ଶତାଧିକ ପରିବାର ୧୦ମାସରୁ ଅଧିକ ଦିନ ହେଲା ବିଦ୍ୟୁତ ସେବାରୁ ବଞ୍ଚିତ
ଘଟଗାଁ :୫ ଫେବୃ୍ୟାରୀ (ହି.ସ.)ବଳଦା ପଞ୍ଚାୟତର ସିରାଜୁଦିନ ବି ପ୍ଲଟ ଅଂଚଳରେ ରହୁଥିବା ୧୫୦ଆଦିବାସୀ ଓ ଗୋପାଳ ପରିବାର ଦୀର୍ଘ ୧୦ମାସରୁ ଅଧିକ ଦିନ ହେଲା ବିଦ୍ୟୁତ ସେବାରୁ ବଞ୍ଚିତ ହୋଇ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହୋଇପଡୁଥିବାର ଅଭିଯୋଗ ହୋଇଛି । ସରକାର ଗରିବ ଅଧିବାସୀମାନଙ୍କୁ ଯୋଗାଇ
ଶତାଧିକ ପରିବାର ୧0ମାସରୁ ଅଧିକ ଦିନ ହେଲା ବିଦ୍ୟୁତ ସେବାରୁ ବଞ୍ଚିତ.


ଘଟଗାଁ :୫ ଫେବୃ୍ୟାରୀ (ହି.ସ.)ବଳଦା ପଞ୍ଚାୟତର ସିରାଜୁଦିନ ବି ପ୍ଲଟ ଅଂଚଳରେ ରହୁଥିବା ୧୫୦ଆଦିବାସୀ ଓ ଗୋପାଳ ପରିବାର ଦୀର୍ଘ ୧୦ମାସରୁ ଅଧିକ ଦିନ ହେଲା ବିଦ୍ୟୁତ ସେବାରୁ ବଞ୍ଚିତ ହୋଇ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହୋଇପଡୁଥିବାର ଅଭିଯୋଗ ହୋଇଛି । ସରକାର ଗରିବ ଅଧିବାସୀମାନଙ୍କୁ ଯୋଗାଇ ଦେଉଥିବା ବିଦ୍ୟୁତ ଓ ରେସନକାର୍ଡ ସ୍ୱାଭାବିକ ଜୀବନ ଧାରଣ ଲାଗି ଏକମାତ୍ର ଭରସା ହୋଇଥିବା ବେଳେ ଏହି ବହଳଦା ପଞ୍ଚାୟତର ସିରାଜୁଦିନ ବି ପ୍ଲଟର ଶତାଧିକ ଗରିବ ପରିବାର ଦୀର୍ଘ ୧୦ ମାସରୁ ଅଧିକ ଦିନ ହେଲା ବିଦ୍ୟୁତ ସେବାରୁ ବଞ୍ଚିତ ହୋଇ ନାହିଁ ନ ଥିବା ଦୁର୍ଦଶା ଭୋଗୁ ଥିବାର ଅଭିଯୋଗ ହୋଇଛି । ସରକାର ଯୋଗାଇ ଦେଉଥିବା ବିଦ୍ୟୁତ ସେବା ଓ ରେସନ କାର୍ଡ ଗରିବ ଲୋକମାନଙ୍କ ଜୀବନ ଧାରଣ ପାଇଁ ଏକ ମାତ୍ର ଭରସା ହୋଇ ଥିବାବେଳେ ଉକ୍ତ ଅଞ୍ଚଳର ଅଧିବାସୀ ଉକ୍ତ ସରକାରୀ ସୁବିଧାରୁ ବଞ୍ଚିତ ହୋଇ ଦୁଃଖ କଷ୍ଟରେ ଦିନ କାଟୁଛନ୍ତି । ପ୍ରଶାସନିକ ନିଷ୍କ୍ରିୟତା ଯୋଗୁଁ ଉକ୍ତ ସରକାରୀ ସୁବିଧା ଉକ୍ତ ଅଞ୍ଚଳର ଅଧିବାସୀଙ୍କ ପାଇଁ ସ୍ୱପ୍ନ ହୋଇପଡିଛି ବୋଲି ୱାଟ୍ସଆପ ଜରିଆରେ କରିଥିବା ଅଭିଯୋଗରୁ ଜଣାପଡିଛି । ଏ ସମ୍ପର୍କରେ ବିଦ୍ୟୁତ ବିଭାଗ, ଜିଲ୍ଲାପାଳ, ଓ ନେତାଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ହେଁ ଅଦ୍ୟାବଧି କୋୖଣସି ପ୍ରତିକାର କରାଯାଉ ନଥିବାରୁ ଉକ୍ତ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଯାହାକି ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଉକ୍ତ ଅଞ୍ଚଳରେ ଦେଖାଯାଇଥିବା ସମସ୍ୟାର ସମାଧାନ କରିବାକୁ ଦୃଢ଼ ଦାବିହୋଇଛି ।

ହିନ୍ଦୁସ୍ତାନ ସମାଚାର, ଘନଶ୍ୟାମ.

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande