ଗୌତମବୁଦ୍ଧନଗର, 5 ଫେବ୍ରୁଆରି (ହି.ସ.)- ଉତର ପ୍ରଦେଶର ଗୌତମବୁଦ୍ଧ ନଗର ଜିଲ୍ଲାର ନୋଏଡା
ସ୍ଥିତ ତିନୋଟି ଘରୋଇ ସ୍କୁଲକୁ ବୋମାରେ ଉଡାଇବାକୁ ଧମକ ମିଳିଛି । ଏହାପରେ ପୋଲିସ ପ୍ରଶାସନ
ଓ ଅଭିଭାବକମାନଙ୍କ ଭିତରେ ଆତଙ୍କ ଖେଳିଯାଇଛି । ବୋମା ନିଷ୍କ୍ରିୟକାରୀ ଟିମ୍, ଡଗ୍ ସ୍କ୍ୱାର୍ଡ
ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ସ୍କୁଲକୁ ଖାଲି କରିଦିଆଯାଇଛି । ପୋଲିସ ସୂଚନା
ଅନୁସାରେ ଆଜି ସକାଳେ ଇ-ମେଲ ଜରିଆରେ ନୋଏଡା
ସ୍ଥିତ ତିନୋଟି ସ୍କୁଲ ହେରିଟେଜ ମୟୂର ସ୍କୁଲ ତଥା ଷ୍ଟେପ ବାଇ ଷ୍ଟେପ ସ୍କୁଲକୁ ବୋମାରେ
ଉଡାଇବାକୁ ଧମକ ମିଳିଛି । ଏହାପରେ ପୋଲିସ ପ୍ରଶାସନ ଓ ପିଲାଙ୍କ ଅଭିଭାବକମାନଙ୍କ ମଧ୍ୟରେ
ଆତଙ୍କ ଖେଳିଯାଇଛି । ପୋଲିସ ସ୍କୁଲରେ ଛାନଭିନ କରୁଛି । ଏବେ ସୁଦ୍ଧା କୌଣସି ସନ୍ଦିଗ୍ଧ ବସ୍ତୁ
ମିଳିନି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା