ନୂଆଦିଲ୍ଲୀ, ୧୯ ଜାନୁଆରୀ (ହି.ସ.)- କେନ୍ଦ୍ର ରେଳ, ସୂଚନା ଏବଂ ପ୍ରସାରଣ ତଥା ଇଲେକ୍ଟ୍ରୋନିକ ଏବଂ ସୂଚନା ପ୍ରଯୁକ୍ତି ଅଶ୍ୱିନୀ ବୈଷ୍ଣବ ଦାବୋସରେ ବିଶ୍ୱ ଆର୍ଥିକ ମଂଚ (ଡବ୍ଲୁଇଏଫ) ୨୦୨୫ ରେ ଭାଗ ନେବେ ।
ଦାବୋସ ଯାତ୍ରା କରିବା ପୂର୍ବରୁ ଅଶ୍ୱିନୀ ବୈଷ୍ଣବ ସମାଜର ପ୍ରତ୍ୟେକ ବର୍ଗ, ବିଶେଷ କରି ଐତିହାସିକ ରୂପେ ପ୍ରଗତିରୁ ବଂଚିତ ଲୋକଙ୍କ ନିମନ୍ତେ ବିକାଶ ସୁନିଶ୍ଚିତ କରିବାରେ ଭାରତର ପ୍ରମୁଖ ପ୍ରଚେଷ୍ଟା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ସମସ୍ତଙ୍କର ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି, ଯାହାକି ସମାଜର ସବୁଠୁ ତଳେ ଥିବା ଲୋକଙ୍କ ଜୀବନରେ ପରିବର୍ତନ ଆଣୁଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ