ଭଦ୍ରକ, ୫ ଫେବୃୟାରୀ (ହି.ସ.) - ସଡକ ସୁରକ୍ଷା ନିୟମ କଡାକଡି ଲାଗୁ କରାଯିବା ଆଧାରରେ ଆରଡ଼ି ଛକ ରେ ଧରପଗଡ କରାଯାଇ ୩୦୫୩୦୦ ଟଙ୍କାର ଜରିମାନା ଆଦାୟ କରାଯାଇଅଛି । ପ୍ରଦତ ସୂଚନା ଅନୁଯାୟୀ ବିନା ହେଲମେଟ ରେ ୨୧ ଟି, ଦୃତ ବେଗରେ ଗାଡି ଚାଳନା ୪ ଟି, ଓଭର୍ ଲୋଡ ୩ ଜଣିଆ ଗାଡି ଚାଳନା ୧ ଟି କେଶ୍ ଚିହ୍ନଟ କରାଯାଇ ଚାଲାଣ କଟା ଯାଇଥିଲା । ଟ୍ରାଫିକ ସବଇ ନିସ୍ପେକ୍ଟର ଶର୍ମିଷ୍ଠା ମିଶ୍ର, ଏ ଏସ ଆଇ ଶ୍ୟାମ ସୁନ୍ଦର ନାୟକ ଓ ମୋଟର ଯାନ ବିଭାଗ ର କର୍ମଚାରୀ ଏହି ଧରପଗଡ ରେ ସାମିଲ ଥିଲେ ।
ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ