଭଦ୍ରକ ବାତ୍ସଲ୍ୟ ଅନୁଷ୍ଠାନରୁ ପୋଷ୍ୟ ସନ୍ତାନ ଗ୍ରହଣ 
ଭଦ୍ରକ, ୫ ଫେବୃୟାରୀ (ହି.ସ.) - କଲିକତା ର ଏକ ଦମ୍ପତି ଧାମରାଇ ନାମ୍ମି ୭ମାସର ଏକ ଶିଶୁ କନ୍ୟାକୁ ପୋଷ୍ୟସନ୍ତାନ ରୂପେ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତ୍ ରାଏ ଙ୍କ ନିକଟରୁ ଗ୍ରହଣ କରିଛନ୍ତି ।କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଂସ୍ଥା ମାଧ୍ୟମରେ ସମ୍ଭାବ୍ୟ ଦମ୍ପତି ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ଅନଲ
BASTALYA - POSYA SANTAN GRAHAN


ଭଦ୍ରକ, ୫ ଫେବୃୟାରୀ (ହି.ସ.) - କଲିକତା ର ଏକ ଦମ୍ପତି ଧାମରାଇ ନାମ୍ମି ୭ମାସର ଏକ ଶିଶୁ କନ୍ୟାକୁ ପୋଷ୍ୟସନ୍ତାନ ରୂପେ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତ୍ ରାଏ ଙ୍କ ନିକଟରୁ ଗ୍ରହଣ କରିଛନ୍ତି ।କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଂସ୍ଥା ମାଧ୍ୟମରେ ସମ୍ଭାବ୍ୟ ଦମ୍ପତି ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ଅନଲାଇନ ଜରିଆରେ ଆବେଦନ କରିଥିଲେ । ଏବଂ ଦୀର୍ଘ ୪ବର୍ଷ ପରେ ସ୍ୱତନ୍ତ୍ରୀକୃତ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ମାଧ୍ୟମରେ ଭଦ୍ରକ ବାତ୍ସଲ୍ୟ ଅନୁଷ୍ଠାନ ରେ ରହୁଥିବା ଶିଶୁ କନ୍ୟା କୁ ଗ୍ରହଣ ନିମନ୍ତେ ଯୋଗ୍ୟ ବିବେଚିତ ହୋଇଥିଲେ ।ଏହି ଅବସରରେ ଶିଶୁ ମଙ୍ଗଳ କମିଟି ର ଅଧ୍ୟକ୍ଷ ଦେବରାଜ ପାଣିଗ୍ରାହୀ ,ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି ,ବାତ୍ସଲ୍ୟ ର ସମ୍ପାଦିକା ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande