ଗୁଲମାର୍ଗର ସ୍କୀ ରିସର୍ଟ ହେଲା କାଶ୍ମୀରର ସବୁଠାରୁ ଶୀତଳ ସ୍ଥାନ
ଶ୍ରୀନଗର 5 ଫେବୃଆରୀ (ହି.ସ)-କାଶ୍ମୀରରେ ରାତିର ତାପମାତ୍ରା ଶୁନ୍ୟରୁ କମ ରହିଛି ଏବଂ ଗୁଲମାର୍ଗର ସ୍କୀ ରିସର୍ଟ କାଶ୍ମୀରର ସବୁଠାରୁ ଥଣ୍ଡା ସ୍ଥାନ ପାଲଟିଛି।ପାଣିପାଗ ବିଭାଗ କହିଛି ଯେ ଦକ୍ଷିଣ କାଶ୍ମୀରରେ ପହଲଗ୍ରାମ ଏବଂ କୋକରନାଗ ସହ ଉତ୍ତର କାଶ୍ମୀରର କୁପୱାଡା ସହିତ କାଶ୍ମୀରର କିଛି ସ୍ଥାନରେ ଗତ 24
ଗୁଲମାର୍ଗର ସ୍କୀ ରିସର୍ଟ ହେଲା କାଶ୍ମୀରର ସବୁଠାରୁ ଶୀତଳ ସ୍ଥାନ


ଶ୍ରୀନଗର 5 ଫେବୃଆରୀ (ହି.ସ)-କାଶ୍ମୀରରେ ରାତିର ତାପମାତ୍ରା ଶୁନ୍ୟରୁ କମ ରହିଛି ଏବଂ ଗୁଲମାର୍ଗର ସ୍କୀ ରିସର୍ଟ କାଶ୍ମୀରର ସବୁଠାରୁ ଥଣ୍ଡା ସ୍ଥାନ ପାଲଟିଛି।ପାଣିପାଗ ବିଭାଗ କହିଛି ଯେ ଦକ୍ଷିଣ କାଶ୍ମୀରରେ ପହଲଗ୍ରାମ ଏବଂ କୋକରନାଗ ସହ ଉତ୍ତର କାଶ୍ମୀରର କୁପୱାଡା ସହିତ କାଶ୍ମୀରର କିଛି ସ୍ଥାନରେ ଗତ 24 ଘଣ୍ଟାରେ ହାଲୁକା ବର୍ଷା ହୋଇଛି । ବୁଧବାର ଦିନ ଅଳ୍ପ ବର୍ଷା କିମ୍ବା ବରଫପାତ ହେବାର ସମ୍ଭାବନା ରହିଛି। ଗୁରୁବାରରୁ ପାଗ ଆଂଶିକ ମେଘୁଆ ଏବଂ ଶୁଷ୍କ ରହିବାର ସମ୍ଭାନ ରହିଛି।ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଉତ୍ତରୀ କାଶ୍ମୀରର ବାରାମୁଳା ଜିଲ୍ଲାରେ ଗୁଲମାର୍ଗ -7.5 ଡିଗ୍ରୀ ସେଲସିୟସ ଛୁଇଁଛି ,ଏହାକୁ ଏହି ଅଞ୍ଚଳରେ ସବୁଠାରୁ ଥଣ୍ଡା ଅଞ୍ଚଳ ଭାବରେ ପରିଣତ ହୋଇଛି।

ଦକ୍ଷିଣ କାଶ୍ମୀରର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ପହଲଗ୍ରାମରେ ରାତିର ତାପମାତ୍ରା -3.6 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।ପାଣିପାଗ ବିଭାଗ କହିଛି ଯେ ଶ୍ରୀନଗରରେ ସର୍ବନିମ୍ନ ତାପମାତ୍ରା -1.2 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ଯାହା ପୁର୍ବ ରାତି ତୁଳନାରେ ସାମାନ୍ୟ ଅଧିକ।ଦକ୍ଷିଣ କାଶ୍ମୀରର କାଜୀଗୁଣ୍ଡରେ ତାପମାତ୍ରା -1ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande