ଭୁବନେଶ୍ୱର, 5 ଫେବ୍ରୁଆରି (ହି.ସ.)- ବିକଶିତ ଗାଁ, ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଦ୍ବାରା ଗ୍ରାମୀଣ
ଅର୍ଥନୀତି ଆଗକୁ ବଢିବ । ବିକଶିତ ଗାଁ ବିକଶିତ ଓଡ଼ିଶା ଶୁଭାରମ୍ଭ କାର୍ଯ୍ୟକ୍ରମରେ
ପଞ୍ଚାୟତିରାଜ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାଏକ ଅଭିଭାଷଣ ରଖିଛନ୍ତି । ଏହି ଅବସରରେ
ସେ କହିଛନ୍ତି ଯେ, ଆଜିର ଏହି ଐତିହାସିକ ମୁହୂର୍ତ୍ତ ଓଡ଼ିଶା ପାଇଁ ବିଶେଷ ସମୟ । ଗ୍ରାମାଞ୍ଚଳ
ଅର୍ଥନୀତି, ସାମାଜିକ ବ୍ୟବସ୍ଥା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଗକୁ
ବଢିବ । ଗ୍ରାମୀଣ ଓଡ଼ିଶାର ଜୀବନ ଧାରଣର ମାନ ବୃଦ୍ଧି ଏହି କାର୍ଯକ୍ରମର ଲକ୍ଷ୍ୟ । ଗ୍ରାମୀଣ
ଓଡ଼ିଶାର ବିକାଶ ଦିଗରେ ଆଜିର ଦିନଟି ଐତିହାସିକ । ବିକଶିତ ଓଡ଼ିଶାର ମୂଳଦୁଆ ପଡ଼ିବ । ବିକଶିତ
ଗାଁ, ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଦ୍ବାରା ଗ୍ରାମୀଣ ଅର୍ଥନୀତି
ଆଗକୁ ବଢିବ । ରାସ୍ତା, ସାଂସ୍କୃତିକ କାର୍ଯ୍ୟକ୍ରମ, ଭିତ୍ତିଭୂମି, ସମସ୍ତ ମୌଳିକ ଆବଶ୍ୟକତା ପୂରଣ କରିବାର ଯୋଜନା
ବିକଶିତ ଗାଁ, ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ହେବ । ଲୋକ
ମାନେ ହିଁ ବିକଶିତ ଗାଁର ନମୂନା ତିଆରି କରିବେ । ଗ୍ରାମସଭା ମାଧ୍ୟମରେ ଗାଁର ସମସ୍ତ ବିକାଶ
ମୂଳକ କାମ ପାଇଁ ନିଷ୍ପତି ନିଆଯିବ । 5 ବର୍ଷ ପାଇଁ 5 ହାଜର କୋଟି ଟଙ୍କାର ବ୍ୟୟ ବରାଦ
କରିଛନ୍ତି ରାଜ୍ୟ ସରକାର । ପୂର୍ବ ସରକାର ଲୋକଙ୍କ କଥା ଶୁଣିନଥିଲେ । ଜନ ପ୍ରତିନିଧି, ଗ୍ରାମସଭା ଓ ଲୋକଙ୍କ କଥା ଭୁଲି ଯାଇଥିଲେ । କେବଳ ଜଣେ ଲୋକଙ୍କ କଥାରେ ଚାଲିଥିଲା
ପୂର୍ବ ସରକାର । ଯେଉଁ ସରକାରକୁ ଲୋକ ପରିବର୍ତ୍ତନ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା