ସଙ୍ଗମରେ ବୁଡ ପକାଇଲେ ପ୍ରଧାନମନ୍ତ୍ରୀ ମୋଦି
ମହାକୁମ୍ଭନଗର, 5 ଫେବ୍ରୁଆରି (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ରୟାଗରାଜ ମହାକୁମ୍ଭରେ ପହଂଚି ପବିତ୍ର ସଙ୍ଗମରେ ଆସ୍ଥାର ବୁଡ ପକାଇଛନ୍ତି ଏବଂ ମାଆ ଗଙ୍ଗାଙ୍କ ପୂଜାର୍ଚ୍ଚନା କରିଛନ୍ତି । ପିଏମ ମୋଦି ଟିସାର୍ଟ ଓ ପ୍ୟାଂଟ ପିନ୍ଧିବା ସହ ବେକରେ ନୀଳ ଗାମ
ସଙ୍ଗମରେ ବୁଡ ପକାଇଲେ    ପ୍ରଧାନମନ୍ତ୍ରୀ ମୋଦି


ମହାକୁମ୍ଭନଗର, 5 ଫେବ୍ରୁଆରି (ହି.ସ.)-

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ରୟାଗରାଜ ମହାକୁମ୍ଭରେ ପହଂଚି ପବିତ୍ର ସଙ୍ଗମରେ

ଆସ୍ଥାର ବୁଡ ପକାଇଛନ୍ତି ଏବଂ ମାଆ ଗଙ୍ଗାଙ୍କ ପୂଜାର୍ଚ୍ଚନା କରିଛନ୍ତି । ପିଏମ ମୋଦି ଟିସାର୍ଟ

ଓ ପ୍ୟାଂଟ ପିନ୍ଧିବା ସହ ବେକରେ ନୀଳ ଗାମୁଛା ପକାଇ ତ୍ରିବେଣୀକୁ ଓହ୍ଲାଇଥିଲେ । ଗଳାରେ ବଡ ବଡ

ରୁଦ୍ରାକ୍ଷ ମାଳା ପକାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାଧକ ମୁଦ୍ରାରେ ଦେଖିବାକୁ

ମିଳିଥିଲା । ସେ ସଙ୍ଗମରେ ସ୍ନାନ ସମୟରେ ପବିତ୍ର ଜଳରେ ଠିଆ ହୋଇ ସୂର୍ଯ୍ୟ ଭଗବାନଙ୍କୁ ଅର୍ଘ୍ୟ

ଅର୍ପଣ କରିଥିଲେ । ପରିକ୍ରମା କରି ମନ୍ତ୍ର ଜପ କରିଥିଲେ । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଷ୍ଟିମରରେ ବସି ସଙ୍ଗମ ଘାଟ ଅବଲୋକନ କରିଥିଲେ । ଯୋଗୀ

ତାଙ୍କୁ ମହାକୁମ୍ଭର ସମସ୍ତ ଘାଟ ସଂପର୍କରେ କହିଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀ ଘାଟ କୂଳରେ

ଠିଆ ହୋଇଥିବା ଶ୍ରଦ୍ଧାଳୁଙ୍କୁ ହାତ ହଲାଇ ଅଭିବାଦନ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande