ଭୁବନେଶ୍ୱର, 5 ଫେବ୍ରୁଆରି (ହି.ସ.)
- ମାଲକାନଗିରିରେ
ବିକଶିତ ଗାଁ,
ବିକଶିତ ଓଡ଼ିଶା ଯୋଜନର ଶୁଭାରମ୍ଭ କରିଛନ୍ତି ନିତ୍ୟାନନ୍ଦ ଗଣ୍ଡ। ଏହି
ଅବସରରେ ସେ କହିଛନ୍ତି ଯେ, ଗୋଟିଏ ପଟେ ଆମ ସମସ୍ତଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୋର୍ଦ୍ଧା
ଗଡର ଜଙ୍କିଆଠାରେ ଏହି ଯୋଜନାର ଶୁଭାରମ୍ଭ କରିଥିବା ବେଳେ ସୀମାନ୍ତ ଜିଲ୍ଲା ମାଲକାନଗିରିରେ
ଏହାର ଶୁଭାରମ୍ଭ କରିବାର ସୁଯୋଗ ମୋତେ ଖୁସି ଦେଇଛି। ଏହି ଯୋଜନାରେ ଗାଁର ଭିତ୍ତିଭୂମି ବିକାଶ
ସହ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢୀକରଣ କରାଯିବ। ବିଶେଷ କରି ଅନୁନ୍ନତ ଜନଜାତି ସମୁଦାୟ ବସବାସ
କରୁଥିବା ଅଞ୍ଚଳରେ ଆଭ୍ୟନ୍ତରୀଣ ଓ ଅନ୍ତଃ ଗ୍ରାମ୍ୟ ସଡ଼କ ସଂଯୋଗୀକରଣ କରାଯିବ। ଏହା ସହିତ
କ୍ଷୁଦ୍ର ପର୍ଯ୍ୟଟନ ସ୍ଥଳୀର ବିକାଶ, ସାଂସ୍କୃତିକ କେନ୍ଦ୍ର, କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଣ୍ଟର ନିର୍ମାଣ, ଶିକ୍ଷା ଓ କ୍ରୀଡ଼ା ଭିତ୍ତିଭୂମିର ସମ୍ପ୍ରସାରଣ ଏବଂ ନୂତନ
ଜନମଙ୍ଗଳାକାରୀ ବହୁମୂଖୀ ପ୍ରକଳ୍ପ ନିର୍ମାଣ କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା