ବହୁମୁଖୀ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଆଶ୍ୱସ୍ତି, 7ରେ ମିଳିବ ନିଯୁକ୍ତି ପତ୍ର
ଭୁବନେଶ୍ୱର, 5 ଫେବ୍ରୁଆରି (ହି.ସ.)- ବହୁମୁଖୀ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଆଶ୍ୱସ୍ତି ।ଆସନ୍ତା 7 ତାରିଖରେ ମିଳିବ ନିଯୁକ୍ତି ପତ୍ର । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଦାନ କରିବେ 2753 ସ୍ୱାସ୍ଥ୍ୟ କର୍ମୀଙ୍କୁ ନିଯୁକ୍ତି ପତ୍ର । ସ୍ବାସ୍ଥ୍ୟ ବିଭାଗର ନିଯୁକ୍ତି ମେଳାକୁ ନ
ବହୁମୁଖୀ ସ୍ୱାସ୍ଥ୍ୟକର୍ମୀଙ୍କ    ପାଇଁ ଆଶ୍ୱସ୍ତି, 7ରେ ମିଳିବ ନିଯୁକ୍ତି ପତ୍ର


ଭୁବନେଶ୍ୱର, 5 ଫେବ୍ରୁଆରି (ହି.ସ.)- ବହୁମୁଖୀ ସ୍ୱାସ୍ଥ୍ୟକର୍ମୀଙ୍କ

ପାଇଁ ଆଶ୍ୱସ୍ତି ।ଆସନ୍ତା 7 ତାରିଖରେ ମିଳିବ ନିଯୁକ୍ତି ପତ୍ର । ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ପ୍ରଦାନ କରିବେ 2753 ସ୍ୱାସ୍ଥ୍ୟ କର୍ମୀଙ୍କୁ ନିଯୁକ୍ତି ପତ୍ର । ସ୍ବାସ୍ଥ୍ୟ ବିଭାଗର ନିଯୁକ୍ତି

ମେଳାକୁ ନେଇ ହାଇକୋର୍ଟ ରହିତାଦେଶ ଜାରି କରିଥିଲେ । ଏହାକୁ ନେଇ ନିଯୁକ୍ତି ମେଳା ଅନିଶ୍ଚିତତା

ମଧ୍ୟରେ ଥିଲା । ହେଲେ ଅଦାଲତ ରହିତାଦେଶକୁ କୋହଳ କରିବାରୁ ନିଯୁକ୍ତି ମେଳାର ବାଟ ଫିଟିଛି

ଯେଉଁଥିରେ ୨୭୫୩ ସ୍ବାସ୍ଥ୍ୟକର୍ମୀ ନିଯୁକ୍ତି ପାଇବେ । ଉକ୍ତ ନିଯୁକ୍ତି ମେଳାରେ ନିଯୁକ୍ତି

ପତ୍ର ପ୍ରଦାନ କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶିକା ଡାକ୍ତର ସଂଯୁକ୍ତ ସାହୁ

ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande