‘ଗାଁକୁ ସହର ପରି ସୁବିଧା ଦେବା ପାଇଁ ନାରା ଦେଇଥିଲେ ନବୀନ’ବିକଶିତ ନାଁରେ ଯୋଜନା ଗୁଡିକୁ ପୋଲିଓ ନ କରନ୍ତୁ ସରକାର- ଅରୁଣ ସାହୁ
ଭୁବନେଶ୍ୱର, 5 ଫେବ୍ରୁଆରି (ହି.ସ.) - ଓଡ଼ିଶାର ବିଜେପି ସରକାର ଆଜି ବିକଶିତ ଗାଁ ବିକଶିତ ଓଡ଼ିଶା ଆରମ୍ଭ କଲେ । ଯେତେବେଳେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ, ସେ ନାରା ଦେଇଥିଲେ ଗାଁକୁ ସହର ପରି ସୁବିଧା ଦେବା ପାଇଁ । ଗାଁରେ ପ୍ରଥମ କଂକ୍ରିଟ ରାସ୍ତା ନବୀନ କରିଥିଲେ । ଯା
‘ଗାଁକୁ ସହର ପରି ସୁବିଧା    ଦେବା ପାଇଁ ନାରା ଦେଇଥିଲେ ନବୀନ’ବିକଶିତ ନାଁରେ ଯୋଜନା ଗୁଡିକୁ    ପୋଲିଓ ନ କରନ୍ତୁ ସରକାର- ଅରୁଣ ସାହୁ


ଭୁବନେଶ୍ୱର, 5 ଫେବ୍ରୁଆରି (ହି.ସ.)

- ଓଡ଼ିଶାର

ବିଜେପି ସରକାର ଆଜି ବିକଶିତ ଗାଁ ବିକଶିତ ଓଡ଼ିଶା ଆରମ୍ଭ କଲେ । ଯେତେବେଳେ ନବୀନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ଥିଲେ, ସେ ନାରା ଦେଇଥିଲେ ଗାଁକୁ ସହର ପରି ସୁବିଧା ଦେବା ପାଇଁ । ଗାଁରେ ପ୍ରଥମ କଂକ୍ରିଟ ରାସ୍ତା ନବୀନ କରିଥିଲେ । ଯାହା

ପରବର୍ତୀ ସମୟରେ ଭାରତ ସରକାର କରିଥିଲେ ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ସେତେବେଳେ ଏହି ଧାରା ଆରମ୍ଭ ହୋଇଥିଲା ବୋଲି ସେ

କହିଛନ୍ତି। ପଂଚାୟତିରାଜ ବିଭାଗ 75 ହଜାର ରାସ୍ତା କଂକ୍ରିଟ ହୋଇଥିଲା । ମନ୍ଦିର, ରାସ୍ତା, ସ୍କୁଲର ବିକାଶ ଆମ ଓଡ଼ିଶା ନବୀନ ଓଡ଼ିଶାରେ କରାଯାଇଥିଲା । ଯେଉଁଥିପାଇଁ

ଓଡ଼ିଶା କେନ୍ଦ୍ରରୁ ପୁରସ୍କାର ପାଇଲା । ଏହା ପରିବର୍ତନର ଆରମ୍ଭ ଥିଲା । 2023-24

ରେ 6800 ପଂଚାୟତକୁ 50 ଲକ୍ଷ

ଅନୁଦାନ ଦିଆଯାଇଥିଲା । ସାଢେ ତିନି ହଜାର କୋଟି ଦିଆଯାଇଥିଲା । ଏବେ ସରକାର ବାର୍ଷିକ ହଜାର କୋଟି ଦେବେ । ଅର୍ଥାତ 14

ଲକ୍ଷ80 ହଜାର ପ୍ରତି ଗାଁକୁ ଦେବେ । ଓଡ଼ିଶାରେ 50

ହଜାର ରାଜସ୍ୱ ଗାଁ ଅଛି । ୱାର୍ଡ ପିଛା ବି ଲକ୍ଷେ ପଡୁନି । ଏମିତିରେ

ପ୍ରତି ପଂଚାୟତକୁ ମାତ୍ର ତିନିରୁ ଚାରି ପ୍ରକଳ୍ପ ଯିବ । ସବୁ ଗାଁର ବି ଏଥିରେ ଭାଗ ପଡିବ ନାହିଁ

। ଆମ ଓଡ଼ିଶା ନବୀନ ଓଡ଼ିଶା ନାଁ ବଦଳାଇ 15 ଲକ୍ଷରେ ସୀମିତି ରଖିଲେ । କାରଣ ଡବଲ ଇଂଜିନ ସରକାରର ଡବଲ ଦୋମୁହାଁ

କଥା ପ୍ରମାଣିତ ହେଲା । ଏକ ତୃତୀୟାଂଶ ଭାଗ ବି ପଡିଲା ନାହିଁ । ବିକଶିତ ଗାଁରେ ଏବେ ବିକଳାଙ୍ଗ

ଯୋଜନା କଲେ । ନୂଆ ଯୋଜନା ସବୁକୁ ପୋଲିଓ ରୋଗ ହେଲାଣି । ଓଡ଼ିଶାର ଜନସଂଖ୍ୟାର 80

ଭାଗ ଗାଁରେ ରୁହନ୍ତି । ସାଢେ ତିନି କୋଟି ଲୋକ ଗାଁରେ ରୁହନ୍ତି । 2.65

କୋଟି ବଜେଟରୁ ମାତ୍ର ଗାଁ ବିକାଶ ପାଇଁ ହଜାର କୋଟି ଦେଲେ ତାକୁ

ପୋଲିଓ ନୁହେଁ ତ ଆଉ କଣ କହିବା । ଛଡ଼, ବାଲି, ସେମେଣ୍ଟ, ମଜୁରୀ ମହଙ୍ଗା ହେଲାଣି । ଏତିକି ଟଙ୍କାରେ କେମିତି କାମ ହେବ ।

ମନରେଗାରେ ଅର୍ଥ ବଢ଼ିଲା ନାହିଁ । ଏହା ଏବେ ଠପ । ଆମ ଓଡ଼ିଶା ନବୀନ ଓଡ଼ିଶା କାମ ଠପ । ପୂର୍ବ

ସରକାର ଲୋକଙ୍କ ପାଇଁ କାମ କରୁଥିଲେ । ନବୀନ ସରକାର ଯାହା କରିଥିଲେ ତାହାର ରକ୍ଷଣାବେକ୍ଷଣା ବି

କରୁନି ସରକାର । ଗତ ଆଠ ମାସର ବିକାଶର ଚିତ୍ର ହେଉଛି ମଣ୍ଡିପଙ୍କାରେ ଅନାହାର ମୃତ୍ୟୁ, ଚିକିଟି ମଦ ମୃତ୍ୟୁ, ଅଦିନିଆ ବର୍ଷା ଯୋଗୁଁ କ୍ଷତିରୁ 12 ରୁ ଅଧିକ ମଲେ, କଣାସରେ ହଇଜାରେ ପାଞ୍ଚ ମଲେ । ଡବଲ ଇଂଜିନ ଡବଲ କଟନୀ ଛଟଣି । ଆଇନ

ଶୃଙ୍ଖଳା କଥା ନ କହିଲେ ଭଲ । ଭୁବନେଶ୍ୱରର ସବୁ ଘରେ କଳା କନା ବୁଲୁଛି । ପ୍ରଧାନମନ୍ତ୍ରୀ ଗସ୍ତ

ସମୟରେ ହତ୍ୟା ଓ ଡକାୟତି ହେଉଛି । ଏ ହେଉଛି ବିକଶିତ ଓଡ଼ିଶାର ଚିତ୍ର । ସରକାରଙ୍କୁ ଆହ୍ୱାନ

ବିକଶିତ ଇଂଜିନ କଥା କହିଲେ ନବୀନ ଦେଉଥିବା ଅର୍ଥକୁ ଦ୍ବିଗୁଣିତ କର । ବିଗତ ଦିନର ଭଲ କାମରୁ

ଶିକ୍ଷା ନିଅ । ବିକଶିତ ନାଁରେ ଯୋଜନା ଗୁଡିକୁ ପୋଲିଓ ନ କରନ୍ତୁ ସରକାର କହି ବର୍ଷିଛନ୍ତି ଅରୁଣ

ସାହୁ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande