“ବିକଶିତ ଗାଁ , ବିକଶିତ ଓଡିଶା” ଯୋଜନା ହେଉଛି ସମୃଦ୍ଧ ଓଡିଶାର ନୂତନ ପରିଭାଷା- ମୁକେଶ ମହାଲିଙ୍ଗ
ଭୁବନେଶ୍ୱର, 5 ଫେବ୍ରୁଆରି (ହି.ସ.) - ଗ୍ରାମାଞ୍ଚଳର ମୌଳିକ ଭିତ୍ତିଭୂମି ସୁଦୃଢ କରିବା ତଥା ସାମଗ୍ରିକ ବିକାଶଧାରାକୁ ଆଗେଇ ନେଇ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ନିର୍ମାଣ ପାଇଁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ “ବିକଶିତ ଗାଁ ବିକଶିତ ଓଡ଼ିଶା” ଯୋଜନାର ଶୁଭାରମ
“ବିକଶିତ    ଗାଁ ,  ବିକଶିତ ଓଡିଶା” ଯୋଜନା ହେଉଛି ସମୃଦ୍ଧ ଓଡିଶାର ନୂତନ ପରିଭାଷା- ମୁକେଶ ମହାଲିଙ୍ଗ


ଭୁବନେଶ୍ୱର, 5 ଫେବ୍ରୁଆରି (ହି.ସ.)

- ଗ୍ରାମାଞ୍ଚଳର

ମୌଳିକ ଭିତ୍ତିଭୂମି ସୁଦୃଢ କରିବା ତଥା ସାମଗ୍ରିକ ବିକାଶଧାରାକୁ ଆଗେଇ ନେଇ ବିକଶିତ ଓଡ଼ିଶା ଓ

ବିକଶିତ ଭାରତ ନିର୍ମାଣ ପାଇଁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ “ବିକଶିତ

ଗାଁ ବିକଶିତ ଓଡ଼ିଶା” ଯୋଜନାର ଶୁଭାରମ୍ଭ

କରିଛନ୍ତି । ଏହି ଅବସରରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରରୁ ଧନକଉଡା ଠାରେ ଆୟୋଜିତ ଜିଲ୍ଲା

ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏହି

କାର୍ଯ୍ୟକ୍ରମରେ ସମ୍ବଲପୁରର ବିଧାୟକ ଜୟ ନାରାୟଣ ମିଶ୍ର, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ

ସମ୍ବଲପୁର ପ୍ରତିନିଧି ତଥା ରେଙ୍ଗାଲିର ପୂର୍ବତନ ବିଧାୟକ ଶ୍ରୀ ନାଉରି ନାଏକ ଏବଂ

ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ । ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ

କହିଛନ୍ତି ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ମାର୍ଗଦର୍ଶନ ଏବଂ

ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଲୋକଙ୍କ

ସରକାରର “ବିକଶିତ ଗାଁ , ବିକଶିତ ଓଡିଶା” ଯୋଜନା ହେଉଛି ସମୃଦ୍ଧ ଓଡିଶାର ନୂତନ ପରିଭାଷା। ଏହି ଯୋଜନା

ମାଧ୍ୟମରେ ଗ୍ରାମାଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ଆଗାମୀ ୫ ବର୍ଷରେ ୫ହଜାର କୋଟି ଟଙ୍କାର

ବ୍ୟୟବରାଦ କରିଛନ୍ତି । ଗ୍ରାମାଞ୍ଚଳର ମୌଳିକ ଭିତ୍ତିଭୂମି ସୁଦୃଢ କରିବା ସହ ଯୋଗାଯୋଗ

ବ୍ୟବସ୍ଥାରେ ଉନ୍ନତିକରଣ, ପର୍ଯ୍ୟଟନ ସ୍ଥଳୀର ବିକାଶ, ଶିକ୍ଷା ଏବଂ କ୍ରିଡା ଭିତ୍ତିଭୂମିର ସମ୍ପ୍ରସାରଣ ଏବଂ ଆଧୁନିକୀକରଣ କରିବା ଏହି ଯୋଜନାର ଲକ୍ଷ୍ୟ। “ବିକଶିତ ଗାଁ , ବିକଶିତ ଓଡିଶା” ଯୋଜନା ଆଗାମୀ ଦିନରେ ଦେଶ ସ୍ବାଧିନତାର ଶତବାର୍ଷିକୀ ଏବଂ ଓଡ଼ିଶା

ଭାଷା ଭିତ୍ତିକ ରାଜ୍ୟ ଗଠନର ୧୦୦ ବର୍ଷ ପୂର୍ତ୍ତି ସମୟରେ ବିକଶିତ ଓଡ଼ିଶା, ବିକଶିତ ଭାରତ ଗଠନରେ ମୁଖ୍ୟ ଭୂମିକା ନେବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande