ଓଲଟିଲା ସ୍କୁଲ ଭେନ, ୧୦ ଛାତ୍ର ଗୁରୁତର
ଜୟପୁର, ୫ ଫେବ୍ରୁଆରି (ହି.ସ.) - କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅଂଚଳରେ ଘଟିଛି ଅଭାବନୀୟ ଘଟଣା। ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ ଭେନ। ଭେନରେ ବସିଥିବା ୧୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଗୁରୁତର ହୋଇପଡ଼ିଛନ୍ତି । ଭେନ ଟି ଛାତ୍ର ଛାତ୍ରୀ ଙ୍କୁ ବସାଇ ବୋରିଗୁମ୍ମା ଅଭିମୁଖେ ଆସୁଥିଲା। ଅତ୍ୟଧିକ ସ୍ପିଡ଼
ଓଲଟିଲା ସ୍କୁଲ ଭେନ, 10 ଛାତ୍ର ଗୁରୁତର


ଜୟପୁର, ୫ ଫେବ୍ରୁଆରି (ହି.ସ.) - କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅଂଚଳରେ ଘଟିଛି ଅଭାବନୀୟ ଘଟଣା। ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ ଭେନ। ଭେନରେ ବସିଥିବା ୧୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଗୁରୁତର ହୋଇପଡ଼ିଛନ୍ତି । ଭେନ ଟି ଛାତ୍ର ଛାତ୍ରୀ ଙ୍କୁ ବସାଇ ବୋରିଗୁମ୍ମା ଅଭିମୁଖେ ଆସୁଥିଲା। ଅତ୍ୟଧିକ ସ୍ପିଡ଼ ଗାଡି ଚାଳନା କାରଣରୁ ନିୟନ୍ତ୍ରଣ ହରାଇ ସର୍ଗିଗୁଡା ନିକଟରେ ରୋଡ ରୁ ତଳକୁ ଓଲଟିଲା ଭେନ। ଭେନ ପଛପଟୁ ଆସୁଥିବା କିଛି ବାଇକ ଚାଳକ ଭେନ ରୁ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ଉଦ୍ଧାର କରି ବୋରିଗୁମ୍ମା ମେଡିଛଲରେ ଭର୍ତି କରିଥିଲେ। ସମସ୍ତ ଛାତ୍ର ଛାତ୍ରୀ ବୋରିଗୁମ୍ମା ସରସ୍ୱତୀ ଶିଶୁ ମନ୍ଦିର ର ଛାତ୍ର ଛାତ୍ରୀ। ୬ ଜଣ ଛାତ୍ର ଛାତ୍ରୀଙ୍କୁ ବୋରିଗୁମ୍ମା ମେଡ଼ିକାଲରୁ କୋରାପୁଟ ମେଡିକାଲ କଲେଜ କୁ ସ୍ଥାନ ନ୍ତରିତ କରାଯାଇଛି। ଖବର ପାଇ ବୋରିଗୁମ୍ମା ପୋଲିସ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ଶିଶୁମନ୍ଦିର ଆଚାର୍ଯ୍ୟ ଏବଂ ଆଚାର୍ଯ୍ୟା ପହଂଚିଥିଲେ। ଜଣେ ଛାତ୍ରୀ କବିତା ପ୍ରଧାନୀ ଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡିଛି। ଅତ୍ୟଧିକ ସ୍ପିଡ଼ ଗାଡି ଚାଳନା ପାଇଁ ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ପବନ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପବନ


 rajesh pande