ନୂଆଦିଲ୍ଲୀ, 5 ଫେବ୍ରୁଆରି (ହି.ସ.)
-
ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଓ ତାଙ୍କ ପତ୍ନୀ ଡ.ସୁଦେଶ ଧନଖଡ ବୁଧବାର ଦିଲ୍ଲୀ ବିଧାନସଭା
ନିର୍ବାଚନ ପାଇଁ ଭୋଟ ଦେଇଛନ୍ତି । ଏହି ଅବସରରେ ମିଡିଆ ସହ ଆଲୋଚନାରେ ସେ ଲୋକଙ୍କୁ
ଗଣତନ୍ତ୍ରର ମହାଯଜ୍ଞରେ ଭାଗ ନେବା ପାଇଁ ଅପିଲ କରିଛନ୍ତି । ଉପରାଷ୍ଟ୍ରପତି ନାଗରିକଙ୍କୁ ନିଜ
ମତାଧିକାର ପ୍ରୟୋଗ କରିବାକୁ ଆହ୍ୱାନ ଦେଇଥିଲେ ।
ଉପରାଷ୍ଟ୍ରପତି କହିଛନ୍ତି
ଯେ, ମତଦାନ ମହାନ ଦାନ ଅଟେ । ମତଦାନ ପ୍ରଜାତନ୍ତ୍ରର ଅକ୍ସିଜେନ ଅଟେ । ପ୍ରଜାତନ୍ତ୍ରର ଆଧାର
ମତଦାନ ଅଟେ, ମତଦାନ ସମସ୍ତ ଅଧିକାରର ଜନୀନ ଅଟେ । ଏହାର ସର୍ବୋପରି କୌଣସି ଅଧିକାର ନାହିଁ ।
ପ୍ରଜାତନ୍ତ୍ରର ଗୁରୁତ୍ୱ ସେତେବେଳେ ରହିଛି, ଯେତେବେଳେ ପ୍ରତି ବ୍ୟକ୍ତି ନିଜ ମତଦାନ
ବିବେକପୂର୍ଣ୍ଣ ଭାବେ, ସ୍ୱାଧୀନ ଭାବେ ଦେଶ ପାଇଁ କରିବ ସେତେବେଳେ ଗଣତନ୍ତ୍ର ଫଳପ୍ରଦ ହେବ
ବିକଶିତ ହେବ । ଭାରତ ବର୍ଷ ପୂରା ବିଶ୍ୱରେ ଏକ ମିଶାଲ ଅଟେ । ସବୁଠୁ ପୁରୁଣା ଗଣତନ୍ତ୍ର, ସବୁଠୁ
ବଡ ଗଣତନ୍ତ୍ର, ସବୁଠୁ ମଜବୁତ ଗଣତନ୍ତ୍ର ଅଟେ । ଏହି ବେଶ୍ ମୂଲ୍ୟବାନ ଅଧିକାର ଭାରତର ପ୍ରତି
ନାଗରିକଙ୍କୁ ମିଳିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା